ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତୁ୍ୟ!

ବଡ଼ଚଣା (ଆପ୍ର): ଚିକିତ୍ସାରେ ଅବହେଳା ଯୋଗୁ ଜଣେ ପ୍ରସୂତିଙ୍କ ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ମୃତକଙ୍କ ପପରିବାର ଲୋକଙ୍କ ସମେତ ଗାଁଲୋକ ଡାକ୍ତରଖାନା ଆଗରେ ଶବ ରଖି ଧାରଣା ଦେଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ।
ପ୍ରକାଶ ଯେ ବଡ଼ଚଣା ଗାଁର ରୋଜାଲିନ ବାହାଳିଆ(୨୮) ମଙ୍ଗଳବାର ବଡ଼ଚଣା ମେଡିକାଲରେ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ତେବେ ପ୍ରସୂତି ସମୟରେ ତାଙ୍କର ଅଧିକ ରକ୍ତସ୍ରାବ ହୋଇଥିବା ବେଳେ କାର୍ଯ୍ୟରତ ନର୍ସ ଜୟନ୍ତୀ ସାମଲ ତାଙ୍କର ଉଚିତ ଚିକିତ୍ସା ନ କରି ଘରକୁ ଚାଲି ଯାଇଥିଲେ ଏବଂ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ମାନସ ରଞ୍ଜନ ଧଳ ଠିକ୍ରେ ତାଙ୍କୁ ସେବା ନଯୋଗାଇ କଟକ ବଡ ମେଡିକାଲ୍ ସ୍ଥାନାନ୍ତର କରି ଦେଇଥିଲେ । ଫଳରେ ବାଟରେ ତାଙ୍କର ମୃତ୍ୟୁ ହେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ଘଟଣା ଜଣାପଡ଼ିବା ପରେ ପରିବାର ଲୋକଙ୍କ ସମେତ ଗାଁଲୋକ ଉତ୍ତ୍ୟକ୍ତ ହୋଇ ରୋଜାଲିନଙ୍କ ଶବକୁ ମେଡିକାଲ୍ ଆଗରେ ରଖି ଧାରଣା ଦେଇଥିଲେ । ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ପ୍ରବଳ ରକ୍ତସ୍ରାବ ସମ୍ପର୍କରେ ବାରମ୍ବାର ଡାକ୍ତରଙ୍କୁ କହିବା ପରେ ମଧ୍ୟ ସେ କିଛି ପଦକ୍ଷେପ ନନେଇ ଦୀର୍ଘ ୨ ଘଣ୍ଟା ପରେ ସ୍ଥାନାନ୍ତର ପାଇଁ ନିଦେ୍ର୍ଦଶ ଦେଇଥିଲେ । ଘଟଣା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ବିଜେପି ରାଜ୍ୟ ସମ୍ପାଦକ ଅମର ନାୟକ ଓ ଗ୍ରାମବାସୀ ଅବଗତ କରାଇଥିଲେ । ଶ୍ରୀ ନାୟକ ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ଜଣାଇବା ପରେ ସେ କାର୍ଯ୍ୟରତ ଡାକ୍ତର ମାନସ ରଞ୍ଜନ ଧଳଙ୍କୁ କୋରେଇ ଓ ଜୟନ୍ତୀ ସାମଲଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳଳୟକୁ ବଦଳି କରିଛନ୍ତି । ଧାରଣାସ୍ଥଳରେ ଧର୍ମଶାଳା ତହସିଲଦାର ସ୍ୱାଗତ ଦାସ ଓ ଏସଡିପିଓ ସଞ୍ଜୟ ପଟ୍ଟନାୟକ ପହଞ୍ଚô ରେଡକ୍ରସ ପାଣ୍ଠିରୁ ରୋଜାଲିନଙ୍କ ପରିବାରକୁ ୨୦,୦୦୦ ହଜାର ଟଙ୍କା ଦେବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଧାରଣାସ୍ଥଳରେ ଗାଁଲୋକଙ୍କ ସମେତ ବିଜେପି ରାଜ୍ୟ ସାଧାରଣ ଅମର ନାୟକ, ସମିତି ସଭ୍ୟ ମଧୁସୂଦନ ବଳ, ଜିଲ୍ଲା ମହିଳା ସଭାନେତ୍ରୀ ଦେବଯାନୀ ପ୍ରଧାନ ଓ ଅନ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *