ପୋତାଗଡ଼ ଦୁର୍ଗ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ଗଞ୍ଜାମ (ଆପ୍ର): ଶନିବାର ଗଞ୍ଜାମ ସହରରେ ଥିବା ଐତିହାସିକ ପୋତାଗଡ଼ ଦୁର୍ଗ ପରିଦର୍ଶନ କରି ହେବାକୁ ଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା । ଜଳ ସମ୍ପଦ ବିଭାଗ ପକ୍ଷରୁ ବ୍ୟୟ ବରାଦ ହୋଇଥିବା ୬ କୋଟି ୯୪ ଲକ୍ଷ ୯୮ ହଜାର ବ୍ୟୟ ଅଟକଳରେ ହେବାକୁ ଥିବା ଗଡ଼ଖାଇର ପୁନରୁଦ୍ଧାର, ବୋଟିଙ୍ଗ ବ୍ୟବସ୍ଥା, ପ୍ରୋଟେକ୍ସନ ୱାଲ ଏବଂ ସୁଇଚ ଗେଟ୍ ନିର୍ମାଣ ବ୍ୟବସ୍ଥା ରହିଛି । ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ପୋତାଗଡ଼ର ବିଭିନ୍ନ ପାଶ୍ୱର୍ ପରିଦର୍ଶନ କରିବା ସହ ବିଭିନ୍ନ ଆନୁସାଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ସାଂସଦ ଓ ବିଧାୟକ ସମୀକ୍ଷା କରିଥିଲେ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ ବୋଲି ସାଂସଦ ଶ୍ରୀ ସାହୁ ଗଣମାଧ୍ୟମକୁ କହିଥିଲେ । ସମୀକ୍ଷା ବେଳେ ଜଳସମ୍ପଦ ବିଭାଗର ଅôଧକ୍ଷଣ ଯନ୍ତ୍ରୀ ଜୟଦୀପ ପଣ୍ଡା, ଋଷିକୁଲ୍ୟା ଜଳ ସମ୍ପଦ ବିଭାଗ ସହକାରୀ ଅଧିକ୍ଷଣ ଯନ୍ତ୍ରୀ ଅଜିତ କୁମାର ପ୍ରଧାନ, ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ବ୍ଲକ ଅଧ୍ୟକ୍ଷା ଶ୍ରମିଷ୍ଠା ପ୍ରଧାନ, ଏନ୍ଏସି ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକି, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ଗଞ୍ଜାମ ନଗର ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଛତ୍ରପୁର ସଭାପତି ରାକେଶ ରଞ୍ଜନ ଦାସ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ସୁରଥ ପାହାନ, ପୂର୍ବତନ ଉପାଧ୍ୟକ୍ଷ ନୀଳାଞ୍ଚଳ ବାରିକି, ପୁରୁଷୋତ୍ତମ ସାହୁ, ଚନ୍ଦ୍ରଶେଖର ରେଡି, ସ୍ୱାଗତ ଆଶିଷ ନାୟକ, ସୁଜାତା ମହାନ୍ତି, ସଂଯୁକ୍ତ ଦାଶ, ସବିତା ବେହେରା, ରିତାରାଣୀ ମହାରଣା, ରଘୁନାଥ ସାହୁ, ବ୍ଲକ୍ ବିଜେଡି ସଭାପତି ବନବାସୀ ଖୁଣ୍ଟିଆ, ବଟକୃଷ୍ଣ ପଣ୍ଡା, ମହାଲକ୍ଷ୍ମୀ ନାୟକ ପ୍ରମୁଖ କାଉନ୍ସିଲର ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ସେହିପରି ନୂତନ ପୋଡ଼ମପେଟା ଓଡ଼ିଆରପି କଲୋନୀକୁ ସଂଯୋଗ କରୁଥିବା ସେତୁ, ହୁମ୍ମା ଶୁଖୁଆ ହାଟ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବା ସହ ଅତିଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *