ଦାମୋଦରପୁର ଋଷିକୁଲ୍ୟା କୂଳରେ ହେବ ପଥରବାଜ

ଗଞ୍ଜାମ (ଆପ୍ର): ଗଞ୍ଜାମ ସହର ସନ୍ନିକଟେ ପ୍ରବାହିତ ଋଷିକୁଲ୍ୟା ନଦୀର ବାମ ପାଶ୍ୱର୍ରେ ଥିବା ଦାମୋଦରପୁର ଗ୍ରାମ ନଦୀକୂଳରେ ପଥରବାଜ ନିର୍ମାଣ ହେବା ନେଇ ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା କହିଛନ୍ତି । ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ୨ କୋଟି ୩୬ ଲକ୍ଷ ଅର୍ଥ ବ୍ୟୟ ଅଟକଳ ହୋଇଛି । ବ୍ରହ୍ମପୁର ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଜୟଦୀପ ପଣ୍ଡା, ଋଷିକୁଲ୍ୟା ଜଳ ସମ୍ପଦ ବିଭାଗ ସହକାରୀ ଅଧିକ୍ଷଣ ଯନ୍ତ୍ରୀଙ୍କ ଉପସ୍ଥିତିରେ ବିଧାୟକ ଶ୍ରୀ ବେହେରା ଗଣମାଧ୍ୟମକୁ ଏହି ସୂଚନା ଦେବା ସହ ଅତିଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରକାଶ କରିଥିଲେ । ମୁହାଁଣଠାରୁ ପ୍ରାୟ ୩ କିଲୋମିଟର ମଧ୍ୟରେ ରହିଥିବାରୁ ପ୍ରତିବର୍ଷ ଆସୁଥିବା ବନ୍ୟା ଜଳ ଏବଂ ସମୁଦ୍ରର ଜୁଆରିଆ ଜଳ ପ୍ରଭାବରେ ଦୀର୍ଘ ବର୍ଷ ହେଲା ଗ୍ରାମକୁ ସୁରକ୍ଷା ଦେବା ପାଇଁ ନିର୍ମାଣ ହୋଇଥିବା ପଥରବାଜ ଦୁର୍ବଳ ହୋଇପଡ଼ିଥିଲା । ଅନ୍ୟପଟେ ନଦୀକୁ ଆସୁଥିବା ବଡ଼ ବନ୍ୟା ନଦୀକୂଳ ଲଙ୍ଘିବା ଫଳରେ ଗଞ୍ଜାମ ସହରାଞ୍ଚଳ ପ୍ରଭାବିତ ହେଉଥିଲା । ନଦୀକୂଳରେ ନୂତନ ପଥରବାଜ ନିର୍ମାଣ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଥିଲା । ବିଧାୟକଙ୍କ ଉଦ୍ୟମରୁ ନଦୀକୂଳରେ ପଥର ପିଚିଙ୍ଗ ବ୍ୟବସ୍ଥା ହେବାକୁ ଯାଉଥିବାରୁ ରାଜ୍ୟ ସରକାର, ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *