ବେଳାଭୂମିରେ ବାୟୁସେନାର ପରାକ୍ରମ

ବାୟୁବୀରଙ୍କ ଶୌର୍ଯ୍ୟ ଦେଖିଲେ ପୁରୀବାସୀ
ପୁରୀ (ବୁ୍ୟରୋ): ପୁରୀ ବେଳାଭୂମି ବ୍ଲୁ-ଫ୍ଲାଗ୍ ବିଚ୍ଠାରେ ରବିବାର ପୂର୍ବାହ୍ନରେ ଆକର୍ଷଣୀୟ ଏୟାର ସୋ’କୁ ଉପସ୍ଥିତ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଏୟାର କମାଣ୍ଡର ରାନ ସିଂ, ଆଡିସନାଲ ଡିଜି ସଞ୍ଜୟ କୁମାର, ସେଣ୍ଟ୍ରାଲ୍ ରେଞ୍ଜ୍ ଆଇଜି ନରସିଂହ ଭୋଳ, କମାଣ୍ଡର ରବିନ୍ଦ୍ର ରାୱତ ପ୍ରମୁଖ ଉପସ୍ଥିତ ରହି ଏହାକୁ ଉପଭୋଗ କରିଥିଲେ । ବାୟୁସେନାର ୯ଟି ହକ୍ ବିମାନ ଦ୍ୱାରା ଦୁଃସାହସିକ ଓ ରୋମାଞ୍ଚକର କଳା କୌଶଳ ପ୍ରଦର୍ଶିତ କରିଥିଲେ । ଶନିବାର ରାତିରେ ଓ ରବିବାର ସକାଳୁ ଲଗାତାର ବର୍ଷା କାରଣରୁ ଏହି ଏୟାର ସୋ’ କରାଯିବାରେ ଆଶଙ୍କା ଦେଖା ଦେଇଥିଲା । ସକାଳ ୯.୩୦ ମିନିଟ୍ ପରେ ବର୍ଷା କମିଯିବାରୁ ବାୟୁସେନା ପକ୍ଷରୁ ସୋ’ ଆୟୋଜନର ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇଥିଲା ।
ଆକାଶ ମାର୍ଗରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ସୋ’ ଭଳିକି ଭଳି କୌଶଳ ପ୍ରଦର୍ଶନ କରିଥିଲା । ଯାହାକୁ ଦେଖି ଉପସ୍ଥିତ ହଜାର ହଜାର ଦର୍ଶକ ତଟସ୍ଥ ହୋଇଯାଇଥିଲେ । ପ୍ରଥମଥର ପାଇଁ ପୁରୀରେ ଏହି ସୋ’ ହେଉଥିବାରୁ ଏହାକୁ ସଫଳ ଓ ଶୃଙ୍ଖଳାର ସହ ପରିଚାଳନା କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ବିଶେଷ ଉଦ୍ୟମ କରିଥିଲେ । ଏକାଧିକ ବୈଠକ ମାଧ୍ୟମରେ ଏହାର ସମୀକ୍ଷା ମଧ୍ୟ କରିଥିଲେ ।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ଦିଲ୍ଲୀପ କୁମାର ମହାପାତ୍ର, ଅତିରିକ୍ତ ଏସ୍ପି ମିହିର ପ୍ରସାଦ ପଣ୍ଡା, ଉପଜିଲ୍ଲାପାଳ ଭବତାରଣ ସାହୁ, ସିଟି ଡିଏସ୍ପି ଜନାର୍ଦ୍ଦନ ପାଢ଼ୀ, ଡେପୁଟି କଲେକ୍ଟର ରଞ୍ଜନ ବେହେରା, ପୁରୀ ତହସିଲ୍ଦାର୍ କ୍ଷୀରୋଦ ବେହେରା, ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିଦେ୍ର୍ଦଶକ ଗୁରୁବୀର ସିଂ, କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ, ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ରଥ, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ସ୍ୱେଚ୍ଛାସେବୀ, ସାଧାରଣ ଲୋକମାନେ ଯୋଗଦେଇ ଏୟାର ସୋ’ ଉପଭୋଗ କରିଥିଲେ । ବାୟୁସେନାର ଦକ୍ଷ ଅଧିକାରୀ ଓ କର୍ମଚାରୀମାନେ ସୂର୍ଯ୍ୟକିରଣର ଏହି ସୋ’କୁ ପରିଚାଳନା କରିଥିଲେ । ଫ୍ଲାଇଟ୍ ଲେଟୁ୍ୟନାଣ୍ଟ ଋଦ୍ଧିମା ସୁନ୍ଦର ଭାବେ ଧାରା ବିବରଣୀ ପ୍ରଦାନ କରିଥିଲେ । ଏୟାର ସୋ’ର ସଫଳତା ପାଇଁ ଜିଲ୍ଲାପାଳ ଶ୍ରୀ ବର୍ମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *