୧୧ ସ୍କୁଲ୍ ଛାତ୍ର ନିହତ
ମିଆଁମାର ସେନାର ଏୟାର୍ ଷ୍ଟ୍ରାଇକ୍
ନୈପିଦା, ୨୦ା୯: ମିଆଁମାର୍ର ସାମରିକ ଶାସକଙ୍କ ବିରୋଧରେ ଚାଲିଥିବା ଜନଆନେ୍ଦାଳନ କ୍ରମଶଃ ତୀବ୍ର ହେଉଥିବାବେଳେ ସେନାର ବର୍ବରତା ବଢିଚାଲିଛି । ନିଜ ଦେଶର ସ୍କୁଲ ଉପରେ ଦୁଇଟି ହେଲିକପ୍ଟର ଯୋଗେ ଆକ୍ରମଣ କରି ୧୧ଜଣ ଶିଶୁଙ୍କୁ ହତ୍ୟା କରାଯାଇଥିବା ଖବର ଆସିଛି । ସାଙ୍ଗୈଗ ଇଲାକାସ୍ଥିତ ଏକ ବୌଦ୍ଧ ମଠରେ ସ୍କୁଲ୍ ଚାଲିଥିଲା ।
ସେନା ପକ୍ଷରୁ ସ୍ପଷ୍ଟୀକରଣରେ କୁହାଯାଇଛି ଯେ ସ୍କୁଲ ଭିତରେ ବିଦ୍ରୋହୀ ପିପୁଲ୍ସ ଡିଫେନ୍ସ ଫୋର୍ସର ସଦସ୍ୟମାନେ ଛପି ରହିଥିଲେ । ଅତି କମ୍ରେ ୩୦ ଶିକ୍ଷାର୍ଥୀଙ୍କ ଦେହରେ ଗୁଳି ବାଜିଥିଲା ।
ସ୍କୁଲ ଉପରେ ଏୟାର ଷ୍ଟ୍ରାଇକ୍ ପରେ ସୈନିକମାନେ ପାଶ୍ୱର୍ବର୍ତ୍ତୀ ଗାଁ ଭିତରକୁ ପଶି ପ୍ରାୟ ଘଣ୍ଟାଏ କାଳ ଆଖିବୁଜା ଗୁଳି ଚଳାଇଥିଲେ । ୧୬ ତାରିଖର ଏହି ଆକ୍ରମଣରେ ୧୭ ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ୨୦୨୧ ଫେବୃଆରୀରେ ମିଆଁମାରରେ ସାମରିକ ବିଦ୍ରୋହ ହେବା ପରଠାରୁ ଦେଶରେ ଅରାଜକସ୍ଥିତି ଉତ୍ପନ୍ନ ହୋଇଛି । ସେନା ଗୁଳିରେ ଏପର୍ଯ୍ୟନ୍ତ ୨୩୦୦ ନାଗରିକ ନିହତ ହେଲେଣି । ହଜାର ହଜାର ନାଗରିକ ଦେଶ ଛାଡିଛନ୍ତି । ମିଜୋରାମରେ ହଜାର ହଜାର ଲୋକ ଶରଣାର୍ଥୀ ରୂପେ ପହଞ୍ଚôଛନ୍ତି ।