ବଜ୍ରାଘାତରେ ଜଣେ ମୃତ, ୩ ଗୁରୁତର

ବାରିପଦା (ଆପ୍ର): ମୃତୁ୍ୟ ଯେ କେତେବେଳେ ଆସିବ କହି ହେବ ନାହିଁ । ଫୁଟ୍ବଲ୍ ଖେଳ ଦେଖୁ ଦେଖୁ ବଜ୍ରପାତରେ ଜଣକ ଜୀବନ ଚାଲିଯାଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ରଜାବସା ପଞ୍ଚାୟତ ଅନ୍ତର୍ଗତ ବାଉରା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ଗ୍ରାମର ରାତାଇ ମୁର୍ମୁଙ୍କ ପୁଅ ଅଶୋକ ମୁର୍ମୁ (୩୦) ଫୁଟ୍ବଲ୍ ଖେଳ ଦେଖିବା ସମୟରେ ବର୍ଷା ସହ ବଜ୍ରାପାତ ହୋଇଥିଲା । ଏହି ବଜ୍ରାପାତରେ ଘଟଣା ସ୍ଥଳରେ ଅଶୋକ ଟଳି ପଡ଼ିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ବଡ଼ ଭାଇ ପ୍ରଦୀପ ମୁର୍ମୁ ଓ ମାମୁଁ ପୁଅ ଭାଇ ଦିନା ମାର୍ଣ୍ଡି ଅଶୋକଙ୍କୁ ବାରିପଦା ପିଆର୍ଏମ୍ ହସ୍ପିଟାଲ୍କୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ତିନି ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା ।
କିଛି ବର୍ଷ ପୂର୍ବେ ଅଶୋକ ବିବାହ କରିଥିଲେ । ଏହି ଘଟଣାକୁ ନେଇ ଅଞ୍ଚଳ ସ୍ତବ୍ଧ ହୋଇଯାଇଛି । ତେବେ ସରକାରଙ୍କ ତରଫରୁ ମିଳୁଥିବା ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ପରିବାର ବର୍ଗ । ବାରିପଦା ସଦର ଥାନା ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *