ଏସିଆ କପ୍ କ୍ଷତିଭରଣା ଆଶାରେ ଭାରତ

ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି ସିରିଜ୍
ନୂଆଦିଳ୍ଲୀ, ୧୯ା୯ (ଏଜେନ୍ସି): ମଙ୍ଗଳବାରଠାରୁ ବହୁ ଆଲୋଚିତ ଭାରତ-ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି ସିରିଜ୍ ଆରମ୍ଭ ହେବାକୁ ଯାଉଛି । ଏଥିନିମତ୍ତ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଛି । ଆରୋନ୍ ଫିଞ୍ଚଙ୍କ ନେତୃତ୍ତ୍ୱରେ ଅଷ୍ଟ୍ରେଲିଆ ଟିମ୍ ମୋହାଲିରେ ପହଞ୍ଚି ପ୍ରାକ୍ଟିସ କରିଛନ୍ତି । ତିଦିନିଆ ଏହି ସରିଜ୍ର ଉଦ୍ଘାଟନୀ ମ୍ୟାଚ୍ ମୋହାଲି ସ୍ଥିତ ଆଇଏସ୍ ବିନ୍ଦ୍ର୍ରା ଷ୍ଟାଡିୟମ୍ରେ ସନ୍ଧ୍ୟା ୭.୩୦ରେ ଅନୁଷ୍ଠିତ ହେବ । ୨୩ ତାରିଖରେ ଦ୍ୱିତୀୟ ମା୍ୟାଚ୍ ନାଗପୁର ଓ ୨୫ ତାରିଖରେ ହାଇଦ୍ରାବାଦ୍ ଷ୍ଟାଡିୟମ୍ରେ ଉଭୟ ଟିମ୍ ମଧ୍ୟରେ ଅନ୍ତିମ ମୁକାବିଲା ହେବ ।
ଏସିଆକପ୍ରେ ନିରାଶ ହୋଇଥିବା ଆୟୋଜକ ଭାରତ ଏଥର ବିଜୟ ହାସଲ କରି କ୍ଷତି ଭରଣା କରିବାକୁ ଆଶା ରଖିଛି । ଏସିଆ କପ୍ ଠାରୁ ଏଥର ଇଣ୍ଡିଆ ଟିମ୍ ଅଧିକ ମଜଭୁତ ରହିଛି । ଟିମ୍କୁ ଯଶପ୍ରୀତ ବୁମରା ଏବଂ ହର୍ଷଲ ପଟେଲଙ୍କ ପରି ଦକ୍ଷ ବୋଲର ଫେରିଛନ୍ତି । ଆହତ କାରଣରୁ ଉଭୟେ ଏସିଆ କପ୍ରେ ଖେଳି ନ ଥିଲେ । ଫଳରେ ଟିମ୍ ଇଣ୍ଡିଆର ବୋଲିଂ ସାଇଡ୍ କିଛି ମାତ୍ରାରେ ଦୁର୍ବଳ ଥିଲା । ଏଥର ମହମ୍ଦ ସାମିଙ୍କୁ ଦେଖିବାକୁ ମିଳିବ ନାହିଁ । ତାଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ନିଆଯାଇଛି ।
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଟିମ୍ରେ ବିଭିନ୍ନ କାରଣରୁ ଡେଭିଡ୍ ବର୍ଣ୍ଣରଙ୍କ ସମେତ ଆଉ କେତେକ ଅଭିଜ୍ଞ ଖେଳାଳି ବାଦ୍ ପଡ଼ିଛନ୍ତି । ଭାରତ ତୁଳନାରେ ଅଷ୍ଟ୍ରେଲିଆ ଟିମ୍ ଅପେକ୍ଷାକୃତ ଦୁର୍ବଳ ଥିବା କୁହାଯାଉଛି । ଅକ୍ଟୋବର ୧୬ରେ ଟ୍ୱେଣ୍ଟି-ଟ୍ୱେଣ୍ଟି ୱାର୍ଲଡ କପ୍ ଆରମ୍ଭ ହେବ । ଏହା ପୂର୍ବରୁ ଟ୍ୱେଣ୍ଟି-ଟ୍ୱେଣ୍ଟି ସିରିଜକୁ କବ୍ଜା କରିବା ଲକ୍ଷ୍ୟ ରଖିଛନ୍ତି ଉଭୟ ଟିମ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *