ନିଯୁକ୍ତି ସ୍ଥାନ ଛାଡ଼ି ଅନ୍ୟତ୍ର ଡୁ୍ୟଟି

ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟମ ମାନୁନାହାନ୍ତି ଫାର୍ମାସିଷ୍ଟ
ନାଉଗାଁ (ଆପ୍ର): ନାଉଗାଁ ବ୍ଲକ୍ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ଯାଇଥିବା ବେଳେ ଅଲଣାହାଟ ଓ ଡେରିକି ନାମରେ ଦୁଇଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ନାଉଗାଁ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବ୍ଲକ୍ର ସମସ୍ତ ଜନସାଧାରଣ ୨୪ଘଣ୍ଟା ସ୍ୱାସ୍ଥ୍ୟସେବା ପାଇଁ ନିର୍ଭରଶୀଳ ଥିବା ବେଳେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଦୈନିକ ୬ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ନିର୍ଭର କରୁଛନ୍ତି । ଅଲଣାହାଟ ଉପରେ ୫ ପଞ୍ଚାୟତର ୨୫ ହଜାରରୁ ଊଦ୍ଧ୍ୱର୍ ଏବଂ ଡେରିକି ଉପରେ ୫ ପଞ୍ଚାୟତର ୨୫ହଜାରରୁ ଉଦ୍ଧ୍ୱର୍ ଜନସାଧାରଣ ନିର୍ଭରଶୀଳ । ଏହି ଦୁଇଟି କେନ୍ଦ୍ରରେ ବର୍ତ୍ତମାନ କାର୍ଯ୍ୟରତ ଫାର୍ମାସିଷ୍ଟମାନେ ତାଙ୍କର ନିଯୁକ୍ତି ସ୍ଥାନରେ କାର୍ଯ୍ୟ ନ କରି ନିଜ ମନ ମୁତାବକ ସ୍ୱାସ୍ଥ୍ୟକେନ୍ଦ୍ରକୁ ବାଛି ନେଇ କାର୍ଯ୍ୟ କରୁଥିବା ଜଣାଯାଇଛି ।
ସୂଚନା ଅଧିକାର ଆଇନରୁ ମିଳିଥିବା ତଥ୍ୟ ଅନୁସାରେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା-୧୦୪୭/୨୯ ଜୁଲାଇ ୨୦୨୨ରେ ମିଳିଥିବା ତଥ୍ୟ ଅନୁସାରେ ଅଲଣାହାଟ (ନୂଆ) ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟ ଭାବେ ମିହିର କୁମାର ଲେଙ୍କା ଓ ଡେରିକି(ନୂଆ) ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ଭାବେ ଶୁଭଲକ୍ଷ୍ମୀ ସ୍ୱାଇଁ ନିଯୁକ୍ତି ପାଇଛନ୍ତି । ବର୍ତ୍ତମାନ ଫାର୍ମାସିଷ୍ଟ ଶ୍ରୀମତୀ ସ୍ୱାଇଁ ଡେରିକି ସ୍ୱାସ୍ଥ୍ୟକେନ୍ଦ୍ର ବଦଳରେ ଅଲଣାହାଟରେ କାର୍ଯ୍ୟ କରୁଥିବା ବେଳେ ଶ୍ରୀ ଲେଙ୍କା ଅଲଣାହାଟ ପରିବର୍ତ୍ତେ ଡେରିକିରେ କାର୍ଯ୍ୟ କରୁଛନ୍ତି । ଦୀର୍ଘ ଦିନ ହେବ ଏହି ଦୁଇ ଫାର୍ମାସିଷ୍ଟ ବିନା ନିଦେ୍ର୍ଦଶରେ ଅଦଳ ବଦଳରେ କାର୍ଯ୍ୟ କରୁଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ତ୍ତୃପକ୍ଷଙ୍କ ନଜର ନ ପଡିବା ପରିତାପର ବିଷୟ । ତେବେ କିଛିଦିନ ତଳେ ଡେରିକିରେ ଜଣେ ସିକୁ୍ୟରିଟି ଗାର୍ଡ ଇଞ୍ଜେକ୍ସନ ଦେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଘଟଣା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିଦେ୍ର୍ଦଶକ୍ରମେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ତଦନ୍ତ ମଧ୍ୟ ହେଲା । କିନ୍ତୁ ଇଂଜେକ୍ସନ ପ୍ରଦାନ କରୁଥିବା ବ୍ୟକ୍ତିଙ୍କର ରୂପ ବର୍ତ୍ତମାନ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ କୌଣସି କର୍ମଚାରୀଙ୍କ ରୂପ ସହିତ ସମାନ ନୁହେଁ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଦର୍ଶାଇ ମାମଲାରୁ ବନ୍ଦ କରିଦେଇଛନ୍ତି । କିନ୍ତୁ ପ୍ରକାଶିତ ଖବରରେ ଫାର୍ମାସିଷ୍ଟ ଶ୍ରୀ ଲେଙ୍କା ଶନିବାର ଆଉଟ ଡୋର ବନ୍ଦ ରହିଥିବା ଓ ସେ ମଧ୍ୟାହ୍ନରେ ଖାଇବା ପାଇଁ ଯାଇଥିବା ସମୟରେ ସିକୁ୍ୟରିଟି ଗାର୍ଡ ଇଂଜେକ୍ସନ ଦେବା କଥା ନିଜେ ସ୍ୱୀକାର କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *