ଚାଷୀଙ୍କୁ ସମୃଦ୍ଧ କରାଉଛି ପାଣି ପଞ୍ଚାୟତ ପତ୍ରିକା

ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଶନିବାର ପୂର୍ବାହ୍ଣରେ ଜଳ ଓ ଭୂମି ପରି·ଳନା ପ୍ରତିଷ୍ଠାନ (ୱାଲମୀ) ଆନୁକୂଲ୍ୟରେ ପ୍ରକାଶିତ ପାଣି ପଞ୍ଚାୟତ ସମାଚାର ପତ୍ରିକାର ଶୁଭ ଉନ୍ମୋଚନ କରିଛନ୍ତି । ରାଜ୍ୟ ଜଳସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ ଜଳ ସମ୍ପଦ ବିଭାଗ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ କୃଷକଙ୍କ ପାଇଁ ସୂଚନା ପ୍ରଦାନ ଓ ୱାଲମୀ ଜରିଆରେ ସେମାନଙ୍କ ପ୍ରଶିକ୍ଷଣ ବ୍ୟବସ୍ଥା ସମ୍ପର୍କରେ ଆଲେଖ୍ୟ ପାଣି ପଞ୍ଚାୟତ ସମାଚାର ପ୍ରଦାନ କରିଆସୁଛି ବୋଲି କହିଥିଲେ । ଏହି ପତ୍ରିକା ଚାଷୀଭାଇଙ୍କ ପାଖରେ ସୂଚନା ପହଁଚିବାର ପ୍ରମୁଖ ମାଧ୍ୟମ ହୋଇଛି । ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇଦେବାରେ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରାକୁ କାର୍ଯ୍ୟକାରୀ କରାଯିବାରେ ତୃଣମୂଳସ୍ତରରେ ପହଁ·ଇବା ପାଣି ପଞ୍ଚୟତ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ।
କାର୍ଯ୍ୟକ୍ରମରେ ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ୱାଲମୀ ନିଦେ୍ର୍ଦଶକ ଇଂ. କୃଷ୍ଣଚନ୍ଦ୍ର ମହାନ୍ତି, ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅର୍ଚ୍ଚନା ପଟ୍ଟନାୟକ, ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଭକ୍ତ ରଞ୍ଜନ ମହାନ୍ତିଙ୍କ ସମେତ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ, ଯନ୍ତ୍ରୀ ଏବଂ ୱାଲମୀର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *