ଚିତ୍ତାକର୍ଷକ ହେବ ଏୟାର ସୋ
ସରିଲା ଫୁଲ୍ ଡ୍ରେସ୍ ରିହର୍ସଲ୍
ଭୁବନେଶ୍ୱର, ୧୫ା୯ (ବୁ୍ୟରୋ): ଶୁକ୍ରବାର ରାଜଧାନୀରେ ଏୟାର ସୋ’ ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା । ସୂର୍ଯ୍ୟକିରଣ ଏୟାର ସୋ’ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଛି । ଟ୍ରାଫିକ ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ସୋ’ ଦେଖିବାକୁ ଆସିବାକୁ ଥିବା ଦର୍ଶକଙ୍କ ଗାଡ଼ି ପାଇଁ ପାର୍କିଂ ବ୍ୟବସ୍ଥା କରାଯାଉଛି । ସୂର୍ଯ୍ୟକିରଣ ଏୟାର ସୋ’ ପାଇଁ ହାଇଟେକ୍ ଛକଠାରୁ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ସୁରକ୍ଷା କଡ଼ାକଡ଼ି କରାଯାଇଛି । ନଦୀ ଉପରେ ଭାରତୀୟ ବାୟୁସେନାର ବିମାନ କଳାବାଜି ପ୍ରଦର୍ଶନ କରିବାକୁ ଥିବାରୁ ଏକ ଓଡରାଫ୍ ଟିମ୍ ନିୟୋଜିତ ରହିବ । କୌଣସି ଅଘଟଣକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି କରାଯାଉଛି । ସେପଟେ ଗୁରୁବାର ବାୟୁବୀରଙ୍କ ପକ୍ଷରୁ ରାଜଧାନୀର ଆକାଶରେ ଫୁଲ୍ ଡ୍ରେସ୍ ରିଅଲ୍ସେଲ୍ ହୋଇଛି । ବୀରଙ୍କ ୯ ଲଢୁଆ ହକ୍ ବିମାନରେ ଚିତ୍ତାକର୍ଷକ ପ୍ରଦର୍ଶନ କରିଛନ୍ତି । ଜେଟ୍ର ଗର୍ଜରେ ଆକାଶ ମାର୍ଗ କମ୍ପୁଥିବାବେଳେ ବାୟୁ ବୀର ନିଜ କୌଶଳ ଦେଖାଇଛନ୍ତି । ଏହି ଗ୍ରୁପ୍କୁ କ୍ୟାପଟେନ୍ ଜି ଏସ୍ ଝେଲନ୍ ଲିଡ କରୁଛନ୍ତି । ରର୍ହିସାଲ୍ରେ ବାୟୁବୀରମାନେ ଭୂମୀ ଠାରୁ ପାଖାପାଖି ୫୦୦ ପୁଟ ଉର୍ଦ୍ଧରେ ଏବଂ ଘଣ୍ଟାକୁ ୧୬୦୦ କିମି ବେଗରେ ସେମାନଙ୍କ କୌଶଳ ପଦର୍ଶନ କରିଥିଲେ । ଆସନ୍ତାକାଲି ଭୁବନେଶ୍ୱରରେ ମେନ୍ ସୋ ହେବାକୁ ଥିବାବେଳେ ୧୮ରେ ପୁରୀରେ ସୋ ହେବ । ସେହିପରି ଓଡ଼ିଶା ବ୍ୟତୀତ ଆସନ୍ତା ୨୬ ଏବଂ ୨୭ରେ ଗୌହାଟୀ, ଅକ୍ଟୋବର ୮ରେ ଚଣ୍ଡିଗଡ଼ ଏବଂ ବରେଲୀରେ ଅକ୍ଟୋବର ୧୪ରେ ସୋ ହେବ । ୧୯୯୬ ରେ ଗଠିତ ହୋଇଥିବା ସୂର୍ଯ୍ୟକିରଣ’ ଏକ ଏରୋବ୍ୟାଟିକ୍ସ ପ୍ରଦର୍ଶନକାରୀ ଦଳ ଏବଂ ଭାରୀତୟ ବାୟୂସେନାର ୫୨ ତମ ସ୍କ୍ୱାର୍ଡନର ଏକ ଅଂଶ । ଏହି ପ୍ରଦର୍ଶନରେ ହକ୍ ବିମାନ ଆକାଶରେ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିଥାଏ । ଆସନ୍ତାକାଲି ସକାଳ ୧୦ରୁ ୧୧ଟା ମଧ୍ୟରେ ଚୂଡାନ୍ତ ଶୋ ହେବ । ନିମନ୍ତ୍ରିତ ଅତିଥି ଓ ସାଧାରଣ ଲୋକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ନେଇ କମିଶନରେଟ ପୁଲିସ ସ୍ୱତନ୍ତ୍ର ରଣନିତୀ ପ୍ରସ୍ତୁତ କରିଛି । ସୂର୍ଯ୍ୟକିରଣ ଏୟାର ସୋ ପାଇଁ ସହରରେ ମୋଟ ୧୫ ପ୍ଲାଟୁନ୍ ମୁତୟନ ହୋଇଛନ୍ତି । କୌଣସି ସ୍ଥାନରେ ଯେଭଳି ଭିଡ଼ ଜମିବ ନାହିଁ ସେଥିପ୍ରତି ଦୃଷ୍ଟି ରଖାଯିବ । ୩ ଜଣ ଅତିରିକ୍ତ ଡିସିପି, ୯ ଏସିପି ଅନ୍ୟ ଅଧିକାରୀ ସହର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ । ଏହାକୁ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି, ଆସନ୍ତାକାଲି ବାୟୁସେନା ପକ୍ଷରୁ ଭୁବନେଶ୍ୱରରେ ଏୟାର ସୋ ଆୟୋଜନ ହେବ । ଲୋକେ ଯେଭଳି କୌଣସି ସ୍ଥାନରେ ଭିଡ଼ କରିବେନି ସେଥିପ୍ରତି ଦୃଷ୍ଟି ଦିଆଯିବ । ୨ ଘଣ୍ଟା ୫୦ମିନିଟ କେତେକ ଟ୍ରାଫିକ ଡାଇଭର୍ସନ କରାଯିବ । ଏହାକୁ ନେଇ ନିଦେ୍ର୍ଦଶନାମା ଜାରି କରାଯାଇଛି । ସୋ’ ପୂର୍ବରୁ ଗୁରୁବାର ରାଜଧାନୀରେ ପୁଲିସ ଓ ବାୟୁସେନା ପକ୍ଷରୁ ଏକ ରିୟଲ ଟାଇମ୍ ମିଳିତ ରିହରସେଲ୍ କରାଯାଇଛି । ଆସନ୍ତାକାଲି ହେବାକୁ ଥିବା ସୋ’ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଏଥିପାଇଁ ବାୟୁସେନାର ଇଣ୍ଡସ୍କନ୍ ଟିମ୍ ନେଇ ଆସିଥିବା ବିମାନ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଥିଲା ଏହାପରେ ଏନ୍-୧୭ ଗ୍ଲୋବ୍ ମାଷ୍ଟର ଅପରାହ୍ନରେ ଭୁବନେଶ୍ୱରରେ ଅବତରଣ କରିଥିବା ଡିସିପି ଶ୍ରୀ ସିଂ କହିଛନ୍ତି ।