ନିଷ୍ପତ୍ତି ନେବେ ୫ ଜଣିଆ ଖଣ୍ଡପୀଠ
ମୃତୁ୍ୟ ଦଣ୍ଡାଦେଶ ସମ୍ପର୍କରେ ମାର୍ଗଦର୍ଶିକା
ନୂଆଦିଲ୍ଲୀ (ଏଜେନ୍ସି): ଦେଶର ନିମ୍ନ ଅଦାଲତମାନଙ୍କୁ ‘ମୃତୁ୍ୟଦଣ୍ଡାଦେଶ’ ସମ୍ପର୍କରେ ମାର୍ଗଦର୍ଶିକା ଜାରି କରାଯିବା ସହ ସମ୍ପୃକ୍ତ ମାମଲା ଉପରେ ଆଗତ କେତେକ ପିଟିସନ୍ ଉପରେ ସୋମବାର ଦିନ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଏହି ମାମଲା ଉପରେ ବିଚାର କରିବା ପାଇଁ ତଥା ରାୟ ଦେବା ପାଇଁ ଏକ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରିବାକୁ ପ୍ରଧାନ ବିଚାରପତି (ସିଜେଆଇ) ୟୁୟୁ ଲଳିତ, ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ୍ ସୁୂଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ବେଞ୍ଚ୍ ଆଜି ନିଦେ୍ର୍ଦଶ ଦେଇଛନ୍ତି । ଅର୍ଥାତ୍ ଏହି ମାମଲା ଏବେ ୩ଜଣିଆ ବେଞ୍ଚରୁ ବୃହତର ବେଞ୍ଚ୍ ୫ଜଣିଆ ଖଣ୍ଡପୀଠରେ ଶୁଣାଣି ହେବ ।
ଶୁଣାଣି ପରିପ୍ରେକ୍ଷୀରେ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, ଆପରାଧିକ ମାମଲା ବିଶେଷକରି ଯେଉଁଥିରେ ‘ମୃତୁ୍ୟଦଣ୍ଡ’ ହିଁ ଏକମାତ୍ର ବିକଳ୍ପ ଭାବେ ସାମ୍ନାକୁ ଆସୁଛି ସେଭଳି ମାମଲାରେ ଦୋଷୀ ବିରୋଧରେ ଦଣ୍ଡାଦେଶକୁ ଅପେକ୍ଷାକୃତ କମ୍ କରିବା ଭଳି ପରିସ୍ଥିତିକୁୂ ମଧ୍ୟ ରେକର୍ଡରେ ସାମିଲ କରାଯିବା ଉଚିତ୍ । ପ୍ରକାଶ, ଅଭିଯୋଗ ସାବ୍ୟସ୍ତ ହେବା ପରେ ହିଁ ମୃତୁ୍ୟଦଣ୍ଡକୁ କମ୍ କରିବା ଭଳି ପରିସ୍ଥିତିକୁ ଦ୍ୱିତୀୟ ଥର ପାଇଁ ରେକର୍ଡ କରାଯିବାର ପ୍ରାବଧାନ ରହିଛି । ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ନିଜ ଆଡୁ ଏହି ମାମଲାରେ (ସୁ ମୋଟୋ) ଶୁଣାଣି କରିଛନ୍ତି ।
ସମ୍ବିଧାନ ପୀଠ ଗଠନ ପାଇଁ ନିଦେ୍ର୍ଦଶ ଦେବା ପୂର୍ବରୁ ସିଜେଆଇଙ୍କ ନେତୃତ୍ୱାଧୀନ ପୀଠ କହିଛନ୍ତି ଯେ, ଅପରାଧ ସାବ୍ୟସ୍ତ ହେବା ପରେ ଦୋଷୀକୁ ମୃତୁ୍ୟଦଣ୍ଡାଦେଶ କରିବା ପୂର୍ବରୁ ଶୁଣାଣି ସମ୍ବନ୍ଧିତ ଅନେକ ବିରୋଧୀ ନିଷ୍ପତ୍ତି ନିଆଯାଇଥିଲା । କୋର୍ଟ ଏହା ନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ, ମୃତୁ୍ୟଦଣ୍ଡ ସମ୍ଭାବନା ଥିବା ମାମଲାରେ ଟ୍ରାଏଲ ଚାଲିଥିବା ସମୟରେ ସମସ୍ତ ପ୍ରମାଣକୁ ସାମିଲ କରାଯିବା ତଥା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।
ପ୍ରକାଶ, ମଧ୍ୟପ୍ରଦେଶରେ ଇରଫାନ୍ ନାମକ ଜଣେ ବ୍ୟକ୍ତିକୁ କୌଣସି ଏକ ଅପରାଧ ପାଇଁ ନିମ୍ନ ଅଦାଲତ୍ ମୃତୁ୍ୟଦଣ୍ଡରେ ଦଣ୍ଡିତ କରିଥିଲା । ପରେ ଇରଫାନ୍ ଏହାକୁ ମଧ୍ୟପ୍ରଦେଶ ହାଇକୋର୍ଟରେ ଚାଲେଞ୍ଜ୍ କରିଥିବା ବେଳେ ହାଇକୋର୍ଟ ମଧ୍ୟ ଏହାକୁ କାଏମ ରଖିଥିôଲେ । ଫଳରେ ଇରଫାନ୍ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଗତ ୧୭ ଅଗଷ୍ଟରେ ଏହି ମାମଲାରେ ଶୁଣାଣି ପ୍ରକ୍ରିୟା ଶେଷ ହୋଇସାରିଥିଲେ ମଧ୍ୟ ସିଜେଆଇ ୟୁୟୁ ଲଳିତ ରାୟ ସଂରକ୍ଷଣ ରଖିଥିଲେ । ସେତେବେଳେ ମଧ୍ୟ ସିଜେଆଇ ଶୁଣାଣି କାଳରେ କହିଥିଲେ ଯେ, ମୃତୁ୍ୟଦଣ୍ଡରେ ଦଣ୍ଡିତ ଦୋଷୀର ମୃତୁ୍ୟ ହେବା ପରେ କୋର୍ଟ ଚାହିଁଲେ ମଧ୍ୟ ଆଉ ନିଜ ରାୟକୁ ନା ପରିବର୍ତ୍ତନ କରିପାରିବେ ନା ହଟାଇପାରିବେ । ଅର୍ଥାତ୍ ଅଭିଯୁକ୍ତ ବିରୋଧରେ ଆସୁଥିବା ଅଭିଯୋଗକୁୂ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିବା ଏବଂ ଆବଶ୍ୟକସ୍ଥଳେ ଆସିଥିବା ଅଭିଯୋଗକୁ କମ୍ ସାବ୍ୟସ୍ତ କରିବାର ସୁଯୋଗ ଅଭିଯୁକ୍ତକୁ ମିଳିବା ଜରୁରି । ଏହାଦ୍ୱାରା କୋର୍ଟଙ୍କୁ ମଧ୍ୟ ଅଭିଯୁକ୍ତ ଆଶ୍ୱସ୍ତ କରିପାରିବେ ଯେ, ସେମାନେ କରିଥିବା ଅପରାଧ ପାଇଁ ସେମାନଙ୍କୁ ମୃତୁ୍ୟଦଣ୍ଡ ଦିଆଯିବାର ଆବଶ୍ୟକତା ନାହିଁ ।