ରତ୍ନଭଣ୍ଡାର ଶୀଘ୍ର ଖୋଲାଯାଉ

ମୁଖ୍ୟ ବାଡ଼ଗ୍ରାହୀଙ୍କ ଦାବି
ପୁରୀ (ବୁ୍ୟରୋ): ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର ଖୋଲିବାକୁ ବିଭିନ୍ନ ମହଲରୁ ଦାବି ହୋଇଆସୁଛି । ମଙ୍ଗଳବାର ରତ୍ନଭଣ୍ଡାର ତୁରନ୍ତ ଖୋଲିବାକୁ ଦାବି କରିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ସେ କହିଛନ୍ତି ଯେ, ଦୀର୍ଘ ବର୍ଷ ଧରି ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର ଖୋଲାଯାଇ ନାହିଁ । ଫଳରେ ଭିତର ଅବସ୍ଥା କ’ଣ ରହିଛି, ମହଣ ମହଣ ସୁନା ଅଳଙ୍କାର ସୁରକ୍ଷିତ ରହିଛି କି ନାହିଁ ତାହା ଜଣାପଡ଼ୁ ନାହିଁ । ସେହିପରି କେତେ ଅଳଙ୍କାର ରହିଛି, ତାହା ସୁରକ୍ଷିତ ରହିଛି କି ନାହିଁ ଏ ବିଷୟରେ ସେ ପ୍ରଶ୍ନ ଉଠାଇଛନ୍ତି । ତେଣୁ ଭିତର ରତ୍ନଭଣ୍ଡାର ଖୋଲାଗଲା ପରେ ସମସ୍ତ ଆଲୋଚନାର ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଶ୍ରୀ ମହାପାତ୍ର ସ୍ପଷ୍ଟ କରିଛନ୍ତି ।
ଅନ୍ୟପକ୍ଷରେ ଆସନ୍ତା ୧୦ ଦିନ ମଧ୍ୟରେ ରତ୍ନଭଣ୍ଡାର ନ ଖୋଲିଲେ ଶ୍ରୀମନ୍ଦିର ସମ୍ମୁଖରେ ଧାରଣା ଦେବେ ବୋଲି ଘୋଷଣା କରିଛନ୍ତି ଆବେଦନକାରୀ ଅଭିଷେକ ଦାସ । ଏନେଇ ସେ ରାଜ୍ୟମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ପୂର୍ବରୁ ଶ୍ରୀ ଦାସ ପିଟିସନ୍ର ଭାବେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କରିଥିଲେ । ସେଥିରେ ସେ ଜଗମୋହନ ମରାମତି ଓ ରତ୍ନଭଣ୍ଡାର ଖୋଲିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । ତାଙ୍କ ଆବେଦନକୁ କୋର୍ଟ ଗ୍ରହଣ କରି ଏମିକସ୍ କୁ୍ୟରୀଙ୍କୁ ଶ୍ରୀମନ୍ଦିରକୁ ପଠାଇ ସ୍ଥିତିର ରିପୋର୍ଟ ଦେବାକୁ ନିଦେ୍ର୍ଦଶ ଦେଇଥିଲେ । ମାତ୍ର ଏମିକସ୍ କୁ୍ୟରୀ ସ୍ଥିତି ଅନୁଧ୍ୟାନ କରି ଫେରିବା ପରେ ଏବେ ଭିତର ରତ୍ନଭଣ୍ଡାର ଖୋଲିବା ଲାଗି ବିଭିନ୍ନ ଆଡୁ ଦାବି ଜୋର୍ ଧରିଛି ।
ସେହିପରି ଗତ ଅଗଷ୍ଟ ୮ରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଥିଲା ଏଏସ୍ଆଇ । ସେଥିରେ ଉଲ୍ଲେଖ ରହିଥିଲା ଯେ, ହାଇକୋର୍ଟଙ୍କ ନିଦେ୍ର୍ଦଶକ୍ରମେ ୨୦୧୮ ମସିହା ମାର୍ଚ୍ଚ ୨୬ରେ ଏକ ବୈଷୟିକ କମିଟି ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ଲାଗି ଯାଇଥିବା ବେଳେ ଭିତର ରତ୍ନଭଣ୍ଡାରକୁ ପ୍ରବେଶ ଅନୁମତି ନ ମିଳିବାରୁ କେବଳ ବାହାର ସ୍ଥିତିର ଅନୁଧ୍ୟାନ କରିଥିଲେ । ସେହି ସମୟରେ କମିଟି ଅନୁଭବ କରିଥିଲା ଯେ, କାନ୍ଥର ପ୍ଲାଷ୍ଟର ଦୁର୍ବଳ ରହିଛି । ବାହାର କାନ୍ଥରେ ଆଘାତ କଲେ ଫମ୍ପା ଶଦ୍ଦ ଶୁଣା ଯାଉଥିଲା । ବାସ୍ତବରେ ଭିତର ରତ୍ନଭଣ୍ଡାର କାନ୍ଥର ସ୍ଥିତି କିଭଳି ଅଛି ତାହା ଭିତରୁ ଅନୁଧ୍ୟାନ କଲେ ହିଁ ସ୍ପଷ୍ଟ ହେବ । ହାଇକୋର୍ଟଙ୍କ ନିଦେ୍ର୍ଦଶକୁ କାର୍ଯ୍ୟକାରୀ କରିବା ପାଇଁ ଭିତର ରତ୍ନଭଣ୍ଡାର ଯାଇ ଅନୁଧ୍ୟାନ ପାଇଁ ଅନୁମତି ଦେବାକୁ ଚିଠିରେ ଉଲ୍ଲେଖ ରହିଥିବା ଜଣାପଡ଼ିଛି । ଏହି ଚିଠିର ଆଧାରକୁ ନେଇ ଭିତର ରତ୍ନଭଣ୍ଡାର ଖୋଲିବାକୁ ଦାବି ଜୋର୍ ଧରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *