ଲଘୁଚାପ ଆଣୁଛି ଲଗାଣ ବର୍ଷା

ଭୁବନେଶ୍ୱର, ୧୮ା୯ (ବୁ୍ୟରୋ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ପଶ୍ଚିମ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଗତ ଶନିବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରବିବାର ପୂର୍ବ-କେନ୍ଦ୍ରୀୟ ପାଶ୍ୱର୍ବର୍ତ୍ତୀ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୫.୮ କିମି ଉଚ୍ଚତା ଯାଏଁ ବ୍ୟାପିଛି । ଘୂର୍ଣ୍ଣିବଳୟଟି କ୍ରମଶଃ ଅଧିକ ଘନୀଭୂତ ହେଉଥିବାବେଳେ ପ୍ରଭାବରେ ୨୦ ତାରିଖ ଅର୍ଥାତ୍ ମଙ୍ଗଳବାର ବେଳକୁ ପଶ୍ଚିମ-କେନ୍ଦ୍ରୀୟ ପାଶ୍ୱର୍ବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତାକାଲିଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା (୭ରୁ ୨୦ସେମି) ରହିଥିବାବେଳେ ୨୦ରୁ ୨୨ ତାରିଖ ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଅନୁଭୂତ ହେବ ।
୨୦ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ଅନୁଭୂତ ହେବ । ଏନେଇ ଏକାଧିକ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ବର୍ଷାର ପ୍ରଭାବ ଆସନ୍ତା ୨୪ ଯାଏ ରାଜ୍ୟରେ ଦେଖିବାକୁ ମିଳିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି । ଆସନ୍ତାକାଲି ୪ ଜିଲ୍ଲା ଯଥା ଗଞ୍ଜାମ, ପୁରୀ, କନ୍ଧମାଳ ଓ କଳାହାଣ୍ଡିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ୧ଠ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଜିଲ୍ଲାଗୁଡ଼ିକ ମଧ୍ୟରେ ଗଜପତି, ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଖେଶର୍ଦ୍ଧା, କଟକ, ଜଗତସିଂହପୁର, ନୟାଗଡ଼ ଓ କେନ୍ଦ୍ରାପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ସେହିପରି ଆସନ୍ତା ୨୦ ତାରିଖ ଦିନ ୬ ଜିଲ୍ଲା ଯଥା; ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର ଓ ନୟାଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି । ଅନୂରୁପ ଭାବେ ଗଞ୍ଜାମ, ଖୋର୍ଦ୍ଧା, କଟକ, ଢ଼େଙ୍କାନାଳ, ଅନୁଗୁଳ, ଦେଓଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ ଓ ନୂଆପଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୨୧ ତାରିଖ ଦିନ ମଧ୍ୟ ଏକାଧିକ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ରହିଛି । ସମୟାନୁକ୍ରମେ ଏହି ୱାର୍ଣ୍ଣିଂ ବଦଳିବ ବୋଲି ଆଞ୍ଚଳିକ ପାଣିପାଗ ବିଶେଷଜ୍ଞମାନେ ମତ ରଖିଥିବାବେଳେ ଚଳିତ ମାସର ଦ୍ୱିତୀୟ ଲଘୁଚାପ ଭାରି ବର୍ଷା କରାଇବ ବୋଲି ମତ ପ୍ରକାଶ ପାଇଛି । ଏହା ପର୍ଯ୍ୟାୟକ୍ରମେ ରାଜ୍ୟର ଏକାଧିକ ଜିଲ୍ଲାରେ ବର୍ଷା କରାଇବ । ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସ୍ଥାନେ ସ୍ଥାନେ ଭୁସ୍ଖଳନ ସହ ପା÷ାଡ଼ିଆ ଅଞ୍ଚଳରେ ମାଟି ଅତଡ଼ା ଖସିବା ସହ ପାହାଡ଼ ଖସିପାରେ । କଚ୍ଚା ଘର କ୍ଷତିଗ୍ରସ୍ତ ହେବା ସହ ତଳି ଅଞ୍ଚଳରେ ପାଣି ଜମାହେବା, ଟ୍ରାଫିକ୍ ସମସ୍ୟା ଉପୁଜିବା ଆଦି ସମସ୍ୟା ଦେଖାଦେଇପାରେ । ତେଣୁ ଏଥିପ୍ରତି ସତସର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି ।
ସେପଟେ ଦେଶର ପଶ୍ଚିମ ପଟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଅପସରଣ ବାଟ ଫିଟିଛି । ଆସନ୍ତା ୩ ଦିନ ମଧ୍ୟରେ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ ବୋଲି ଭାରତୀୟ ପାଣିପାଗ ସଂସ୍ଥାନ (ଆଇଏମ୍ଡି) ସୂଚନା ଦେଇଛି । ହେଲେ ବଙ୍ଗୋପସାଗରରେ ଲାଗି ରହିଥିବା ବଳଶାଳୀ ଘୁର୍ଣ୍ଣିବଳୟ ଓ ଲଗାଣ ବର୍ଷା କାରଣରୁ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ବିଳମ୍ବ ହେବ ବୋଲି ଆକଳନ କରାଯାଇଛି । ଅକ୍ଟୋବର ପ୍ରଥମରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ । ଅକ୍ଟୋବର ମାସରେ ଲଗାତାର ଘୁର୍ଣ୍ଣିବଳୟ ସୃଷ୍ଟି ଆଶଙ୍କା ଥିବାବେଳେ ମୌସୁମୀ ବାୟୁ ଅପସରଣ ବିଳ୍ୱ ହେବ ବୋଲି ପୂର୍ବାକଳନ କରାଯାଇଛି । ଅନ୍ୟପଟେ ରାଜ୍ୟରେ ଚଳିତ ମୌସୁମୀରେ ବର୍ଷା ପରିମାଣ ସ୍ୱାଭାବିକ୍ଠୁ ୨% ଅଧିକ ରହିଛି । କେବଳ ଭଦ୍ରକ ବ୍ୟତୀତ ଅନ୍ୟ ସବୁ ଜିଲ୍ଳାରେ ସ୍ୱାଭାବିକ ବର୍ଷା ହୋଇଛି । ଏବେ ରାଜ୍ୟକୁ ଲଗାଣ ବର୍ଷା ସମ୍ଭାବନା ଥିବାରୁ ଭଦ୍ରକର ନିଅଣ୍ଟିଆ ବର୍ଷା ସ୍ଥିତି ଦୂର ହେବ ବୋଲି ପାଣିପାଗ ବିଶେଜ୍ଞ ଆଶଙ୍କା କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *