ପଞ୍ଚାୟତ ବିକାଶ ପାଇଁ ମିଳିମିଶି କାମ କର

ଯାଜପୁର ପଞ୍ଚାୟତ ସମିତିର ପ୍ରଥମ ସାଧାରଣ ବୈଠକ
ଯାଜପୁର (ଆପ୍ର): ଯାଜପୁର ପଞ୍ଚାୟତ ସମିତିର ବୈଠକ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏଥିରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ପଞ୍ଚାୟତ ସମିତିର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ଆହ୍ୱାନ ଦେଇଥିଲେ । ପଞ୍ଚାୟତର ବିକାଶ ନିମନ୍ତେ ଅର୍ଥର ଅଭାବ ରହିବ ନାହିଁ ବୋଲି କହିବା ସହ ଜନ ପ୍ରତିନିଧିମାନେ ଏକ ମନ ହୋଇ ପଞ୍ଚାୟତର ବିକାଶ ନିମନ୍ତେ କାମ କରିବାକୁ ଆହ୍ୱାନ ଦେଇଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଜୁଳି, ପାନୀୟଜଳ ଉପରେ ଗୁରୁତ୍ୱ ଦେବା ସହ ପଞ୍ଚାୟତରେ ବସବାସ କରୁଥିବା ଲୋକଙ୍କୁ ବସୁଧା ଯୋଜନାରେ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ । ଚଳିତ ବନ୍ୟାରେ ବ୍ଲକ ପ୍ରଶାସନର ଉଦ୍ୟମକୁ ପ୍ରଶଂସା କରିବା ସହ ବନ୍ୟାରେ ବିପନ୍ନଙ୍କୁ ଯୋଗାଇ ଦିଆଯାଇଥିବା ସହାୟତା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ ।
ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିଷଦ ସଭାନେତ୍ରୀ ନଳିନୀପ୍ରଭା ଜେନା, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ଅଶୋକ ବେଉରିଆ, ବିଡିଓ ସୌରଭ ଚକ୍ରବର୍ତୀ, ପୂର୍ବତନ ପୌରାଧ୍ୟକ୍ଷ ତଥା ବିଧାୟକଙ୍କ ପ୍ରତିନିଧି ଭବପ୍ରସାଦ ଦାସଙ୍କ ସମେତ ଅନ୍ୟମାନେ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ପାନୀୟ ଜଳ, ବିଜୁଳି, ଗମନାଗମନ, ଆବାସ ଯୋଜନା, ଭତା ଓ ରାସନ କାର୍ଡ଼ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ଯାଜପୁର ବ୍ଲକର ପଦାଧିକାରୀ, ସମସ୍ତ ଜିଲା ପରିଷଦ ସଦସ୍ୟ, ସଦସ୍ୟା ଏବଂ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *