ବିଜେପି ଗଣତନ୍ତ୍ର ବିରୋଧୀ: ଅଖିଳେଶ

ଲକ୍ଷ୍ନୌ(ଏଜେନ୍ସି): ଉତ୍ତରପ୍ରଦେଶରେ ଆଜି ଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ସମାଜବାଦୀ ପାର୍ଟି (ଏସ୍ପି) ପକ୍ଷରୁ ଶୋଭାଯାତ୍ରା ଆୟୋଜନ କରାଯିବା ଏବଂ ଏହାକୁ ନେଇ ହଙ୍ଗାମା ସୃଷ୍ଟି ହେବା ଭଳି ଖବର ହସ୍ତଗତ ହୋଇଛି ।
ଏସ୍ପି ମୁଖ୍ୟ ତଥା ବିରୋଧୀ ଦଳ ନେତା ଅଖିଳେଶ ଯାଦବ ମୁଦ୍ରାସ୍ଫୀତି ବୃଦ୍ଧି, କୃଷକଙ୍କ ସମସ୍ୟା ତଥା ଅପରାଧ ବୃଦ୍ଧି ପାଇବା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉତ୍ପନ୍ନ ଭଳି ଅନେକ ପ୍ରସଙ୍ଗରେ ନିଜ ଦଳୀୟ ନେତା ତଥା ଶତାଧିକ କର୍ମକର୍ତ୍ତାଙ୍କୁ ନେଇ ବିଶାଳ ଶୋଭାଯାତ୍ରା କରିଛନ୍ତି । ବିଧାନଭବନ ଆଡକୁ ମୁହାଁଇବା ସମୟରେ ଅଧାବାଟରେ ପୁଲିସ୍ ଶୋଭାଯାତ୍ରାକୁ ଅଟକାଇ ଦେଇଥିଲା । ବିକ୍ଷୋଭ ପ୍ରଦର୍ଶନ ପାଇଁ ଅନୁମତି ନଥିବା ସତ୍ତ୍ୱେ ଶୋଭାଯାତ୍ରାକୁ ଅଟକାଯାଇଥିବା ପୁଲିସ୍ ଦର୍ଶାଇଛି । ତେବେ ଅଖିଳେଶ ଏବଂ ତାଙ୍କ ଦଳୀୟ ନେତା ତଥା କର୍ମୀମାନେ ଆଗକୁ ବଢ଼ିବା ନେଇ ଜିଦ୍ରେ ଅଟଳ ରହିଥିଲେ ଏବଂ ରାସ୍ତା ଉପରେ ବସି ବିରୋଧ ପ୍ରଦର୍ଶନ କରିଥିଲେ । ଦଳ ପକ୍ଷରୁ ବିକ୍ଷୋଭ ବେଳର ଭିଡିଓ ଜାରି କରାଯାଇ ବିଜେପି ଗଣତନ୍ତ୍ରକୁ ହତ୍ୟା କରିଥିବା କୁହାଯାଇଛି । ବିକ୍ଷୋଭ ପ୍ରଦର୍ଶନ ବେଳେ କର୍ମୀ ତଥା ନେତାମାନେ ହାତରେ ବିଜେପି ସରକାର ବିରୋଧରେ ନାରାବାଜି କରିବା ସହ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ ।
ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟିର ଏପ୍ରକାର ଆଚରଣକୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଯେକୌଣସି ରାଜନୀତିକ ଦଳ ଗଣତାନ୍ତ୍ରିକ ଉପାୟରେ ପ୍ରଶ୍ନ କରିବାରେ କୌଣସି ସମସ୍ୟା ନାହିଁ । ଶୋଭାଯାତ୍ରା ପାଇଁ ପ୍ରଥମେ ଅନୁମତି ନେବା ଆବଶ୍ୟକ । ସେହିପରି ସେମାନଙ୍କ ଶୋଭାଯାତ୍ରା ଯୋଗୁ କାହାର ଯେମିତି କ୍ଷତି ନ ହେବ, ସେକଥା ମଧ୍ୟ ନିଶ୍ଚିତ କରିବା ଉଚିତ୍ । ତେବେ ସମାଜବାଦୀ ଭଳି ଏକ ଦଳ ଠାରୁ ଆଇନ ଓ ଶୃଙ୍ଖଳା ଆଶା କରିବା ମଧ୍ୟ ଠିକ ନୁହେଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *