ସ୍ୱସ୍ତିଙ୍କୁ ଏକଲବ୍ୟ
ଭୁବନେଶ୍ୱର, ୧୮ା୯ (ବୁ୍ୟରୋ): ୨୦୨୨ ମସିହାର ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ରାଜ୍ୟର ଖ୍ୟାତିସମ୍ପନ୍ନ ସାଇକେଲ୍ ଚାଳିକା ସ୍ୱସ୍ତି ସିଂହ । ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କୁ ୩୦ତମ ଏକଲବ୍ୟ ପୁରସ୍କାର ବିଜେତା ଘୋଷଣା କରାଯାଇଛି ।
ସ୍ୱସ୍ତି ସିଂହ ୨୦୨୦ରୁ ୨୦୨୨ ମଧ୍ୟରେ ବହୁ ଜାତୀୟ ପ୍ରତିଯୋଗିତାରେ ରାଜ୍ୟର ପ୍ରତିନିଧିତ୍ୱ କରିବା ସହ ୨ ସ୍ୱର୍ଣ୍ଣ ଓ ୨ ରୌପ୍ୟ ପଦକ ଜିତିଛନ୍ତି । ଏକଲବ୍ୟ ପୁରସ୍କାର ବାବଦରେ ତାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ । ତାଙ୍କ ସହ ଦୁଇ ଉପବିଜେତା ଭାବେ ଅନ୍ତର୍ଜାତୀୟ ଫୁଟ୍ବଲ୍ ଖେଳାଳି ପ୍ୟାରୀ ଖାଖା ଓ ଅନ୍ତର୍ଜାତୀୟ ହକି ଖେଳାଳି ଶିଳାନନ୍ଦ ଲାକ୍ରାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଓ ମାନପତ୍ର ଦ୍ୱାରା ସମ୍ମାନିତ କରାଯିବ ।
ଦେଶର ପ୍ରମୁଖ ଫେରୋ ଆଲଏଜ୍ ଊତ୍ପାଦନକାରୀ କମ୍ପାନୀ ଇମ୍ଫା ଦ୍ୱାରା ପରି·ଳିତ ଇଣ୍ଡିଆନ୍ ମେଟାଲ୍ସ ପବ୍ଲିିକ୍ ଚାରିଟେବଲ୍ ଟ୍ରଷ୍ଟ୍ (ଇମ୍ପାକ୍ଟ) ପକ୍ଷରୁ ପ୍ରତିବର୍ଷ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଆସୁଛି । ଏହି ପୁରସ୍କାର ମାଧ୍ୟମରେ ରାଜ୍ୟର ଉଦୀୟମାନ କ୍ରୀଡାବିତ୍ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଆମର ମୂଳ ଲକ୍ଷ୍ୟ, ଯାହାଫଳରେ ସେମାନେ ଅଧିକ ଉନ୍ନତ ଖେଳ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ସୁନାମ ଅର୍ଜନ କରିପାରିବେ ବୋଲି ଏକଲବ୍ୟ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିବା ଅବସରରେ ଇମ୍ପାକ୍ଟର ଟ୍ରଷ୍ଟି ତଥା ଏକଲବ୍ୟ ପୁରସ୍କାର କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ।