୫-ଟି ସଚିବଙ୍କ ପ୍ରକଳ୍ପ ସମୀକ୍ଷା

ଭୁବନେଶ୍ୱର/କଟକ/ପୁରୀ (ବୁ୍ୟରୋ): ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମରେ ବିଭିନ୍ନ ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି । ଉକ୍ତ ପ୍ରକଳ୍ପଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନାରେ ନିର୍ମାଣ କରାଯାଉଥିବାବେଳେ ୫-ଟି ସଚିବ ଭିକେ ପାଣ୍ଡିଆନ ପୁଣି ମାରାଥନ ଗସ୍ତ କରି ପ୍ରକଳ୍ପର କାର୍ଯ୍ୟକାରିତା ପରଖିଛନ୍ତି । ଦିନକରେ ସଚିବ କଟକ ଗସ୍ତ କରି ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜ, ତାଳଦଣ୍ଡା କେନାଲ ରୂପାନ୍ତରଣ କାର୍ଯ୍ୟ ପରଖିଥିବାବେଳେ ସନ୍ଧ୍ୟାରେ ପୁରୀ ଗସ୍ତ କରି ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଲୋକନାଥଙ୍କ ଦର୍ଶନ କରି ଭିତ୍ତିଭୂମି ଯାଞ୍ଚ କରିଛନ୍ତି । ପୂର୍ବରୁ ଯେପରି ସଚିବ ନକ୍ସା ପ୍ରସ୍ତୁତ କରୁଥିଲେ ପୁଣି ଥରେ ତାହା ଏବେ ଦେଖିବାକୁ ମିଳୁଛି ।
ଏହିକ୍ରମରେ ଶ୍ରୀ ପାଣ୍ଡିଆନ୍ ସୋମବାର ସକାଳୁ କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜ ଗସ୍ତ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । କାର୍ଯ୍ୟର ଗୁଣାତ୍ମକ ମାନ ସହ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରକଳ୍ପ ଶେଷ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ନୂଆକରି ନିର୍ମାଣ ହେଉଥିବା କ୍ଲିନିକାଲ ବ୍ଲକ ୧ ଓ ୪ର ନିର୍ମାଣ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ପରେ ସଚିବ ତାଳଦଣ୍ଡା କେନାଲ ପରିଦର୍ଶନ କରି ଏହାର ରୂପାନ୍ତର କାର୍ଯ୍ୟ ବୁଲି ଦେଖିଥିଲେ । କେନାଲ କୂଳରେ ବୁଲା ବିକାଳୀ ଯେଭଳି ନ ବସିବେ, ସେମାନଙ୍କ ପାଇଁ ସିଏମ୍ସି ଅର୍ବାନ ହାଟ ନିର୍ମାଣ କରାଯାଉଛି । ଏହି କାମ ଡିସେମ୍ବର ୨୦୨୨ ସୁଦ୍ଧା ଶେଷ କରିବାକୁ ନିଦେ୍ର୍ଦଶ ଦେଇଥିଲେ ।
ସେହିପରି ୩.୫ କିଲୋମିଟର ପରିବ୍ୟାପ୍ତ ରେଲୱେ ଜମି ନିକଟରେ ଥିବା ଜଳାଶୟର ସଂରକ୍ଷଣ ଓ ବିକାଶ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ତାଳଦଣ୍ଡା କେନାଲର ଐତିହାସିକ ଗୁରୁତ୍ୱ ସମ୍ପର୍କରେ ଭବିଷ୍ୟତ ପୀଢିକୁ ଅବଗତ କରିବା ପାଇଁ ଏକ ସଂଗ୍ରହାଳୟ ଓ ପ୍ରଦର୍ଶନୀ ସ୍ଥଳ ବିକଶିତ କରିବାପାଇଁ ନିଷ୍ପତ୍ତି ହୋଇଥିଲା । ଏଥିରେ ତାଳଦଣ୍ଡା କେନାଲର ଇତିହାସ ଓ ବର୍ତ୍ତମାନର ବିକାଶ କାମ ସମ୍ପର୍କିତ ଫଟୋଚିତ୍ର ସ୍ଥାନୀତ ହେବ ବୋଲି ଜଣାପଡ଼ିଛି ।
ଅନୂରୁପ ଭାବେ ସନ୍ଧ୍ୟାରେ ସଚିବ ଶ୍ରୀ ପାଣ୍ଡିଆନ୍ ପୁରୀ ତଥା ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିର ବୁଲି ଦେଖିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଦେବାଳୟର ଉନ୍ନତୀକରଣ କରାଯାଉଛି । ଏହାରି ମଧ୍ୟରେ ଶ୍ରୀ ଲୋକନାଥଙ୍କ ମନ୍ଦିର ମଧ୍ୟ ନୂଆରୂପ ପାଇବ । ସଚିବ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଥିବା ନକ୍ସାକୁ ଦେଖିଥିଲେ । ସେହିପରି ମନ୍ଦିରର ଉନ୍ନତି ଲାଗି କ’ଣ କ’ଣ କାର୍ଯ୍ୟ କରାଯିବ ଓ କ’ଣ ଅସୁବିଧା ରହିଛି ସେ ସର୍ମ୍ପକରେ ବିସ୍ତୁତ ଭାବେ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ । ଖୁବ୍ଶିଘ୍ର ଏସର୍ମ୍ପକରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ମନ୍ଦିରର ଉନ୍ନତିକରଣ କରାଯିବ ବୋଲି ସେବାୟତଙ୍କୁ କହିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *