ଦଲିଲ ଲେଖକଙ୍କ କଲମଛାଡ଼ ଆନେ୍ଦାଳନ ଜାରି

ରଙ୍ଗେଇଲୁଣ୍ଡା (ଆପ୍ର): ବ୍ରହ୍ମପୁର ଉପକଣ୍ଠରେ ଥିବା କନିଷି ସବ୍ରେଜିଷ୍ଟ୍ରାର ଅଫିସ୍ର ଦଲିଲ ଲେଖକମାନେ ବିଭିନ୍ନ ଦାବିରେ କଲମଛାଡ଼ ଆନେ୍ଦାଳନ ଡାକରା ଦେଇଛନ୍ତି । ଦଲିଲ ଲେଖକମାନେ କନିଷି ସବ୍ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୪ଦିନଧରି ଶାନ୍ତିପୂର୍ଣ୍ଣ ଆନେ୍ଦାଳନ ଜାରି ରହିଛି । କନିଷି ତହସିଲ ଅଧୀନ ଉପନିବନ୍ଧକଙ୍କ କାର୍ଯ୍ୟାଳୟର ଦଲିଲ ଲେଖାଳିଙ୍କ ପକ୍ଷରୁ ବୁଧବାର ଠାରୁ ଆରମ୍ଭ ହୋଇଥିବା କଲମଛାଡ଼ ଆନେ୍ଦାଳନ ଶନିବାର ଚତୁର୍ଥ ଦିନରେ ପହଞ୍ଚôଛି । ମୌଜାର ବେଞ୍ଚମାର୍କ ମୂଲ୍ୟାୟନ ଅହେତୁକ ବୃଦ୍ଧି, ଉପନିବନ୍ଧକଙ୍କ ମନମୁଖି କାର୍ଯ୍ୟକଳାପ ପ୍ରତିବାଦରେ ବୁଧବାର ଠାରୁ ଧାରଣା ଦିଆଯାଇଛି ।
ନୂତନ ନିୟମ ପ୍ରକାରେ ଜଣେ ଗରିବ ଶ୍ରେଣୀର ଲୋକେ ଚାହିଁଲେ ନିଜ ଜମିର କିଛି ଅଂଶକୁ ବିକ୍ରି କରିପାରୁନି । ଏହା ଦ୍ୱାରା ଜମି କିଣା ବିକାରେ ଅଚଳାବସ୍ଥା ଉପୁଜିଛି । ସମସ୍ତ ମୌଜାର ବେଞ୍ଚମାର୍କକୁ ତୁଳନା କଲେ ଚଳିତ ଦୁଇ ବାର୍ଷିକ ମୂଲ୍ୟାୟନ ଅହେତୁକ ବୃଦ୍ଧି କରାଯାଇଛି । ଯାହାକି ସରକାରୀ ବାବୁମାନଙ୍କ ମନମୁଖି କାର୍ଯ୍ୟକଳାପ ଓ ବିଚାରଧାରା ଦ୍ୱାରା ପରିଚାଳିତ ହେଉଛି । ସରକାରୀ ବାବୁମାନେ ଉଚ୍ଚ ପାହ୍ୟା ଅଧିକାରୀଙ୍କୁ ଏହି ଅଞ୍ଚଳର ବିଭ୍ରାନ୍ତିକର ତଥ୍ୟ ଦେଇ ବେଞ୍ଚମାର୍କ ମୂଲ୍ୟାୟନ ଅହେତୁକ ବୃଦ୍ଧି କରି ଅନୁମୋଦିତ କରାଇଛନ୍ତି ବୋଲି ଦଲିଲ ଲେଖାଳି ପ୍ରକାଶ ଜେନା କହିଛନ୍ତି । କନିଷି ଏବଂ ବ୍ରହ୍ମପୁର ଉପନିବନ୍ଧକ କାର୍ଯ୍ୟାଳୟରେ ଦୈନିକ ୬୦ଟି ଦଲିଲ ପଞ୍ଜୀକରଣ ହେବା ପରିବର୍ତ୍ତେ ବର୍ଦ୍ଧିତ ଦର କାରଣରୁ ଏବେ ଦିନକୁ ୧୦ରୁ ୨୦ଟି ଦଲିଲ ପଞ୍ଜୀକରଣ ହେଉଛି । ପରିସ୍ଥିତିରେ ପଡ଼ି ଲୋକେ ଉଚ୍ଚ ଦରରେ ପଞ୍ଜୀକରଣ କରିବାକୁ ବାଧ୍ୟ ହେଉଛନ୍ତି । ଏହି ତହସିଲ ଅଧୀନ ହଳଦିଆପଦର, କନିଷି, ରାଳବ, ରଙ୍ଗିପୁର, ଦୁବପଲ୍ଲୀ ଓ ଅନ୍ୟାନ୍ୟ ମୌଜାର ମୂଲ୍ୟାୟନ ଅହେତୁକ ବୃଦ୍ଧି ଯୋଗୁ କନିଷି ତହସିଲ ଇଲାକାରେ ମଧ୍ୟବିତ୍ତ, ଗରିବ ଶ୍ରେଣୀର ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ରାଜସ୍ୱ ମଧ୍ୟ କ୍ଷତି ଘଟୁଛି । ଦଲିଲ ରେଜିଷ୍ଟ୍ରିକରଣର ତନଖ ସବ୍ରେଜିଷ୍ଟ୍ରାର ଏବଂ ତାଙ୍କ କର୍ମଚାରୀଙ୍କ ହୋଇଥିଲେ ମଧ୍ୟ ସେଥିରେ କୌଣସି ବିବାଦ ଉପୁଜିଲେ ବିନା କାରଣରେ ଦଲିଲ ଲେଖକଙ୍କୁ ଦାୟୀ କରାଯାଉଛି । ସେହିପରି ତ୍ରୁଟିପୂର୍ଣ୍ଣ ବେଞ୍ଚମାର୍କର ସୁଧାର ପାଇଁ ଦାବି କରିଛନ୍ତି । ଉକ୍ତ ଦାବି ଉପରେ ଗୁରୁତ୍ୱାରୋପ କରି ଖୁବ୍ଶୀଘ୍ର ଏହି ସମସ୍ୟା ଗୁଡିକର ସମାଧାନ କରିବା ପାଇଁ ଦାବି ହୋଇଛି । ବରିଷ୍ଠ ଲେଖାଳି ପ୍ରକାଶ ଚନ୍ଦ୍ର ଜେନା, ମହେଶ୍ୱର ପାତ୍ର, ଅଶୋକ କୁମାର ମହାପାତ୍ର, ଅର୍ଜୁନ ଗୌଡ, ସନ୍ତୋଷ କୁମାର ସାହୁ, ବିଶ୍ୱମ୍ବର ପାତ୍ରଙ୍କ ସମେତ ବହୁ ଦଲିଲ ଲେଖାଳି ଏବଂ ଆଇନ୍ଜୀବୀ ଏହାକୁ ସମର୍ଥନ କରିବା ସହ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *