ମାଟିରେ ମିଶିଲା କିଶୋର ହୋଟେଲ୍

ଭୁବନେଶ୍ୱର (ବୁ୍ୟରୋ): ପ୍ରଥମେ ନିୟମ ଉଲ୍ଳଘଂନ, ତା’ ପରେ କାର୍ଯ୍ୟାନୁଷ୍ଠାନ । ମାଟିରେ ମିଶିଲା ଭୁବନେଶ୍ୱର ପ୍ରସିଦ୍ଧ କିଶୋର ଭାଇନା ମଟନ ହୋଟେଲ । ଉଭୟ ବିଏମସି ଓ ବିଡିଏ ମିଳିତ ଭାବେ ଚଢ଼ଉ କରି ଶୁକ୍ରବାର କିଶୋର ଭାଇନା ହୋଟେଲ ଉପରେ ବୁଲଡୋଜର ଚଲାଇଛି । ଦୁର୍ଗା ପୂଜା ପୂର୍ବରୁ ବିଏମ୍ସି ତରଫରୁ ବିଭିନ୍ନ ହୋଟେଲରେ ଚଢ଼ଉ କରାଯାଇ ଖାଦ୍ୟର ମାନ ପରଖା ଯାଉଛି । ଏହିକ୍ରମରେ ଗତ ବୁଧବାର ବିଏମ୍ସି ଓ ବିଡିଏ ପକ୍ଷରୁ ଆଚାର୍ଯ୍ୟ ବିହାରସ୍ଥିତ ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା କିଶୋର ଭାଇନାଙ୍କ ମଟନ ହୋଟେଲ ଉପରେ ଚଢ଼ଉ କରାଯାଇଥିଲା । ଚଢ଼ଉ ବେଳେ କିଶୋର ଭାଇନାଙ୍କ ଫୁଡ ଲାଇସେନ୍ସ ନବୀକରଣ ହୋଇ ନ ଥିବା ଜଣାପଡ଼ିଥିଲା । ଏହାବାଦ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଥିବାବେଳେ ଖାଦ୍ୟର ମାନ ନିମ୍ନମାନର ଥିଲା । କେବଳ ସେତିକି ନୁହେଁ, ଖାଦ୍ୟରେ ନିମ୍ନମାନର ସସ୍ ଓ ରଙ୍ଗ ମଧ୍ୟ ମିଶାଯାଉଥିବା ତଦନ୍ତ ସମୟରେ ଜଣାପଡ଼ିଲା ।
ଏନେଇ ବିଏମସି କମିସନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, ନିଦ୍ଦିଷ୍ଟ କୌଣସି ବ୍ୟବସାୟିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଉନି । ସ୍ୱଚ୍ଛତା, ପରିମଳ, ଟ୍ରାଫିକ ସମସ୍ୟା, ଜବରଦଖଲ, ଫୁଡ଼ ଲାଇସେନ୍ସ କିମ୍ବା ଟ୍ରେଡ଼ ଲାଇସେନ୍ସ ନଥିବା ସଂସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି । ଦୂରଦର୍ଶନ ଅଫିସ ନିକଟ ରାସ୍ତାକଡ଼ରେ ଜବରଦଖଲ ସହ ପରିବେଶ ନଷ୍ଟ ନେଇ ଅଞ୍ଚଳବାସୀଙ୍କ ଠାରୁ ପୂର୍ବରୁ ବହୁ ଅଭିଯୋଗ ଥିଲା । ଯେକେହି ନିୟମ ଖିଲାପ କଲେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉକ୍ତ ଦୋକାନକୁ ପୂର୍ବରୁ ନୋଟିସ ଦିଆଯାଇଥିଲା । କିନ୍ତୁ ଏହାର ମାଲିକ ଖିଲାପ କରିଥିଲେ । ଖାଦ୍ୟ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଥିବା କମିଶନର କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *