ମାର୍ଚ୍ଚ ସୁଦ୍ଧା ବରମୁଣ୍ଡା ଟର୍ମିନାଲ୍ କାର୍ଯ୍ୟକ୍ଷମ

ଭୁବନେଶ୍ୱର (ବୁ୍ୟରୋ): ଦ୍ରୁତଗତିରେ ଆଗେଇ ଚାଲିଛି ବରମୁଣ୍ଡା ବସ୍ ଟର୍ମିନାଲର ନିର୍ମାଣ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶ କ୍ରମେ ୫ଟି ସଚିବ ଭିକେ ପାଣ୍ଡିଆନ ରବିବାର ଟର୍ମିନାଲର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ମାର୍ଚ୍ଚ ୨୦୨୩ ସୁଦ୍ଧା ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ୍ (ଆଇଏସ୍ବିଟି) ବରମୁଣ୍ଡା କାମ ଶେଷ କରିବାକୁ ୫ଟି ସଚିବ ନିଦେ୍ର୍ଦଶ ଦେଇଛନ୍ତି । ଏଥିସହ ଅପରାହ୍ନରେ ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂହଙ୍କ ସହ ବରମୁଣ୍ଡା ଯାଇ ଆଇଏସ୍ବିଟି ଓ ବସ୍ ଡିପୋର ଅଗ୍ରଗତି ସମୀକ୍ଷା କରିଛନ୍ତି ।
ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୧୮୦ କୋଟି ଟଙ୍କା ବ୍ୟୟରେ ଟର୍ମିନାଲର କାର୍ଯ୍ୟ ଚାଲିଛି । ଏନେଇ ୧୧.୪୮ ଏକର ଜମି ଉପରେ ନିର୍ମିତ ଆଇଏସ୍ବିଟି ବରମୁଣ୍ଡାରେ ପାର୍କିଂ, ଏଟିଏମ୍, ଫୁଡ଼ କୋର୍ଟ, ରେଷ୍ଟୁରାଣ୍ଟ, ଦୋକାନ, କମର୍ସିଆଲ ସ୍ପେସ ପରି ଅତ୍ୟାଧୁନିକ ବ୍ୟବସ୍ଥା କରାଯାଉଛି । ସେଠାରୁ ଶହେରୁ ଅଧିକ ବସ୍ ଚଳାଚଳ ବ୍ୟବସ୍ଥା କରାଯାଇଛି । ଏନେଇ ଡିପୋ କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଇଏସ୍ବିଟିର କାମ ଅଗ୍ରଗତି ଅଛି । ଭୁବନେଶ୍ୱର ବସ୍ ଟର୍ମିନାଲ ରାଜ୍ୟର ବ୍ୟସ୍ତ ବସ ଟର୍ମିନାଲ । ପ୍ରତିଦିନ ଏଠାରୁ ଦେଶ ଓ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଶହ ଶହ ବସ ଚଳାଚଳ କରିଥାଏ । ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି ୫-ଟି ଉପକ୍ରମରେ ଏହି ବସ୍ ଟର୍ମିନାଲର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନିଦେ୍ର୍ଦଶ ଅନୁଯାୟୀ କାମ ଚାଲିଥିବା ଏହି ଅବସରରେ ପ୍ରକାଶ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *