ସରକାରଙ୍କୁ ୧୧୫ କୋଟି ଦାଖଲ ନିଦେ୍ର୍ଦଶ
ହାଇକୋର୍ଟରେ ଓଟିଏମ୍ ପୁନରୁଦ୍ଧାର ମାମଲା
କଟକ, ୧୫ ।୯ (ବୁ୍ୟରୋ): ଓଡ଼ିଶା ଟେକ୍ସଟାଇଲ ମିଲ୍ସ (ଓଟିଏମ) ପୁନରୁଦ୍ଧାର ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ୧୧୫ କୋଟି ଟଙ୍କା ଦାଖଲ କରିବା ପାଇଁ ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଏହି ଅର୍ଥ ରାଶି ଆସନ୍ତା ୩୦ ଦିନ ଅର୍ଥାତ ଅକ୍ଟୋବର ୧୫ ତାରିଖ ମଧ୍ୟରେ ଅଫିସର ଲିକୁ୍ୟଡେଟରଙ୍କ ନିକଟରେ ଜମା କରିବେ ରାଜ୍ୟ ସରକାର । ଓଟିଏମ ପୁନରୁଦ୍ଧାର ସମ୍ପର୍କିତ ଏକାଧିକ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଅରିନ୍ଦମ ସିହ୍ନା ଏହି ଉପରୋକ୍ତ ନିଦେ୍ର୍ଦଶନାମା ଜାରି କରିଛନ୍ତି ।
ଓଟିଏମ୍ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ସରକାର ୩୦ କୋଟି ଓ ଇଡ୍କୋ ପକ୍ଷରୁ ୫ କୋଟି ସମୁଦାୟ ୩୫ କୋଟି ଟଙ୍କା ଦାଖଲ କରିଥିବା ନେଇ ଆଡ୍ଭୋକେଟ ଜେନେରାଲ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ । ତେବେ ପୂର୍ବଶୁଣାଣିରେ ଅଫିସିଆଲ ଲିକୁ୍ୟଡେଟଙ୍କ ପକ୍ଷରୁ ଓଟିଏମ ମୋଟ ୧୪୭କୋଟି ୬୭ ଲକ୍ଷ ୬୩ ହଜାର ୯୭ଟଙ୍କା ଶୁଝିବାବୁ ପଡ଼ିବ । ସେଥିରୁ କର୍ମଚାରୀଙ୍କ ବକେୟା ବାବଦରେ ୯୭ କୋଟି, ପ୍ରୋଭିଡ଼େଣ୍ଟ ଫଣ୍ଡକୁ ୨୦ କୋଟି ୩୦ ଲକ୍ଷ, ଅନ୍ୟାନ୍ୟ ଷ୍ଟେକ୍ ହୋଲ୍ଡରଙ୍କୁ ୨୯ କୋଟି ୮୩ ଲକ୍ଷ ୮୬ ହଜାର ଟଙ୍କା ଦିଆଯିବ ବୋଲି ହିସାବ କରାଯାଇଥିଲା । ଲିକୁ୍ୟଡେଟରଙ୍କ ନିକଟରେ ପୂର୍ବରୁ ୩୫ କୋଟି ରହିଥିବାବେଳେ ମାସକ ମଧ୍ୟରେ ଆଉ ୧୧୫ କୋଟି ଟଙ୍କା ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା ଯାହା ଲିକୁ୍ୟଡେରଙ୍କୁ ଏ ବାବଦରେ ଅତିରିକ୍ତ ସତ୍ୟପାଠ ଦାଖଲ କରିବାକୁ ପୂର୍ବ ତାରିଖରେ ହାଇକୋର୍ଟ ନିଦେ୍ର୍ଦଶ ଦେଇଥିବା ବେଳେ ଗୁରୁବାର ଏହି ସତ୍ୟପାଠ ଦାଖଲ କରିଛନ୍ତି ।
ଅନ୍ୟପକ୍ଷରେ କ୍ୱାର୍ଟରଗୁଡିକରେ ବିଦ୍ୟୁତ ସଂଯୋଗ ପ୍ରସଙ୍ଗରେ ଅଫିସିଆଲ ଲିକ୍ୟୁଡେଟର କର୍ମଚାରୀଙ୍କ କଥା ଶୁଣୁନଥିବା ନେଇ ଆଜି ଆବେଦନକାରୀ ପିଟିସନ ରୁଜୁ କରିଥିଲେ । ଏପରିକି ଗୋଟିଏ ମିଟରରେ ୯୦ଟି କ୍ୱାର୍ଟରରେ ବିଦୁ୍ୟତ ସଂଯୋଗ ହୋଇଥିବା ନେଇ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ପ୍ରସଙ୍ଗରେ ଶୁଣାଣି କରି ହାଇକୋର୍ଟ କ୍ୱାର୍ଟରଗୁଡିକରେ ବିଦୁ୍ୟତ ସଂଯୋଗ ନେଇ କର୍ମଚାରୀଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ଅଫିସିଆଲ ଲିକୁ୍ୟଡେଟରଙ୍କୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ପ୍ରତ୍ୟେକ କ୍ୱାର୍ଟରକୁ ଗୋଟିଏ ଲେଖାଏଁ ମିଟର ସଂଯୋଗ କରିବାକୁ କୋର୍ଟ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଥିଲା ।
ଆସନ୍ତା ଅକ୍ଟୋବର ୧୮ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ତ୍ରିଲୋଚନ ବାରିକ ମାମଲା ପରିଚାଳନା କରୁଛନ୍ତି ।