ବାୟୁବୀରଙ୍କ ଚିତ୍ତାକର୍ଷକ ସୋ’

ଭୁବନେଶ୍ୱର, ୧୬ା୯ (ବୁ୍ୟରୋ): ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି “ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ଶୁକ୍ରବାର ଭୁବନେଶ୍ୱର ଉପକଣ୍ଠ ଜରିପାଟଣା ନିକଟସ୍ଥ ବାଲିଯାତ୍ରା ପଡିଆରେ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍ ଆକାଶମାର୍ଗରେ ଦୁଃସାହସିକ ତଥା ଚିତ୍ତାକର୍ଷକ ସମରକଳା ପ୍ରଦର୍ଶନ କରିଛନ୍ତି । ସକାଳ ୧୦ଟା ୧୮ରେ ପ୍ରଦର୍ଶନୀ ସ୍ଥଳରେ ସୂର୍ଯ୍ୟକିରଣ ଟିମର ୯ ହକ୍ ଏୟାର ଉଡାଜାହାଜ କୁଆଖାଇ ନଦୀ ଉପରେ ବିଭିନ୍ନ ପ୍ରକାର ସାହସିକତା ପ୍ରଦର୍ଶନର ସହ ବିମାନ ଉଡାଇଥିଲେ । ଯାହାକୁ ନଦୀର ଉଭୟ ପାଶ୍ୱର୍ରେ ଥିବା ଲକ୍ଷାଧିକ ଜନସାଧାରଣ ଉପସ୍ଥିତ ରହି ମନଭରି ଉପଭୋଗ କରିଥିଲେ । ଭାରତୀୟ ବାୟୁସେନାର ପରିଚାଳନାରେ ରାଜ୍ୟ ପ୍ରଶାସନର ବିଭିନ୍ନ ବିଭାଗର ସହଯୋଗରେ ଏହି ଏୟାର ସୋ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ, ବିଭିନ୍ନ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ବହୁସଂଖ୍ୟାରେ ଯୋଗଦେଇଥିଲେ ।
ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ଜାତୀୟ ପତାକା ଧରି ‘ମା ତୁଝେ ସଲାମ’ ଦେଶାତ୍ମବୋଧ ସଙ୍ଗୀତର ଧୂନ ତାଳେ ତାଳେ ସୂର୍ଯ୍ୟକିରଣ ଟିମ୍କୁ ସ୍ୱାଗତ କରିଥିଲେ । ସ୍କ୍ୱାଡର୍ଣ୍ଣ ଲିଡର ଏ. ସାଲାରିଆ, ସ୍କ୍ୱାଡର୍ଣ୍ଣ ଲିଡର ପି.ଭରଦ୍ୱାଜ, ଉଇଙ୍ଗ କମାଣ୍ଡର ଏ.ଯାଦବ, ଗ୍ରୁପ୍ କ୍ୟାପଟେନ୍ ଜି.ଏସ୍.ଧିଲନ, ଉଇଙ୍ଗ କମାଣ୍ଡର ଆର୍.ବରଡୋଲୋଲ, ଉଇଙ୍ଗ କମାଣ୍ଡର ଏ.ଗାଓକର, ସ୍ୱାଡର୍ଣ୍ଣ ଲିଡର ଡି.ଗର୍ଗ, ସ୍ୱାଡର୍ଣ୍ଣ ଲିଡର ଏମ୍ ଭାଲା, ସ୍ୱାଡର୍ଣ୍ଣ ଲିଡର ଏ.ଗର୍ଗ, ସ୍କ୍ୱାଡର୍ଣ୍ଣ ଲିଡର ଏଚ୍.ସିଂ, ଉଇଙ୍ଗ କମାଣ୍ଡର ଏନ୍. ନେଗୀ, ସ୍କ୍ୱାଡର୍ଣ୍ଣ ଲିଡର ସୁଦରର୍ଶନ, ଉଇଂ କମାଣ୍ଡର ଏ. ପ୍ରସାଦ ,ସ୍କାଡର୍ଣ୍ଣ ଲିଡର ଏଚ୍, ଚନେ୍ଦଲ, ଉଇଙ୍ଗ କମାଣ୍ଡର ଏନ୍. ରାଇନା (ସିନିୟର ଟେକ୍ନିକାଲ ଅଫିସର), ସ୍କ୍ୱାଡର୍ଣ୍ଣ ଲିଡର ଏସ୍. ଦୟାଲ (ଇଂଜିନିୟରିଂ ଅଫିସର), ଫ୍ଲାଇଟ୍ ଲେଫ୍ଟନା ଆର୍. ଗୁରୁଙ୍ଗ ପ୍ରମୁଖ ଆକାଶ ମାର୍ଗରେ ଏହି ଦୁଃସାହସିକ ଉଡାଣରେ ସାମିଲ ହୋଇଥିଲେ । ସୂର୍ଯ୍ୟକିରଣ ଟିମକୁ ଏୟାର ମାର୍ଶାଲ,ଏୟାର ଅଫିସର କମାଣ୍ଡିଂ, ଇଷ୍ଟର୍ଣ୍ଣ ଏୟାର କମାଣ୍ଡଦିଲ୍ଲୀପ କୁମାର ପଟ୍ଟନାୟକ, ଗ୍ରୁପ୍ କ୍ୟାପଟେନ୍ ଆର୍. ଏସ୍, ରାୱô, ଉଇଙ୍ଗ କମାଣ୍ଡର ସୁନ୍ଦର, ଉଇଙ୍ଗ କମାଣ୍ଡର ଦ ଏବଂ ସ୍କ୍ୱାଡର୍ଣ୍ଣ ଲିଡର ଗୋପାଳ ଆୟାର, ଫ୍ଳାଇଟ୍ ଲେଫ୍ଟନା ତେଜପାଲ, ଫ୍ଲାଇଂ ଅଫିସର ସଞ୍ଜୟ କୁମାର ପ୍ରମୁଖ ଉପସ୍ଥିତ ରହି ଗତକାଲି ଉଡାଣ ଅଭ୍ୟାସ ଏବଂ ଉଡାଣ କାର୍ଯ୍ୟ ପରିଚାଳନା କରିଥିଲେ ।
ଫ୍ଲାଇଟ୍ ଲେଫ୍ଟଟନା ରିଧିମା ଭାରତୀୟ ସୂର୍ଯ୍ୟକିରଣ ଟିମ୍ ତରଫରୁ ବିମାନଗୁଡିକ ଆକାଶରେ ଚିତ୍ତାକର୍ଷକ ଶୋ ପ୍ରଦର୍ଶନ କରୁଥିବା ସମୟରେ ଧାରା ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବହୁ ଜନ ସମାଗମକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ଅତିରିକ୍ତ ଡିସିପି ସଞ୍ଜୀବ ଶତପଥୀଙ୍କ ନେତୃତ୍ୱରେ ଟ୍ରାଫିକ୍ ନିୟନ୍ତ୍ରଣ ଓ ଶୃଙ୍ଖଳା ରକ୍ଷା ପାଇଁ କାର୍ଯ୍ୟକ୍ରମ ସ୍ଥଳରେ ବେରିକେଡିଂ ବ୍ୟବସ୍ଥା ସହ ବ୍ୟାପକ ପୁଲିସ୍ ମୁତୟନ ସହ ସମସ୍ତ କାର୍ଯ୍ୟକ୍ରମର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରିଥିଲେ । ପୂର୍ତ୍ତ ବିଭାଗ ତରଫରୁ ବାଲିଯାତ୍ରା ପଡିଆରେ ବ୍ୟାରିକେଡିଂ ବ୍ୟବସ୍ଥା, ମଞ୍ଚ ପ୍ରସ୍ତୁତି, ଅତିଥି ଓ ପଦାଧିକାରୀଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିଲା । ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ କାର୍ଯ୍ୟକ୍ରମ ନିମନ୍ତେ ଲାଇଭ୍ କମନ୍ ଫିଡ୍ ସିଷ୍ଟମ ଜରିଆରେ କାର୍ଯ୍ୟକ୍ରମର ସିଧାପ୍ରସାରଣ ଆୟୋଜନ କରାଯିବା ସହ ଆନୁଷଙ୍ଗିକ ସହଯୋଗ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଏୟାର ମାର୍ଶାଲ,ଏୟାର ଅଫିସର ଶ୍ରୀ ପଟ୍ଟନାୟକ ଏକ ସ୍ଥାନୀୟ ତାରକା ହୋଟେଲରେ ପାଇଲଟଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରେ ପାଇଲଟମାନେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସାକ୍ଷାତକାର ଦେଇ ଭୁବନେଶ୍ୱରରେ ସେମାନଙ୍କର ବିମାନ ଉଡାଣ ଅତ୍ୟନ୍ତ ସୁନ୍ଦର ଓ ଚିତ୍ତାକର୍ଷକ ରହିଥିବା ପ୍ରକାଶ କରିଥିଲେ । ଆସନ୍ତା କାଲି ପୁରୀ ବେଳାଭୂମିଠାରେ ଏୟାର ଶୋ ନିମନ୍ତେ ଅଭ୍ୟାସ କାର୍ଯ୍ୟକ୍ରମ ଓ ୧୮ ତାରିଖରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ପ୍ରସ୍ତୁତି ଜାରି ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *