କେବେ ସରିବ ପାନୀୟଜଳ ପ୍ରକଳ୍ପ?

୨ ବର୍ଷ କାମ ୫ବର୍ଷ ଗଲାଣି
ଜଗତସିଂହପୁର (ଆପ୍ର) : ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ର ୩୦ ଓ ଏରସମା ବ୍ଲକ୍ ଅଧୀନ ୪ ପଞ୍ଚାୟତର ଜନ ସାଧାରଣଙ୍କ ଲାଗି ପାନୀୟ ଜଳ ସୁବିଧା ପାଇଁ ଆମ୍ବଶାଳ ଠାରେ ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଉଛି । ବିଭାଗ ପକ୍ଷରୁ ପ୍ରାୟ ଶହେ କୋଟିରୁ ଊଦ୍ଧ୍ୱର୍ ଟଙ୍କା ବିନିମୟରେ ଏହି ପ୍ରକଳ୍ପ କାର୍ଯ୍ୟ ଚାଲିଥିଲେ ମଧ୍ୟ ଆଜକୁ ୫ ବର୍ଷ ବିତିଗଲାଣି ପଛେ ପ୍ରକଳ୍ପ କାମ ଶେଷ ହୋଇପାରୁନି । ଏଲ୍ ଆଣ୍ଡ ଟି କମ୍ପାନୀ ଏହାର ନିର୍ମାଣ ଦାୟିତ୍ୱ ନେଇଥିବା ବେଳେ ନଉଗାଁ ବ୍ଲକ୍ ଦେବିଦୋଳ ସ୍ଥିତ ଦେବୀନଦୀ ପାଣିକୁ ପାଇପ ଯୋଗେ ଆମ୍ବଶାଳ ଅଣା ଯାଇ ଏହାକୁ ସବୁ ଅଞ୍ଚଳକୁ ଛଡ଼ା ଯିବାକୁ ଯୋଜନା ରହିଛି । ତେବେ ପ୍ରକଳ୍ପ ଅବଧି ୨ ବର୍ଷ ପାଇଁ ସମୟ ଦିଆଯାଇଥିବା ବେଳେ ୫ବର୍ଷ ପରେ ବି ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁନାହିଁ । ବିଶେଷକରି ବ୍ଲକ୍ର ସମୁଦ୍ରକୂଳବର୍ତ୍ତି ପଞ୍ଚାୟତ କୁଶୁପୁର, ଅନନ୍ତପୁର, ମରିଚପୁର, ନହରଣା, ବରମୁଣ୍ଡଳି, ଓଷକଣା, ଖାଲଗାଁ ଆଦି ପଞ୍ଚାୟତର ଭୂପୃଷ୍ଠ ଜଳ ଲବଣ ଓ ଆଇରନ ଯୁକ୍ତ ହୋଇଥିବାରୁ ଜନସାଧାରଣ ନାନା ରୋଗରେ ପୀଡ଼ିତ ହେଉଛନ୍ତି ।
୨୦୧୭ରେ ପଞ୍ଚାୟତ ନିର୍ବାଚନ ସମୟରେ ଏହି ପାନୀୟ ପ୍ରକଳ୍ପକୁ ମୁଖ୍ୟ ପ୍ରସଙ୍ଗ କରି ଶାସକ ଦଳ ଭୋଟ ହାତେଇବା ସକ୍ଷମ ହୋଇଥିଲା । ୨୦୧୯ ସାଧାରଣ ନିର୍ବାଚନବେଳେ ମଧ୍ୟ ସରକାରୀ ଦଳର ନିର୍ବାଚନ ପ୍ରଚାର ସମୟରେ ଏହି ପାନୀୟ ଜଳ ପ୍ରକଳ୍ପକୁ ମୁଖ୍ୟ ପ୍ରସଙ୍ଗ କରି ଭୋଟ୍ ହାତେଇ ଥିଲେ । ହେଲେ ବର୍ତମାନ ସୁଦ୍ଧା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟ ଠାରୁ ଅଧିକ ୩ବର୍ଷ ବିତି ଯାଇ ଥିଲେ ବି ନିର୍ମାଣ ଶେଷ ନହେବା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ ଉଠିଛି । ଅଧୀକ୍ଷଣ ଯନ୍ତ୍ରୀ କିଶୋର କୁମାର କବି କୁହନ୍ତି, ପ୍ରକଳ୍ପର କାର୍ଯ୍ୟ ଡିସେମ୍ବର ୨୦୨୨ରେ ଶେଷ ହେବ । ପ୍ରକାଶ ଥାଉକି, ଗତ ୨୦୨୧ ଡିସେମ୍ବର ମାସରେ ଶେଷ ହେବ ବୋଲି ପ୍ରକାଶ କରିଥିବା ବେଳେ, ପୁନର୍ବାର ୨୦୨୨ ଡିସେମ୍ବରରେ ଶେଷ ହେବା ମନ୍ତବ୍ୟକୁ ନେଇ ସନେ୍ଦହ ସୃଷ୍ଟି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *