ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ

୫-ଟି ବିଦ୍ୟାଳୟରେ ଶିକ୍ଷକ ଅଭାବ
ଅସ୍ତରଙ୍ଗ (ଆପ୍ର): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ତାଳଦା ପଞ୍ଚାୟତରେ ଏକମାତ୍ର ପଢ଼ିଆରୀ ନୋଡାଲ୍ ବିଦ୍ୟାପୀଠ ଏଡ଼ବାଂଶ ବିଦ୍ୟାଳୟ ରହିଛି । ସରକାରଙ୍କ ୫-ଟି ଯୋଜନାରେ ଏହି ସ୍କୁଲ୍ ସାମିଲ ହୋଇ କାର୍ଯ୍ୟ ଶେଷ ହୋଇଛି । ଏହି ସ୍କୁଲ୍ରେ ପ୍ରାୟ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପାଖରେ ଆଉ କୌଣସି ସରକାରୀ ବା ବେସରକାରୀ ସ୍କୁଲ୍ ନ ଥିବାରୁ ସମସ୍ତ ପଞ୍ଚାୟତର ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଏହି ପଢ଼ିଆରୀ ବିଦ୍ୟାପୀଠରେ ପାଠ ପଢ଼ାନ୍ତି । କିନ୍ତୁ ଦୁଃଖର ବିଷୟ ଏହି ସ୍କୁଲ୍ରେ ଆଜକୁ ଦୀର୍ଘ ଦିନ ଧରି ପ୍ରଧାନ ଶିକ୍ଷକ, କିରାଣି ଓ ପିଅନ୍ମାନଙ୍କ ପଦ ଖାଲି ପଡ଼ିଛି ।
ସେହିପରି ଶିକ୍ଷକ ପଦ ମଧ୍ୟ ଆବଶ୍ୟକ ଠାରୁ କମ୍ ରହିଛି । କେତେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଜର ପ୍ରଭାବ ବିସ୍ତାର କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଧରି ଏହି ସ୍କୁଲ୍ରୁ ଅନ୍ୟତ୍ର ବଦଳି ପାଇଁ ଉଦ୍ୟମ କରୁଛନ୍ତି । ଫଳରେ ପାଠପଢ଼ାରେ ନାନା ବ୍ୟାଘାତ ସୃଷ୍ଟି ହେବ । ଏଣୁ ସମସ୍ତ କର୍ମଚାରୀ ପଦପୂରଣ କରିବା ସହିତ ଏଠାରୁ ଅନ୍ୟତ୍ର ଯିବା ପାଇଁ ମସୁଧା କରୁଥିବା କର୍ମଚାରୀଙ୍କୁ ବଦଳି ନ କରିବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *