ଅଲ୍ବିଦା ଏଲିଜାବେଥ୍
ଲଣ୍ଡନ, ୧୯ା୯: ବ୍ରିଟେନ୍ର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟି ସୋମବାର ରାଜକୀୟ ସମ୍ମାନର ସହ ସମ୍ପନ୍ନ ହୋଇଛି । ମହାରାଣୀଙ୍କ କଫିନ୍କୁ ୱେଷ୍ଟମିନ୍ଷ୍ଟର ହଲ୍ରୁ ଆଣି ୱେଷ୍ଟମିନ୍ଷ୍ଟର ଏବେ ପର୍ଯ୍ୟନ୍ତ ଏକ ଗନ୍ କ୍ୟାରେଜ୍ରେ ନିଆଯାଇଥିଲା । ରାଜା ଚାର୍ଲ୍ସ ଓ ତାଙ୍କ ପୁତ୍ର କଫିନ୍ ସହ ଯାତ୍ରା କରିଥିଲେ । ମଧ୍ୟରାତ୍ରିରେ ତାଙ୍କ ପ୍ରାର୍ଥିବ ଶରୀରକୁ ୱେଲିଂଟନ୍ ଆର୍ଚ୍ଚ ସ୍ଥିତ ସେଣ୍ଟ୍ ଜର୍ଜ ମେମୋରିଆଲ୍ ଚାପଲ୍ ଠାରେ ସ୍ୱାମୀ ପି୍ରନ୍ସ ଫିଲିପ୍ଙ୍କ ନିକଟରେ କବର ଦିଆଯିବ ।
ଏହି ଅଭୂତପୂର୍ବ ରାଜକୀୟ ଅନ୍ତିମ ସଂସ୍କାରରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତଥା ଅଧିକାଂଶ ଦେଶର ରାଷ୍ଟ୍ରମୁଖ୍ୟ ସମେତ ପ୍ରାୟ ୨୦୦୦ ଭିଭିଆଇପି ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଚୀନ୍ର ପ୍ରତିନିଧି ରୂପେ ଯୋଗ ଦେଇଥିଲେ ଉପରାଷ୍ଟ୍ରପତି ୱାଙ୍ଗ୍ କ୍ୱିଶାନ୍ । ବ୍ରିଟେନ୍ର ବିଭିନ୍ନ ଅଞ୍ଚଳରୁ ଲଣ୍ଡନ ପର୍ଯ୍ୟନ୍ତ ଆସିବା ପାଇଁ ଲୋକଙ୍କ ଲାଗି ୨୫୦ ଟ୍ରେନ୍ ବ୍ୟବସ୍ଥା ହୋଇଥିଲା । ଲଣ୍ଡନ ଅଲିମ୍ପିକ୍ ପରେ ଗତ ୧୦୦ ବର୍ଷରେ ଏହା ବ୍ରିଟେନ୍ର ସର୍ବହୃହତ ଇଭେଣ୍ଟ୍ ବୋଲି କୁହାଯାଉଛି ।
ୱେଷ୍ଟ୍ମିନିଷ୍ଟର ଏବେ ଠାରେ ସ୍ଥାନୀୟ ସମୟ ପୂର୍ବାହ୍ଣ ୧୧ଟାବେଳେ ଆରମ୍ଭ ହୋଇଥିଲା । ରାଷ୍ଟ୍ରୀୟ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ । ଅନ୍ତିମ ସଂସ୍କାରର ସମସ୍ତ କାର୍ଯ୍ୟକ୍ରମ ଡିନ୍ ଅଫ୍ ୱେଷ୍ଟମିନ୍ଷ୍ଟର ଡେଭିଡ୍ ହୋୟଲେଙ୍କ ପୌରୋହିତ୍ୟରେ ସମ୍ପନ୍ନ ହୋଇଥିଲା । ତାଙ୍କୁ ସହାୟତା କରିଥିଲେ କାଣ୍ଟରବରୀର ଆର୍କବିଶପ୍ ଜଷ୍ଟିନ୍ ୱେଲ୍ବି । ପ୍ରଧାନମନ୍ତ୍ରୀ ଲିଜ୍ ଷ୍ଟ୍ରସ୍ ବାଇବଲ୍ର କିଛି ଅଂଶ ପାଠ କରିବା ସହ କ୍ଷୁଦ୍ର ଭାଷଣ ଦେଇଥିଲେ । ରାଜ ପରିବାର ତରଫରୁ ଏକ ପ୍ରସ୍ତାବ ପାଠ ପରେ ଦୁଇ ମିନିଟ୍ ନିରବତା ଅବଲମ୍ବନ କରାଯିବାସହ ରାଷ୍ଟ୍ରୀୟ ଅନ୍ତ୍ୟେଷ୍ଟି ବିଧିବିଧାନ ଶେଷ ହୋଇଥିଲା ଏବଂ ଏହାପରେ ଆରମ୍ଭ ହୋଇଥିଲା ଘରୋଇ ଅନ୍ତ୍ୟେଷ୍ଟିକ୍ରୀୟା ।
ଯେଉଁ ସବୁ ଦେଶ ସହ ବ୍ରିଟେନ୍ର ସମ୍ପର୍କ ତିକ୍ତ ରହିଆସିଛି, ସେ ସବୁର ରାଷ୍ଟ୍ରମୁଖ୍ୟମାନଙ୍କୁ ଅନ୍ତିମ ସଂସ୍କାର ପାଇଁ ଆମନ୍ତ୍ରଣ କରାଯାଇ ନ ଥିଲା । ସମ୍ପୃକ୍ତ ଦେଶ ହେଲା ରୁଷ, ବେଲାରୁଷ, ମିଆଁମାର, ଇରାନ୍, ସିରିଆ, ବେନେଜୁଏଲା, ଆଫଗାନିସ୍ତାନ, ନିକାରାଗୁଆ ଓ ଉତ୍ତର କୋରିଆ ଅବଶ୍ୟ ଏଥିରୁ କେତେକ ଦେଶର ରାଷ୍ଟ୍ରଦୂତମାନଙ୍କୁ ନିମନ୍ତ୍ରଣପତ୍ର ଦିଆଯାଇଥିଲା ।
‘ନୁ୍ୟୟର୍କ ପୋଷ୍ଟ’ ଫଟୋ ପୋଷ୍ଟକରି ଲେଖିଛି, ରୟାଲ ଗାର୍ଡମାନେ ମହାରାଣୀଙ୍କ କଫିନ୍କୁ ସାଲୁ୍ୟଟ୍ କରିବାବେଳେ ପ୍ରିନ୍ସ ହାରି ସାଲୁ୍ୟଟ୍ କରି ନ ଥିଲେ । ସେ ସାବଧାନ ମୁଦ୍ରାରେ ଛିଡ଼ା ହୋଇଥିଲେ ।
ବଡ଼ଭାଇ ପ୍ରିନ୍ସ ୱିଲିୟମ୍ ଓ ପରିବାରର ଅନ୍ୟ ସଦସ୍ୟମାନେ ସାଲୁ୍ୟଟ୍ କରିବା ଦେଖିବାକୁ ମିଳିଥିଲା । ତାଙ୍କୁ ରୟାଲ ସାଲୁ୍ୟଟ୍ରୁ ରୋକା ଯାଇଥିଲା ନା ସ୍ୱଇଚ୍ଛାରେ ଏପରି କରିଥିଲେ ସ୍ପଷ୍ଟ ହୋଇନାହିଁ । ଦୁଇବର୍ଷ ହେଲା ହାରି ଓ ପତ୍ନୀ ମେଗନ୍ ମର୍କେଲ୍ ରୟାଲ ଷ୍ଟେଟ୍ ଛାଡ଼ି ଆମେରିକାରେ ରହିଆସୁଛନ୍ତି । ହାରି ମଧ୍ୟ ପ୍ରି ଫୁ୍ୟନରାଲ୍ ସେରିମନିରେ ସାମିଲ୍ ହୋଇ ନ ଥିଲେ ଯଦିଓ ସେ ମହାରାଣୀଙ୍କ ପରଲୋକ ଘଟିବା ଦିନ (ସେପ୍ଟେମ୍ବର ୮)ରୁ ଲଣ୍ଡନରେ ଅଛନ୍ତି । ରାଜ ପରିବାରର ଆଉ ଜଣେ ସଦସ୍ୟ ପ୍ରିନ୍ସ ଏଣ୍ଡ୍ରୁ ମଧ୍ୟ ସାଲୁ୍ୟଟ୍ କରି ନ ଥିଲେ । ଗତବର୍ଷ ସେ ଯୌନକେଳେଙ୍କାରୀ ନେଇ ବିବାଦରେ ଥିବାବେଳେ ମହାରାଣୀ ତାଙ୍କୁ ସେଥିରୁ ରକ୍ଷା କରିଥିଲେ ।