ଗ୍ୟାସ୍ଟାଙ୍କି ଫାଟି ୧୫ ଗୁରୁତର, ତିନିବଖରା ଜଳିଗଲା

ନରସିଂହପୁର (ଆପ୍ର): ନରସିଂହପୁର ତହସିଲ କାନପୁର ଥାନା ପଦାମାଳ ଗ୍ରାମରେ ଗ୍ୟାସ୍ ଟାଙ୍କି ଫାଟି ନିଆଁ ଲାଗିବାରୁ ତିନି ବଖରା ଜଳି ପୋଡି ପାଉଁଶ ହେବା ସହିତ ୧୫ରୁ ଊଦ୍ଧ୍ୱର୍ ଆହତ ହୋଇଛନ୍ତି । ସମସ୍ତଙ୍କୁ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୦ଜଣଙ୍କୁ କଟକ ବଡଡାକ୍ତରଖାନା ସକ୍ଥାନାନ୍ତ କରାଯାଇଛି ।
ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ଦଣ୍ଡଧର ସାହୁଙ୍କ ଘରେ ରୋଷେଇ ହେଉଥିବାବେଳେ ହଠାତ୍ ଗ୍ୟାସ ଟାଙ୍କିରେ ନିଆଁ ଲାଗିଥିଲା । ଦଣ୍ଡଧର ଓ ତାଙ୍କ ସ୍ତ୍ରୀ ଭିନ୍ନକ୍ଷମ ଥିବାରୁ ଦୁହିଁଙ୍କୁ ଗ୍ରାମବାସୀ ବାହାରକୁ ସଙ୍ଗେ ସଙ୍ଗେ ଆଣି ନିଆଁକୁ ନିଭାଇବା ପାଇଁ ବହୁ ଉଦ୍ୟମ କରିଥିଲେ । ମାତ୍ର ନିଆଁକୁ ଆୟତ୍ତ କରିପାରି ନ ଥିଲେ । ଧୀରେଧୀରେ ଏହି ନିଆଁ ପଡୋଶୀଙ୍କ ଘରକୁ ନିଆଁ ମାଡିଥିଲା । ସେହି ସମୟରେ ଗ୍ୟାସଟାଙ୍କି ହଠାତ୍ ଫାଟି ଯାଇଥିଲା । ÿଫଳରେ ନିଆଁ ଲିଭାଉଥିବା ପ୍ରାୟ ୧୫ରୁ ଊଦ୍ଧ୍ୱର୍ ଲୋକ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ପଦାମାଳର ଉତ୍ସବ ବାରିକ(୫୩), ବିମ୍ବାଧର ମହାଳିକ (୩୫), ମୁରଲି ନାୟକ(୫୨), ସୈାଭାଗ୍ୟ ସାହୁ(୩୫), ଦିଲ୍ଲୀପ ମହାଳିକ(୨୬), ଆନନ୍ଦ ରାଉତ(୪୬), ମନୋରଞ୍ଜନ ସାହୁ (୫୫), ସୂର୍ଯ୍ୟମଣି ରଣା(୨୩), ବ୍ରଜବନ୍ଧୁ ସାହୁ(୪୭) ଏବଂ ରାଜନଗରର ଗ୍ରାମର ଅରକ୍ଷିତ ନାୟକ(୪୫)ଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଯାଇଛି ।
ଖବର ପାଇ ବାଲିଝରି ଦମକଳ କେନ୍ଦ୍ର କର୍ମଚାରୀ ଗାଁରେ ପହଞ୍ଚô ନିଆଁକୁ ଆୟତ୍ତ କରିଛନ୍ତିି । ଦଣ୍ଡଧର ସାହୁ, ବୃନ୍ଦାବନ ନାୟକ ଏବଂ ଗଣେଶ୍ୱର ସାହୁଙ୍କର ଘର ଜଳିଯିବା ସହିତ ସମସ୍ତ ଆସବାପତ୍ର, କାଗଜପତ୍ର ପାଉଶଁ ହୋଇଯାଇଛି । ତହସିଲଦାର ଆଲୋକ କୁମାର ଦେହୁରୀ, ରାଜସ୍ୱ ନିରୀକ୍ଷକ ଗାନ୍ଧୀ ପ୍ରଧାନ ପ୍ରମୁଖ ପହଞ୍ଚôଥିଲେ । ସରପଞ୍ଚ ରାଜକିଶୋର ରାଉତ ପହଞ୍ଚô ବିପନ୍ନମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରିବା ସହ ଆହତମାନଙ୍କର ଚିକିତ୍ସା ବ୍ୟବସ୍ଥା କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *