ଆଜି ବେଳାଭୂମିରେ ଏୟାର ସୋ’

ପୁରୀ (ବୁ୍ୟରୋ): ଶନିବାର ସକାଳ ୧୦ଟା ୨୦ରୁ ୧୧ଟା ପର୍ଯ୍ୟନ୍ତ ପୁରୀ ବେଳାଭୂମିରେ ଅନୁଷ୍ଠିତ ହେବ ଏୟାର ସୋ’ । ଆସନ୍ତା ୧୮ରେ ହେବାକୁ ଥିବା ଏୟାର ସୋ’କୁ ଦିନକ ପୂର୍ବରୁ କରାଯାଉଛି ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଧାର୍ଯ୍ୟ ହୋଇଥିବା ୧୮ରେ ପାଗ ଖରାପ ରହିବ ବୋଲି ଅବଗତ ହେବା ପରେ ପ୍ରଶାସନ ପକ୍ଷରୁ ରବିବାର ପରିବର୍ତ୍ତେ ଶନିବାର ଅନୁଷ୍ଠିତ ହେବ । ସ୍ଥାନୀୟ ରାଜଭବନ ପଛପାଶ୍ୱର୍ ବ୍ଲୁ-ଫ୍ଲାଗ୍ ବିଚ୍ ବେଳାଭୂମିରେ ଭାରତୀୟ ବାୟୁସେନା ପକ୍ଷରୁ ଏହି ସୋ ପ୍ରଦର୍ଶନ କରାଯିବ । ଏହି ସୋ’ରେ ସହରବାସୀଙ୍କ ସମେତ ଜିଲ୍ଲାବାସୀ ସାମିଲ ହୋଇ ଦେଖିବା ଲାଗି ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି । ଅନ୍ୟପକ୍ଷରେ ୧୮ ତାରିଖରେ ଯଦି ପାଗ ଠିକ୍ ରହେ ତେବେ ପୁଣିଥରେ ସୋ’ ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ସାହୁ ସ୍ପଷ୍ଟ କରିଛନ୍ତି । ସୋ’ସମୟରେ ପୁରୀ ବାସିନ୍ଦାମାନଙ୍କୁ ସକାଳ ୯ଟା ସୁଦ୍ଧା ବ୍ଲୁ-ଫ୍ଲାଗ୍, ନୀଳାଦି୍ର ବିଚ୍ ଓ ଦିଗବାରେଣୀ ଛକରେ ଥିବା ବେଳାଭୂମିରେ ଏକାଠି ହୋଇ ଦେଖିବାକୁ ଅନୁରୋଧ କରିଛନ୍ତି ।
ସୂଚନାଥାଉକି, ରାଜଭବନ ପଛପାଶ୍ୱର୍ ବେଳାଭୂମିରେ ଆସନ୍ତା ୧୮ରେ ଏୟାର ସୋ’ ହେବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା । ଏଥିପାଇଁ ବାୟୁସେନାର ପାଇଲଟମାନେ ଦୁଇ ଦିନ ମ୍ୟାପିଂ, ଏରିଏଲ ରେକିଂ ମଧ୍ୟ କରିଥିଲେ । ରବିବାର ଆକାଶ ମାର୍ଗରେ ବାୟୁସେନାର ୭ଟି ବିମାନ ଦୁର୍ଦ୍ଦଶକଳା କୌଶଳ ପ୍ରଦର୍ଶନ କରିବାର ଥିଲା । କିନ୍ତୁ ସେପ୍ଟେମ୍ବର ୧୮ରେ ପାଗ ଖରାପ ରହୁଥିବାରୁ ଶନିବାରହିଁ ଫୁଲ୍ ଡ୍ରେସ୍ ରିହର୍ସାଲ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ପୁରୀରେ ପ୍ରଥମଥର ପାଇଁ ବାୟୁସେନାର ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ ହେଉଥିବାରୁ ସରକାର ବାୟୁସେନା ଅଧିକାରୀ, ପାଇଲଟ୍ ଓ ସହଯୋଗୀ କର୍ମଚାରୀ ମାନେ ଉତ୍ସାହିତ ଥିବା ଜଣାପଡ଼ିଛି । ଏହି ସମୟରେ ଯେପରି କୌଣସି ଅପ୍ରୀତିକିର ପରିସ୍ଥିତି ନ ହୁଏ ସେଥିପାଇଁ ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା ଓ ସମସ୍ତ ଅତ୍ୟାବଶ୍ୟକ ବ୍ୟବସ୍ଥା କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଏବଂ ଅଗ୍ନିଶମ ବିଭାଗକୁ ସଜାଗ ରଖାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *