ବିଭିନ୍ନ ସମସ୍ୟା ନେଇ ପୂର୍ବତଟ ରେଳବାଇ ଜିଏମ୍ଙ୍କୁ ଦାବିପତ୍ର

ତାଳଚେର (ଆପ୍ର): ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ଭୁବନେଶ୍ୱରର ସାରଦା କୁମାର ଶ୍ରୀବାସ୍ତବ ଓ ଖୋର୍ଦ୍ଧା ରୋଡ୍ ଡିଆର୍ଏମ୍ ରିଙ୍କେଶ ରାୟଙ୍କର ଅନୁଗୋଳ ଗସ୍ତ ସମୟରେ ତାଳଚେର ଜନବିକାଶ କଲ୍ୟାଣ ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ସାକ୍ଷାତ କରି ବିଭିନ୍ନ ସମସ୍ୟାକୁ ନେଇ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଦେଶର ଆର୍ଥୀକ ଅଭିବୃଦ୍ଧିରେ ତାଳଚେରବାସୀଙ୍କର ଏକ ପ୍ରମୁଖ ଭୂମିକା ରହିଛି । ରାଷ୍ଟ୍ରର ହିତରେ ସ୍ଥାନୀୟ ବାସିନ୍ଦା ନିଜ ·ଷ ଜମି ବାସ ଜମି ହରାଇଲା ପରେ ଏଠି ଏମ୍ସିଏଲ୍, ଏନ୍ଟିପିସି/ ଟିଟିପିଏସ୍, ଭାରିଜଳ ପ୍ରକଳ୍ପ ସହିତ ଅନେକ ଘରୋଇ କଂପାନୀ ରହିଛି । ଯାହାଦ୍ୱାରା ତାଳଚେର କୋଇଲା ଏବଂ ବିଦୁ୍ୟତ୍ ବିତରଣ କ୍ଷେତ୍ରରେ ଜାତୀୟ ସ୍ତରରେ ବାଣିଜି୍ୟକ ପେଣ୍ଠସ୍ଥଳୀ ପାଲଟିଯାଇଛି । ରେଲୱେ କର୍ତ୍ତୃପକ୍ଷ ଲାଭବାନ୍ ହେବା ସହିତ ସରକାର ହଜାର ହଜାର କୋଟି ରାଜସ୍ୱ ପାଉଛନ୍ତି । ଦେଶର ବିଭିନ୍ନ କୋଣ ଅନୁକୋଣରୁ ଏଠାକୁ ହଜାର ହଜାର ସଂଖ୍ୟାରେ ଲୋକ ଆସି ବସବାସ କରୁଛନ୍ତି । ପରିତାପର ବିଷୟ ତାଳଚେର ସହରକୁ ·ରି ପାଖରେ ରେଳ ଧାରଣା ଘେରି ବସିଛି, ଜନସାଧାରଣ ଯିବାଆସିବା ସମୟରେ ଅକଥନୀୟ ଯନ୍ତ୍ରଣା ଭୋଗ କରୁଛନ୍ତି । ଏହି ସବୁକୁ ଆଖି ଆଗରେ ରଖି ପାସେଞ୍ଜର ଟ୍ରେନ୍କୁ କଣିହାଁ ପର୍ଯ୍ୟନ୍ତ ଯିବାକୁ ମଞ୍ଜୁରୀ ଏବଂ ସମସ୍ତ ଇଣ୍ଟରସିଟି ଟ୍ରେନ୍, ଆନ୍ତଃ ଏକ୍ସପ୍ରେସ୍ ତାଳଚେର ଷ୍ଟେସନ ଦେଇ ଯାତାୟାତ କରାଯାଉ । ଷ୍ଟେସନର ସେଡିଂ ଉନ୍ନତମାନର କରାଯିବା ସହିତ ଶୌ·ଳୟ ବ୍ୟବସ୍ଥା ଉପରେ ଧ୍ୟାନ ଦେବା ଏବଂ ଘଂଟପଡା ଓଭରବ୍ରିଜ୍ କାର୍ଯ୍ୟ ଶୀଘ୍ର ଶେଷ କରିବା, ହାଟତୋଟା, ବନ୍ତୋଲ, ବାଙ୍କଧରା ରେଳ ଫାଟକ ପାଖରେ ନୂତନ ଓଭରବ୍ରିଜ୍ ନିର୍ମାଣ କରାଯାଇ ଜନହିତରେ ଉତ୍ସବର୍ଗ କରାଯାଉ । ଆଜରି ଏହି ଦାବିପତ୍ର ପ୍ରଦାନବେଳେ ସଂଘର ସଭାପତି ଭୂପେନ୍ ଥମ୍ବ, ଉପଦେଷ୍ଟା ସରୋଜ ଧର, ଘଂଟପହଶ ପଂ·ୟତ ସମିତି ସଭ୍ୟ କରୁଣାକର ସାହୁ, ଅଭୟ ପାଣି, ଜିତେନ୍ଦ୍ର ମହାପାତ୍ର, ସରୋଜିନୀ ବେହେରା, ହିମାଂଶୁ ଶେଖର ମିଶ୍ର, ବିରଂଚି ସାମଲ, ଦୁଃଶାସନ ସାହୁ, ଅବିନାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *