ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଅଧ୍ୟାପକ
୬୬୨ ବର୍ଗ କଲେଜ ସଂଘର ବିଶାଳ ସମାବେଶ
ଭୁବନେଶ୍ୱର (ବୁ୍ୟରୋ): ଗ୍ରେଡ ପେ ଆଧାରରେ ସମାନ ଦରମା ଦାବି କରି ରାଜ୍ୟର ୬୬୨ ବର୍ଗ କଲେଜ୍ ସଂଘ ବିଶାଳ ସମାବେଶ କରିଛି । ରବିବାର କଲେଜ ଅଧ୍ୟାପକମାନେ ରାଜଧାନୀ ରାଜରାସ୍ତାରେ କଳା ବ୍ୟାଜ ପିନ୍ଧି ଏକ ବିଶାଳ ଶୋଭାଯାତ୍ରା କରିଛନ୍ତି । ଅଧ୍ୟାପକଙ୍କ ଦରମାରେ ଥିବା ଅସଙ୍ଗତି ଦୂର କରିବା ନିମନ୍ତେ ଦୃଢ଼ ଦାବି ସହ ଶିକ୍ଷାଦାନ କାର୍ଯ୍ୟରେ ନିୟୋଜିତ ହେବାର ୩୦ ବର୍ଷ ପରେ ମଧ୍ୟ ସବୁ କ୍ଷେତ୍ରରେ ବରିଷ୍ଠ ଥିବା ୬୬୨ ବର୍ଗ କଲେଜ ଶିକ୍ଷକ, କର୍ମଚାରୀ ବାରମ୍ବାର ବୈମାତୃକ ମନୋଭାବର ଶୀକାର ହେଉଥିବା ଅଭିଯୋଗ ହୋଇଥିଲା । ସମାନ କାମକୁ ସମାନ ଦରମା ନିଷ୍ପତି ନେବା ପାଇଁ ସଂଘ ଦାବି କରିଛି । ସରକାରଙ୍କ ଏହି ମନମୁଖୀ ନୀତି ବିରୁଦ୍ଧରେ ସଂଗଠନ ଇତି ମଧ୍ୟରେ ରାଜ୍ୟର ସମସ୍ତ ବିଧାୟକ / ବିଧାୟିକା, ବିଭାଗୀୟ ଅଧିକାରୀଙ୍କୁ ସାକ୍ଷାତ କରି ପ୍ରତିବାଦ ସ୍ୱରୂପ ଦାବିପତ୍ର ଦେଇଛି ।
ଗତ ୨୦୨୧ ଡିସେମ୍ବର ୩୧ରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ନିଷ୍ପତ୍ତି ଅନୁଯାୟୀ ୪୮୮ ଓ ୬୬୨ ବର୍ଗ କଲେଜ ଗୁଡିକର ଅଧ୍ୟାପକମାନେ ସମାନ ଦରମା ପାଇବା ପାଇଁ ସ୍ଥିରିକୃତ ହୋଇଥିଲା ଏବଂ ସେହି ଆଧାରରେ ନିଦେ୍ର୍ଦଶନାମା ପ୍ରକାଶ ପାଇଥିଲା । ଏହାର ୮ ମାସ ପରେ କ’ଣ ପାଇଁ ଓ କେଉଁ ଉଦେ୍ଦଶ୍ୟରେ ଏଥିରେ ତାରତମ୍ୟ କରାଯାଇ ୪୮୮ ବର୍ଗ କଲେଜ ଅଧ୍ୟାପକଙ୍କୁ ୬୬୨ ବର୍ଗ ଅଧ୍ୟାପକଙ୍କ ଠାରୁ ୬ ହଜାର ଅଧିକ ଦରମା ଦେବା ପାଇଁ ନିଷ୍ପତ୍ତି ହୋଇଛି ତାହା ସମସ୍ତଙ୍କୁ ବିସ୍ମିତ କରୁଛି । ୪୮୮ ବର୍ଗ ପିଇଟି, ଡେମାନ୍ଷ୍ଟ୍ରେଟର, ଲାଇବ୍ରେରିଆନ୍ ଓ ସ୍କୁଲ ଶିକ୍ଷକଙ୍କଠାରୁ ମଧ୍ୟ ୪ ହଜାର କମ୍ ଦରମା ପାଇବେ । ସର୍ବୋପରି ଏଭଳି ପାର୍ଥକ୍ୟ ଭିତ୍ତିକ କୌଣସି ଅନୁଦାନ ନୀତିକୁ ଗ୍ରହଣ କରାଯିବ ନାହିଁ ବରଂ ଆବଶ୍ୟକ ହେଲେ ଏହାକୁ ପ୍ରତ୍ୟାଖ୍ୟାନ କରି ନ୍ୟାୟ ପାଇବା ପର୍ଯ୍ୟନ୍ତ ଆନେ୍ଦାଳନକୁ ତୀବ୍ର କରାଯିବ ।