ବାଗେଡିଆ ଧର୍ମଶାଳାକୁ ନିଜ ଦଖଲକୁ ନେଲା ଜିଲ୍ଲା ପ୍ରଶାସନ

ପୁରୀ (ବୁ୍ୟରୋ): ପୁରୀର ବହୁ ପୁରାତନ ତଥା ଐତିହ୍ୟ ବାଗେଡିଆ ଧର୍ମଶାଳାକୁ ମଙ୍ଗଳବାର ନିଜ ଦଖଲକୁ ନେଲା ଜିଲ୍ଲା ପ୍ରଶାସନ । ଚୁକ୍ତିନାମା ଖିଲାପ କରିବାକୁ ନେଇ ଧର୍ମଶାଳାକୁ ନିଜ ଅକ୍ତିଆରକୁ ପ୍ରଶାସନ ନେଇଛି । ଦଖଲରେ ଥିବା ଟ୍ରଷ୍ଟବୋର୍ଡର ଚୁକ୍ତିନାମା ଖିଲାପ କରିବା ଅଭିଯୋଗକୁ ନେଇ ହୋଇଥିବା ଏକ ମାମଲାରେ ଅତିରିକ୍ତ ଜିଲ୍ଲାପାଳ ମାମଲାର ଶୁଣାଣି କରି ନିଜ ଦଖଲକୁ ଆଣିବା ଲାଗି ତହସିଲ୍ଦାର୍ଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ତହସିଲ୍ଦାର୍ କ୍ଷୀରୋଦ କୁମାର ବେହେରାଙ୍କ ନେତୃତ୍ୱରେ ଏକ ୧୦ଜଣିଆ ଟିମ୍ ମଙ୍ଗଳବାର ସକାଳେ ବାଗେଡିଆ ଧର୍ମଶାଳାରେ ପହଞ୍ଚିଥିଲେ । ପରେ ତହସିଲ୍ଦାର ଶ୍ରୀ ବେହେରାଙ୍କ ନିଦେ୍ର୍ଦଶକ୍ରମେ ଅଧିକାରୀମାନେ ଉକ୍ତ ଧର୍ମଶାଳାର ୩୭ଟି ରୁମ୍କୁ ସିଲ୍ କରିଛନ୍ତି । ତତ୍ସହିତ ଟ୍ରଷ୍ଟବୋର୍ଡ କରିଥିବା କାର୍ଯ୍ୟାଳୟକୁ ମଧ୍ୟ ସିଲ କରାଯାଇଥିବା ନେଇ ତହସିଲ୍ଦାର୍ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।
ସେହିପରି ଧର୍ମଶାଳାକୁ ଦଖଲକୁ ଜିଲ୍ଲା ପ୍ରଶାସନ ନେବା ପରେ କାନ୍ଥରେ ନୋଟିସ୍ ଜାରି କରିଛନ୍ତି ତହସିଲ୍ଦାର୍ । ସେଥିରେ ଉଲ୍ଲେଖ ରହିଛି ଯେ, ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ଏହି ଧର୍ମଶାଳା ପରିସରକୁ କେହି ପ୍ରବେଶ କରିପାରିବେ ନାହିଁ । ଏବେ ଏହି ଧର୍ମଶାଳାର ଗୋଟିଏ ପାଶ୍ୱର୍ରେ ସିଂହଦ୍ୱାର ଥାନା, ଆର୍ଆଇ କାର୍ଯ୍ୟାଳୟ ଜାରି ରହିଥିବା ବେଳେ ଆଗାମୀ ଦିନରେ ଏଠାରେ ଏକ ସରକାରୀ କାର୍ଯ୍ୟାଳୟ ଚାଲିବ ବୋଲି ଜଣାପଡ଼ିଛି । ତେବେ ସ୍ପଷ୍ଟ ସୂଚନା ମିଳି ନ ଥିବାବେଳେ କେବେ କାର୍ଯ୍ୟାଳୟ ଖୋଲୁଛି ତାହା ଉପରେ ସମସ୍ତଙ୍କ ନଜର ।
ଅନ୍ୟପକ୍ଷରେ ଏହି ଧର୍ମଶାଳାକୁ ନେଇ ତହସିଲ୍ଦାର୍ କହିଛନ୍ତି ଯେ, ଏହା ସରକାରୀ ଜମି ଉପରେ ନିର୍ମାଣ ହୋଇଛି । ଯେଉଁଟା କି ସରକାର ଦେଇଥିଲେ ଚଳେଇବାକୁ । କିନ୍ତୁ ଧର୍ମଶାଳାକୁ ବ୍ୟବସାୟିକ ଉଦେ୍ଦଶ୍ୟରେ ଲଗାଇବା ନେଇ ଅଭିଯୋଗ ହେବା ପରେ ଏନେଇ ତହସିଲ୍ଦାର୍ ଓ ଅତିରିକ୍ତ ଜିଲ୍ଲାପାଳଙ୍କ କୋର୍ଟରେ ମାମଲା ହୋଇଥିଲା । ମାମଲାର ବିଚାର ଅନୁଯାୟୀ ଆଜି ଏହାକୁ ଦଖଲ କରାଗଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *