ମହାରାଣୀଙ୍କୁ ଶ୍ରଦ୍ଧାଞ୍ଜଳି
ଲଣ୍ଡନ, ୧୮ା୯: ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍ ରବିବାର ଲଣ୍ଡନର ୱେଷ୍ଟମିନ୍ଷ୍ଟର୍ ହଲ୍ରେ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହାପରେ ରାଷ୍ଟ୍ରପତି ମୁର୍ମୁ ଲାଙ୍କେଷ୍ଟର୍ ହାଉସ୍ରେ ପହଞ୍ଚô ଶୋକ ପୁସ୍ତକରେ ସ୍ୱାକ୍ଷର କରିଛନ୍ତି । ସୋମବାର ମହାରାଣୀଙ୍କ ଅନ୍ତିମ ସଂସ୍କାରରେ ସେ ଯୋଗଦେବେ ।
ମହାରାଣୀଙ୍କ ରାଜକୀୟ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ବ୍ରିଟେନ୍ର ବିଭିନ୍ନ ପାର୍କରେ ପ୍ରକାଣ୍ଡ ସ୍କ୍ରିନ୍ ଲଗାଯାଇଛି । ସିନେମା ହଲ୍ଗୁଡିକରେ ମଧ୍ୟ କାର୍ଯ୍ୟକ୍ରମର ପ୍ରସାରଣ ବ୍ୟବସ୍ଥା ହୋଇଛି । ସୋମବାରକୁ ବ୍ରିଟେନ୍ରେ ଛୁଟି ଘୋଷଣା କରାଯାଇଛି । ଅନ୍ତିମ ସଂସ୍କାର ସମ୍ବନ୍ଧୀୟ ବିଧିବିଧାନ ସୋମବାର ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ । ଏହାର ପ୍ରାୟ ୧ଘଣ୍ଟା ପରେ ସମଗ୍ର ବ୍ରିଟେନ୍ରେ ୨ମିନିଟ୍ ଧରି ନୀରବ ପ୍ରାର୍ଥନା କରାଯିବ । ଅନ୍ତିମ ସଂସ୍କାରଣରେ ପ୍ରାୟ ଦୁଇହଜାର ଭିଭିଆଇପି ସାମିଲ ହେବେ ।