ଅପର୍ ଇନ୍ଦ୍ରାବତୀରେ ୬ଠଠ ମେଗାୱାଟ୍ ପମ୍ପ୍ ଷ୍ଟୋରେଜ୍

ଓଡ଼ିଶା ଜଳବିଦୁ୍ୟତ୍ ନିଗମ ଦେଲା ଅନୁମୋଦନ
ଭୁବନେଶ୍ୱର (ବୁ୍ୟରୋ): କଳାହାଣ୍ଡି ଜିଲ୍ଲାସ୍ଥିତ ଅପର ଇନ୍ଦ୍ରାବତୀଠାରେ ୬୦୦ ମେଗାୱାଟ୍ ପମ୍ପ ଷ୍ଟୋରେଜ ନିମନ୍ତେ ଓଡ଼ିଶା ଜଳବିଦୁ୍ୟତ ନିଗମ ଅନୁମତି ପାଇଛି । ନିଗମ ଇନ୍ଦ୍ରାବତୀ ସମେତ ୩୦୦ ମେଗାୱାଟ୍ କ୍ଷମତାସମ୍ପନ୍ନ ଅପର କୋଲାବ ଏବଂ ମାଲକାନଗିରି ଜିଲ୍ଲାର ବାଲିମେଳାଠାରେ ୫୦୦ ମେଗାୱାଟ୍ର ଷ୍ଟୋରେଜ ପମ୍ପ ସକାଶେ ପ୍ରସ୍ତାବ ରଖିଥିଲା । କେନ୍ଦ୍ର ଜଳ କମିଶନ (ସିଡବ୍ଳ୍ୟୁସି) ୬୦୦ ମେଗାୱାଟ୍ ବିଶିଷ୍ଟ ପମ୍ପ ଷ୍ଟୋରେଜ ପାଇଁ ଆନ୍ତଃରାଜ୍ୟ ଅନୁମୋଦନ ପ୍ରଦାନ କରିଛି । ଏଣିକି ଏହି ପ୍ରକଳ୍ପ ନିମନ୍ତେ ବୈଷୟିକ-ଆର୍ଥିକ ଅନୁମୋଦନ ସକାଶେ ଓଏଚ୍ପିସି କେନ୍ଦ୍ର ବିଦୁ୍ୟତ ପ୍ରାଧିକରଣ ନିକଟରେ ଆବେଦନ କରିବ । ଏହା ପ୍ରାପ୍ତ ହେଲା ପରେ ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ବାଟ ଫିଟିବ ।
କଳାହାଣ୍ଡିର ଅଗମ୍ୟ ଅଞ୍ଚଳସ୍ଥିତ ଏହି ପମ୍ପ ଷ୍ଟୋରେଜ ପ୍ରକଳ୍ପର କ୍ଷମତା ୬୦୦ ମେଗାୱାଟ୍ ରହିଛି । ଏଥିରେ ଲାଗିବାକୁ ଥିବା ୪ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ପ୍ରତ୍ୟେକ ଟର୍ବାଇନ୍କୁ ୧୫୦ ମେଗାୱାଟ୍ ବିଦୁ୍ୟତ ଉତ୍ପନ୍ନ ହେବ ଏବଂ ଏହା ଓଡ଼ିଶା ଶକ୍ତି ଗ୍ରୀଡ୍କୁୁ ବାର୍ଷିକ ୧୦୪୦ ମିଳିୟନ୍ ୟୁନିଟ୍ ବିଦୁ୍ୟତ ଯୋଗାଇବ । ସବୁଠାରୁ ଖୁସିର ବିଷୟ ଯେ, ଏହି ପ୍ରକଳ୍ପ ନିମନ୍ତେ କାହାରିକୁ ବାସଚୁ୍ୟତ ହେବାକୁ ପଡ଼ିବ ନାହିଁ । ସ୍ଥାନୀୟ ଅଞ୍ଚଳରେ ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଅର୍ଥନୀତିର ବିକାଶରେ ସହଯୋଗ କରିବ ।
କେନ୍ଦ୍ରୀୟ ଜଳ କମିଶନର ଏହି ମଞ୍ଜୁରୀ ପ୍ରଦାନ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିଛି । ଗ୍ଲାସ୍ଗୋଠାରେ ଆୟୋଜିତ ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କୋପ୍-୨୬ ଅନୁସାରେ କାର୍ବନ୍ ଡାଇଅକ୍ସାଇଡ୍ ନିଗର୍ମନ ଓ କାର୍ବନ ହଟାଇବା ସହ ୨୦୪୭ ସୁଦ୍ଧା ସବୁଜ ଶକ୍ତି ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ଓଡ଼ିଶା ରଖିଥିବା ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର ହେଉଛି ବୋଲି ଏହି ଅବସରରେ ପ୍ରକାଶ ପାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *