ଅପରେସନ୍ ହ୍ୱାଇଟ୍ ସ୍ପାଇଡର୍ ଜୋର୍ଦାର
ଭୁବନେଶ୍ୱର (ବୁ୍ୟରୋ): ଆକ୍ସନ ମୋଡ଼ରେ କମିଶନରେଟ୍ ପୁଲିସ । ଜୋରଦାର ହେଉଛି ଅପରେସନ ହ୍ୱାଇଟ ସ୍ପାଇଡର । ପାର୍ବଣ ପୂର୍ବରୁ ଅପରାଧୀ ଓ ନିଶା କାରବାର ଉପରେ ରୋକ ଲଗାଇବାକୁ ଡ୍ରାଇଭ ଜାରି ଥିବାବେଳେ ପୁଣି ନିଶା ବେପାରୀଙ୍କ ଘର ଭାଙ୍ଗୁଛି ପୁଲିସ । ୨ ନିଶାରାଣୀ ଅନ୍ନପୂର୍ଣ୍ଣା ବେହେରା ଓ ରଞ୍ଜୁ ନାୟକର ଘର ଭଙ୍ଗାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ଏହି କ୍ରମରେ ଶନିବାର ବିଡିଏ ଓ କମିଶନରେଟ୍ ପୁଲିସ୍ର ମିଳିତ ଟିମ୍ ଦ୍ୱାରା ନାରାୟଣୀ ବସ୍ତିରେ ଥିବା ନିଶା ମାଫିଆ ରଞ୍ଜୁର ଘର ଭଙ୍ଗାଯାଇଛି । ଚନ୍ଦୁ ହତ୍ୟାକାଣ୍ଡ ଘଟଣାର ମାଷ୍ଟର ମାଇଣ୍ଡ ରଞ୍ଜୁ ଘରେ ବୁଲଡ୍ରୋଜର ଲଗାଇ ଭଙ୍ଗା ଯାଇଛି । ରଞ୍ଜୁ ଓ କାହ୍ନାକୁ ବୁଧବାର ପୁଲିସ ଗିରଫ କରିଥିଲା ।
ଅନ୍ୟପଟେ ଭୁବନେଶ୍ୱରରେ ଥିବା ଡ୍ରଗ୍ସ ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଖୁବଶୀଘ୍ର ସେମାନଙ୍କ ଘର ସବୁ ଭଙ୍ଗାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି । ଡ୍ରଗ୍ସ ମାଫିଅ ।ଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଜାରି ରଖିବ କମିଶନରେଟ ପୁଲିସ । ଗତ ୨୪ ଘଣ୍ଟା ଭିତରେ ରାଜଧାନୀରୁ ୧୧ ନିଶା ବେପାରୀ ଗିରଫ ହୋଇଥିବାବେଳେ ମୋଟ୍ ୧୫ ଜଣଙ୍କୁ ୨ ଦିନରେ ଗିରଫ କରାଯାଇଛି । ଏଥିସହ ୧୪୭ ଗ୍ରାମ୍ର ବ୍ରାଉନ୍ସୁଗାର ଜବତ ହୋଇଛି । ସମସ୍ତଙ୍କୁ କୋର୍ଟ ·ଲାଣ କରାଯାଇଛି । ସେହିପରି ୪ ଜଣ ଗଞ୍ଜେଇ ବେପାରୀ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ୫ କେଜି ଗଞ୍ଜେଇ ଜବତ ହୋଇଥିବାବେଳେ ୬ ଥାନା ଅଞ୍ଚଳରେ ଚଢଉ ହୋଇଛି । ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଡିସିପି କହିଛନ୍ତି ।