ଏନ୍ଏଚ୍ ଉପରେ ୨ ଫୁଟର ପାଣି: ଯାତାୟାତ ଠପ୍

ଲଗାଣ ବର୍ଷାରେ ଜିଲ୍ଲାବାସୀ ବେହାଲ
ଫୁଲବାଣୀ (ବୁ୍ୟରୋ): ସୋମବାର ଓ ମଙ୍ଗଳବାର ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲାରେ ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ବାଲିଗୁଡ଼ା ସହରରର ରାଜପଥରେ ଲହଡ଼ି ଭାଙ୍ଗଛି ବର୍ଷାଜଳ । ଲଗାଣ ବର୍ଷାରେ ଉବୁଟୁବୁ ବାଲିଗୁଡ଼ା ସହର । କନ୍ଧମାଳ ଜିଲ୍ଲା ବାଲିଗୁଡା ସହରର ବସଷ୍ଟାଣ୍ଡ ନିକଟସ୍ଥ ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ପୋଖରୀ ଜଳମଗ୍ନ ହୋଇ ସହର ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥ ଉପରେ ୨ଫୁଟ ଉଚ୍ଚର ବର୍ଷା ଜଳ ପ୍ରବାହିତ ହେଉଥିବାରୁ ମୁଖ୍ୟ ରାସ୍ତାରେ ଯାତାୟତ ଠପ୍ ହେଇଯାଇଛି । ବସଷ୍ଟାଣ୍ଡ ସମ୍ମୁଖରେ ଥିବା ଏକ ଘରେ ବର୍ଷା ପାଣି ପଶି ଘରେ ଥିବା ଆସବାବପତ୍ର ସବୁ ନଷ୍ଟ ହେଇଛି । ସେହିପରି ଫିରିଙ୍ଗିଆ ବ୍ଲକର ବାଲନ୍ଦାପଡ଼ା ବାଘ ଡୁଙ୍ଗୁରି ଗ୍ରାମର ୫ ଗ୍ରାମବାସୀ ମଙ୍ଗଳବାର ସକାଳେ କାମ କରିବାକୁ ବାଘ ନଦୀ ପାର୍ ହୋଇ ବାଲନ୍ଦାପଡାକୁ ଯାଉଥିବା ବେଳେ ବାଘ ନଦୀରେ ହଠାତ ପାଣି ଆସି ଯିବାରୁ ନଦୀ ପାଖରେ ଥିବା ପମ୍ପ ହାଉସ୍ ଘର ଉପରେ ଚଢି ଜୀବନ ବଞ୍ଚାଇ ଥିଲେ । ଖବର ପାଇ ଫିରିଙ୍ଗିଆ ଅଗ୍ନିଶମ ବିଭାଗ ଓ ଟିମ୍ ହୁ୍ୟମାନିଟି ସଦସ୍ୟମାନେ ପମ୍ପ ହାଉସରେ ଫସି ରହିଥିବା ଲୋକଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଗ୍ରାମବାସୀ ଉଦ୍ଧାର କରିଥିଲେ । ବାଲନ୍ଦାପଡ଼ା-କଣ୍ଟାମାଳ ଗମନା ଗମନ ବିଛିନ୍ନ ହୋଇଥିବାବେଳେ ଗୋଛାପଡା-କେରାଣ୍ଡିବାଲୀ ରାସ୍ତାର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଛି । ବିଦୁ୍ୟତ ସରବରାହ ବିଛିନ୍ନ ହୋଇଥିବାବେକେ ପାନୀୟ ଜଳ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି । ଫିରିଙ୍ଗିଆ ବିଡିଓ ରଶ୍ମି ରଞ୍ଜନ ମହନ୍ତ ପୁନରୁଦ୍ଧାର କାର୍ଯ୍ୟ ଯେପରି ଅତିଶୀଘ୍ର ହେବ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି । ବନ୍ୟା ବିପନ୍ନଙ୍କୁ ସହାୟତା ପପ୍ରଦାନ ନେଇ ଯଥେଷ୍ଟ ଧ୍ୟାନ ଦିଆଯାଉଥିବା ବିଡିଓ ଶ୍ରୀ ମହନ୍ତ କହିଛନ୍ତି । ବାଲିଗୁଡ଼ାରେ ୨୪ ଘଣ୍ଟା ମଧ୍ୟରେ ୩୦୨ ମିମି ଓ ଫିରିଙ୍ଗିଆରେ ୮୯ ମିମି ବର୍ଷା ରେକର୍ଡ କରାଯାଇଛି । ବାଲିଗୁଡ଼ା ସହରରେ ଦୁଇ ଫୁଟର ପାଣି ଚାଲୁଥିବା ଦେଖିବାକୁ ମିଳିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *