ଜୀବନକୁ ବାଜି ଲଗାଇ ନଦୀ ପାର୍ ହେଉଛନ୍ତି ଛାତ୍ରଛାତ୍ରୀ
ଆଶାଢ଼ିଆମ୍ବରେ ପୋଲ ନିର୍ମାଣ ଦାବି
ମୋହନା (ଆପ୍ର): ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଆସୁଛନ୍ତି । ମାତ୍ର ମୋହନା ବ୍ଲକ ଲିଲିଗଡ଼ ପଞ୍ଚାୟତର ୫ ଖଣ୍ଡ ଗାଁର ଛାତ୍ରଛାତ୍ରୀଙ୍କ ପାଇଁ ଉକ୍ତ ଯୋଜନା ସାତସପନ ହୋଇଛି । ରାସ୍ତା ଓ ବିଜୁ ସେତୁ ନିର୍ମାଣ ହେଉ ନ ଥିବାରୁ ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହୋଇ ସ୍କୁଲ ଓ କଲେଜକୁ ଯାଉଛନ୍ତି ୫ ଖଣ୍ଡ ଗାଁର ଛାତ୍ରଛାତ୍ରୀ । ଗଜପତି ଜିଲ୍ଲା ଲିଲିଗଡ଼ ପଞ୍ଚାୟତ ଆଶାଢ଼ିଆମ୍ବ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଜୀବନକୁ ବାଜି ଲଗାଇ ନଦୀ ପାର ହୋଇ ସ୍କୁଲ ଓ କଲେଜକୁ ଯାଉଛନ୍ତି ବହୁ ଛାତ୍ରଛାତ୍ରୀ । ନଦୀ ସେପଟେ ଡେଙ୍ଗାଆମ୍ବ, ଟିଟିମେରି, କୁଇହୁରୁ, କୁତୁଣୀକୁଆ ଓ ରାଇପଦା ଗାଁ ସମେତ ୫ରୁ ଉଦ୍ଧ୍ୱର୍ ଗାଁର ଲୋକଙ୍କର ନଦୀର ଜଳସ୍ତର ବୃଦ୍ଧି ହୋଇଗଲେ ମେଡିକାଲ, ହାଓ, ସ୍କୁଲ ଓ କଲେଜ ଯିବା ଠପ୍ ହୋଇଯାଏ । ଗ୍ରାମବାସୀ ବାରମ୍ବାର ପୋଲ ନିର୍ମାଣ ପାଇଁ ଦାବି କରି ଆସୁଥିଲେ ବି ପୋଲ ନିର୍ମାଣ ହୋଇପାରୁ ନାହିଁ । ଯଦ୍ୱାରା ଉପରୋକ୍ତ ଗ୍ରାମଗୁଡ଼ିକର ୨୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ପାଣିରେ ପଶି ବିପଦସଙ୍କୁଳ ଭାବେ ନଦୀ ପାର୍ ହୋଇ ନାରୀଙ୍ଗୀ ଗ୍ରାମ ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଯାଆନ୍ତି । ନଦୀ ପାର୍ ହେବା ବେଳେ ବହି ଓ ଡ୍ରେସ୍ ଓଦା ହେଉଥିବା ବେଳେ ବିଦ୍ୟାଳୟ ପହଞ୍ଚôବାରେ ବିଳମ୍ବ ହୁଏ । ନଦୀରେ ପାଣି ବଢ଼ÿିଲେ ବାପା-ମା ପିଲାଙ୍କୁ କାନ୍ଧରେ ବୋହି ନଦୀ ପାର୍କରାନ୍ତି । ନଦୀରେ ପାଣି ବଢ଼ିଥିବାରୁ ବୃଦ୍ଧବୃଦ୍ଧାମାନେ ଭତ୍ତା ଟଙ୍କା ଆଣିବାକୁ ଯାଇପାରୁ ନାହାନ୍ତି । ବିପଦସଙ୍କୁଳ ଭାବେ ଛାତ୍ରଛାତ୍ରୀମାନେ ଭରା ନଦୀ ପାର୍ ହେଉଥିବାବେଳେ ଗୁହାରି ଶୁଣିବାକୁ କେହି ନାହାନ୍ତି । ତୁରନ୍ତ ସରକାର ପୋଲ ନିର୍ମାଣ କରିବା ପାଇଁ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ।