ଧସିଲା ୫ଠ ଫୁଟର ପଥର ପ୍ୟାକିଂ

ରଙ୍ଗଣୀ ସର୍କିଟ୍ ବିପଦସଙ୍କୁଳ
ରାଜନଗର (ଆପ୍ର): ରାଜନଗରର ଅନ୍ୟତମ ପ୍ରମୁଖ ଲୁଣା ଘେରିବନ୍ଧ ରଙ୍ଗଣୀ ସର୍କିଟ ପ୍ରତି ବିପଦ ସୃଷ୍ଟି ହୋଇଛି । ରଙ୍ଗଣୀ ସର୍କିଟର ପ୍ରଭାତି ନିକଟରେ ରିଟର୍ଣ୍ଣିଂ ୱାଲ୍ ଭାଙ୍ଗି ପଥର ପ୍ୟାକିଂ ଧସେଇ ପଡିଛି । ପ୍ରାୟ ୫୦ ଫୁଟ ଲମ୍ବର ପଥର ପ୍ୟାକିଂ ଓ ରିଟର୍ଣ୍ଣିଂ ୱାଲ ଭୁଶୁଡି ପଡିବା ଯୋଗୁଁ ଲୁଣା ଘେରିବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି । ଗତ ୫ ବର୍ଷ ତଳେ ଏନ୍ସିଆର୍ଏମ୍ପି ଯୋଜନାରେ ଏହି ଲୁଣା ଘେରି ବନ୍ଧ ନିର୍ମାଣ ହୋଇଥିଲା । ଏହା ଧସେଇ ପଡିବା ଯୋଗୁଁ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି ହୋଇଛି । ଗତକାଲି ରାତିରେ ଜୁଆର ମାଡ଼ରେ ଧସେଇ ପଡିବା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅଶୋକ ପ୍ରତିହାରୀ, ରାଜନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ଉପାଧ୍ୟକ୍ଷ ଗଣେଷ ଚନ୍ଦ୍ର ଗୁଡିଆ ପ୍ରମୁଖଙ୍କ ସହିତ ସ୍ଥାନୀୟ ନେତୃମଣ୍ଡଳୀ ପହଞ୍ଚô ସ୍ଥିତି ଅନୁଧ୍ୟାନ କରିଛନ୍ତି । ଯୁଦ୍ଧକାଳୀନ ଭିତିରେ ଏହାକୁ ମରାମତି କରିବାକୁ ତଟବନ୍ଧ ବିଭାଗର ନିର୍ବାହୀଯନ୍ତ୍ରୀଙ୍କ ସହିତ ବିଧାୟକ ଆଲୋଚନା କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *