ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା

୬ଠ ଛାତ୍ରୀଙ୍କ ଆପତ୍ତିଜନକ ଏମ୍ଏମ୍ଏସ୍ ଲିକ୍
ଚଣ୍ଡୀଗଡ (ଏଜେନ୍ସି): ଚଣ୍ଡୀଗଡ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୬ଠ ଛାତ୍ରୀଙ୍କ ବାଥରୁମ୍ରେ ଗାଧୁଆ ସମୟର ଭିଡିଓ (ଏମ୍ଏମ୍ଏସ୍) ପ୍ରସ୍ତୁତ କରାଯିବା ଏବଂ ସେଗୁଡ଼ିକୁ ଭାଇରାଲ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ଉଗ୍ରାଭିମୁୂଖୀ ହୋଇପଡିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ ଏବେ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ଆନେ୍ଦାଳନ ଆରମ୍ଭ କରିଦେଇଛନ୍ତି ।
ଅନ୍ୟପକ୍ଷେ ଏହି ଘଟଣାକୁ ଚପାଇଦେବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି । କେବଳ ଜଣେ ଛାତ୍ରୀ ଯିଏକି ଏହି ଏମ୍ଏମ୍ଏସ୍ ପ୍ରସ୍ତୁତ କରିଥିଲେ ଏବଂ ନିଜ ପୁରୁଷ ବନ୍ଧୁଙ୍କ ନିକଟକୁ ପଠାଇଥିଲେ, ଭାଇରାଲ ହୋଇଥିବା ଭିଡିଓରେ କେବଳ ସେହି ଛାତ୍ରୀଜଣକ ହିଁ ଥିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି । ଭିଡିଓରେ ଅନ୍ୟ କୌଣସି ଛାତ୍ରୀ ନଥିବା ବିଶ୍ୱବିଦ୍ୟାଳୟ ଦର୍ଶାଉଛନ୍ତି । ବିଶ୍ୱବିଦ୍ୟାଳୟ କୂଳପତିଙ୍କ କହିବାନୁସାରେ ଏପ୍ରକାର ଅଭିଯୋଗ ଆସିବା ପରେ ପ୍ରଥମେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହାର ପ୍ରାଥମିକ ତଦନ୍ତ କରାଯାଇଛି । ଏଥିରୁ ୬ଠ ଯୁବତୀଙ୍କ ଏମ୍ଏମ୍ଏସ୍ ଦାବିର କୌଣସି ଆଧାର ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ଭୁଲ ବୋଲି ଜଣାପଡିଛି । କିନ୍ତୁ ଛାତ୍ରଛାତ୍ରୀମାନେ ଏହା ମାନିବାକୁ ନାରାଜ୍ । ପୁଲିସ୍ ମଧ୍ୟ ପ୍ରଥମେ ପ୍ରଥମେ ସମାନ କଥା କହୁଥିଲା କିନ୍ତୁ ପରେ ଛାତ୍ରଛାତ୍ରୀଙ୍କ ଦାବିକୁ ଦୃଷ୍ଟିରେ ରଖି ପୁଲିସ୍ ଏବେ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି । ରିପୋର୍ଟ ଲେଖାହେବା ସୁଦ୍ଧା ଗୁୂପ୍ତରେ ଏମ୍ଏମ୍ଏସ୍ ତିଆରି କରିଥିବା ଅଭିଯୁକ୍ତା ଛାତ୍ରୀ, ତାଙ୍କ ପୁରୁଷ ବନ୍ଧୁ ଏବଂ ତା’ର ଜଣେ ସହଯୋଗୀକୁ ପୁଲିସ୍ ଗିରଫ କରିଥିବା ସୂଚନା ମିଳିଛି । ଅଭିଯୁକ୍ତା ଛାତ୍ରୀଙ୍କୁ ପୁଲିସ୍ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ମହିଳା ହଷ୍ଟେଲରୁ ଗିରଫ କରିଥିବା ବେଳେ ୨ ପୁରୁଷ ଅଭିଯୁକ୍ତଙ୍କୁ ହିମାଚଳର ଶିମ୍ଲାରୁ ଗିରଫ କରିଛି ।
ଏସବୁ ମଧ୍ୟରେ ଭାଇରାଲ ହୋଇଥିବା ଏମ୍ଏମ୍ଏସ୍ରେ ନିଜ ନିଜର ଅଶ୍ଳୀଳ ଭିଡିଓ ମଧ୍ୟ ଥିବା ଆଶଙ୍କାରେ ହଷ୍ଟେଲରେ ରହୁଥିବା ସବୁ ଛାତ୍ରୀମାନେ ଭୟଭୀତ ହୋଇପଡିଛନ୍ତି । ଭୟରେ ଜଣେ ଛାତ୍ରୀଙ୍କ ଠାରେ ହୃଦ୍ଘାତ ହୋଇଥିବା ବେଳେ ୮ଜଣ ଛାତ୍ରୀ ଆତ୍ମହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଥିବା ସମ୍ପର୍କରେ ସୂଚନା ମିଳିଛି । ପୁଲିସ୍ ଏସବୁ ଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରିଛି । ଅଭିଯୁକ୍ତା ଯୁବତୀ ଶିମ୍ଲାରେ ରହୁଥିବା ନିଜ ପୁରୁଷ ବନ୍ଧୁଙ୍କ ପାଖକୁ ଭିଡିଓଟି ପଠାଇଥିବା ଜାଣିବା ପରେ ପଞ୍ଜାବ ପୁଲିସ୍ ଶିମ୍ଲା ଗସ୍ତ କରି ସେଠାରୁ ଅଭିଯୁକ୍ତ ଏବଂ ତା’ର ଜଣେ ସହଯୋଗୀକୁ ଗିରଫ କରିଛି ।
ପଞ୍ଜାବ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ମନୀଷା ଗୁଲାଟି କହିଛନ୍ତି ଯେ ଏହା ଏକ ଗୁରୁତର ବିଷୟ, ଏହାର ତଦନ୍ତ କରାଯାଉଛି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନଙ୍କୁ ଆଶ୍ୱାସନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ମଧ୍ୟ ଘଟଣା ସମ୍ପର୍କରେ ଅବଗତ ହୋଇଥିବା ଏବଂ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ଦେଇଥିବା ସୂଚନା ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *