ନିଯୁକ୍ତି ଦାବିରେ ଆର୍ଡିସି ଅଫିସ ଘେରାଉ: ଯୁବ ସଙ୍ଗଠନ -ପୁଲିସ ଧସ୍ତାଧସ୍ତି

ସମ୍ବଲପୁର (ଆପ୍ର): ସ୍ଥାନୀୟ ନିଯୁକ୍ତି ପ୍ରସଙ୍ଗରେ ଶୁକ୍ରବାର ଅପରାହ୍ଣରେ ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରାଜସ୍ୱ କମିସନ୍ର (ଆର୍ଡିସି) ଙ୍କ ଅଫିସ ଘେରାଉ ସମୟରେ ୟୁଥ୍ ଫର୍ ଆକ୍ସନ ସଙ୍ଗଠନ ସମର୍ଥକ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ସେନାର ସମର୍ଥକମାନେ ଆର୍ଡିସି କାର୍ଯ୍ୟାଳୟରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସେଠାରେ ମୁତୟନ ପୁଲିସ ଅଟକାଇବାରୁ ଧସ୍ତାଧସ୍ତି ହୋଇଥିଲା ।
ୟୁଥ୍ ଫର୍ ଆକ୍ସନର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁଜିତ ସିଂହ, ପଶ୍ଚିମ ଓଡ଼ିଶା ଜୋନ୍ ସଭାପତି ମାନସ ରଥ ଓ ଉପସଭାପତି ଅମ୍ଳାନ ଷଡ଼ଙ୍ଗୀଙ୍କ ନେତୃôବରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ଯୁବକ ଉତ୍ତରାଞ୍ଚଳ ରାଜସ୍ୱ କମିସନରଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ୟୁଥ୍ ଫର୍ ଆକ୍ସନର ଦାବି ହେଉଛି, ରାଜ୍ୟର ଶିଳ୍ପାନୁଷ୍ଠାନ ଗୁଡ଼ିକରେ ଓଡ଼ିଆ ପିଲାଙ୍କୁ ଉପେକ୍ଷା କରାଯାଇ ବାହାର ରାଜ୍ୟର ଯୁବକମାନଙ୍କୁ ପ୍ରାଥମିକତା ଦିଆଯାଉଛି । ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ସମୟରେ ରାଜ୍ୟ ସରକାରଙ୍କ ସହିତ ଯେଉଁ ଚୁକ୍ତି ହେଉଛି ତାହାକୁ କାର୍ଯ୍ୟକାରୀ କରାଯାଉ ନାହିଁ । ଆସନ୍ତା ବିଧାନସଭା ଅଧିବେଶନରେ ଓଡ଼ିଆ ଯୁବକଙ୍କୁ ଶିଳ୍ପାନୁଷ୍ଠାନରେ ୮୦ % ନିଯୁକ୍ତି ନିମିତ୍ତ ଆଇନ କରିବା ଓ ଏହାକୁ ନ ମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଆର୍ଡିସିଙ୍କ ଜରିଆରେ ଦାବିପତ୍ର ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *