ପୂର୍ବତନ ରେଳବାଇ ଚାମ୍ପିଅନ୍ 

ହାଓ ବରିଷ୍ଠ ପୁରୁଷ ହକି ଚାମ୍ପିଅନ୍ସିପ୍ସ
ଭୁବନେଶ୍ୱର, ୧୭ା୯ (ବୁ୍ୟରୋ): ପୂର୍ବତଟ ରେଳବାଇ କିଟ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ହକି ଆସୋସିଏସନ୍ ଅଫ୍ ଓଡ଼ିଶା (ହାଓ) ଓଡ଼ିଶା ବରିଷ୍ଠ ପୁରୁଷ ହକି ଚାମ୍ପିଅନ୍ସିପ୍ସ ୨୦୨୨ର ପ୍ରଥମ ଚାମ୍ପିଅନ୍ସିପ୍ ମୁକୁଟ ହାସଲ କରିଛି ।
ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମ୍ୟାଚ୍ରେ ରେଳବାଇ ଟିମ୍ ୧-୦ରେ ଖୋର୍ଦ୍ଧାକୁ ହରାଇଛି । ଏହାଛଡ଼ା ତୃତୀୟ/ଚତୁର୍ଥ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚ୍ରେ ସେଲ୍ ଏକାଡେମୀ ୩-୨ରେ ସୁନ୍ଦରଗଡ଼କୁ ହରାଇ କାଂସ୍ୟ ପଦକ ପାଇଛି । ଏହା ପୂର୍ବରୁ ଶୁକ୍ରବାର ପ୍ରଥମ ସେମିଫାଇନାଲ୍ରେ ଆୟୋଜକ ଖୋର୍ଦ୍ଧା ୪-୦ରେ ସେଲ୍ ଏକାଡେମୀକୁ ପରାସ୍ତ କରିଥବା ବେଳେ ଦ୍ୱିତୀୟ ସେମିଫାଇନାଲ୍ରେ ପୂର୍ବତଟ ରେଳବାଇ ୪-୩ରେ ସୁନ୍ଦରଗଡ଼କୁ ମାତ୍ ଦେଇଥିଲା ।
ବିଭିନ୍ନ ଜିଲ୍ଲା, ଏକାଡେମୀ ଓ ଅନୁଷ୍ଠାନଗୁଡ଼ିକରୁ ୫୦୦ରୁ ଅଧିକ ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହା ସଫଳତାର ସହ ଆୟୋଜିତ ହୋଇଥିଲା । ଫାଇନାଲ୍ ପରେ ହାଓର ସଭାପତି ତଥା ହକି ପ୍ରମୋସନ୍ କାଉନ୍ସିଲ୍ର ଅଧ୍ୟକ୍ଷ ଦିଲୀପ ତିର୍କୀ ପ୍ରଥମ ଚାମ୍ପିଅନ୍ ପୂର୍ବତଟ ରେଳବାଇକୁ ଅଭିନନ୍ଦନ ଜଣାଇଥିଲେ ।
ତିର୍କୀ କହିଥିଲେ ଯେ ଏହି ବିଜୟ ଯୁବ ଖେଳାଳିମାନଙ୍କୁ ହକି ଖେଳିବା ପାଇଁ ପ୍ରେରଣା ଦେବ ଏବଂ ଏଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ ଜାରି ରହିବ, ଯାହା ଖେଳାଳିଙ୍କ ପ୍ରତିଭା ପ୍ରଦର୍ଶନ ଓ ଖେଳର ବିକାଶ କରିପାରିବ । ସେ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ସାଂସଦ ଅଚୁ୍ୟତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଖୋର୍ଦ୍ଧାର ଦିଲୀପ କୁମାର ସା’ ସର୍ବଶ୍ରେଷ୍ଠ ଗୋଲ୍କିପର୍, ସେଲ୍ର କେରୋବିନ୍ ଲାକ୍ରା ସର୍ବଶ୍ରେଷ୍ଠ ଡିଫେଣ୍ଡର୍, ସୁନ୍ଦରଗଡ଼ର ବିଜୁ ଏକ୍କା ସର୍ବଶ୍ରେଷ୍ଠ ମିଡ୍ଫିଲ୍ଡର, ପୂର୍ବତଟ ରେଳବାଇର ସୁନୀଲ ଟପ୍ପୋ ସର୍ବଶ୍ରେଷ୍ଠ ଫର୍ୱାର୍ଡ  ଓ ରୋଶନ୍ କୁଜୁର ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।
ଏହି ପ୍ରତିଯୋଗିତାରୁ ମନୋନିତ ଖେଳାଳିମାନେ ରାଜ୍ୟ ହକି ଶିବିରରେ  ଭାଗ ନେବେ, ଯେଉଁଥିରୁ ହକି ଇଣ୍ଡିଆ ଜାତୀୟ ଚାମ୍ପିଅନ୍ସିପ୍ସ ୨୦୨୩ ପାଇଁ ଓଡ଼ିଶା ଟିମ୍ ଗଠନ କରାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *