ଶ୍ରେଣୀଗୃହ ପାଲଟିଛି ଗୋଦାମ

ସର୍ପାକ୍ରାନ୍ତ ଛାତ୍ର ୧୦୮ରେ ମେଡିକାଲ ସ୍ଥାନାନ୍ତରିତ
କଣ୍ଟାପଡ଼ା (ଆପ୍ର): କଣ୍ଟାପଡ଼ା ବ୍ଲକ୍ ଅନ୍ତର୍ଗତ କମାରସାହି ଗ୍ରାମରେ ଥିବା ଗୋପିନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ସୁନିଲ ପ୍ରଧାନ ନାମକ ଜଣେ ଛାତ୍ର ଶ୍ରେଣୀକକ୍ଷରେ ଏକ ବିଷାକ୍ତ ସାପକାମୁଡ଼ାରେ ଆକ୍ରାନ୍ତ ହୋଇ ୧୦୮ ଆମ୍ବୁଲାନ୍ସ ଯେଗେ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି । ବିବରଣୀ ଅନୁଯାୟୀ ବିଦ୍ୟାଳୟ କକ୍ଷରେ ରଖାଯାଇଥିବା ଆଜବେଷ୍ଟ ସିମେଣ୍ଟ ଆଦି ନାନା ସାମଗ୍ରୀ ଯୋଗୁ ପରିବେଶ ଆବର୍ଜନାମୟ ଗୋଦାମ ସଦୃଶ ହୋଇଛି । ଏହି ସ୍ଥାନରେ ଲୁଚି ରହିଥିବା ଏକ ବିଷାକ୍ତ ସାପ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବାରସାଇଲ ଗ୍ରାମର ଟୁଲୁ ପ୍ରଧାନଙ୍କ ପୁଅ ସୁନିଲ ହାତ ଉପରେ ପଡ଼ିଯାଇଥିଲା । ଫଳରେ ସର୍ପ ନାଳ ତା ହାତସାରା ଲାଗି ଫୁଲି ଯାଇଥିଲା । ୧୦୮ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା ଓ ଆକ୍ରାନ୍ତ ଛାତ୍ରଙ୍କୁ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ଘଟଣାକୁ ·ପିଦେବାକୁ ହୋଇଥିବା ହୀନ ଉଦ୍ୟମ ଶେଷରେ ବିଫଳ ହୋଇଛି । ଏ ନେଇ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ପ·ରିବାରୁ ଏଠାରେ ପ୍ରଚୁର ମାତ୍ରାରେ ସର୍ପ ଅଛନ୍ତି । ବିଭିନ୍ନ ସମୟରେ ସ୍କୁଲ କାର୍ଯ୍ୟାଳୟ ଭିତରକୁ ପଶିଆସନ୍ତି ବୋଲି ସ୍ୱିକାର କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *