ଲୋକଙ୍କ କାମରେ କ୍ଳାନ୍ତି ଲାଗେନି

ଭୁବନେଶ୍ୱର, ୧୫ା୯ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୩ ଦିନିଆ ମୁମ୍ବାଇ ଗସ୍ତରେ ଅଛନ୍ତି । ଗତ ୧୪ ତାରିଖରେ ମୁମ୍ବାଇରେ ଆୟୋଜିତ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଶିଳ୍ପପତିଙ୍କୁ ଓଡ଼ିଶା ଆସି ନଭେମ୍ବରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣରେ ଯୋଗ ଦେବାକୁ ଆମନ୍ତ୍ରଣ କରିଥିଲେ । ଗୋଟିଏ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୧୮ ବୈଠକ କରିଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଅନ୍ ମୁଖ୍ୟମନ୍ତ୍ରୀଙ୍କୁ ଏତେ ବୈଠକ କରିବା ପରେ ସେ ଥକି ଯାଉନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲୋକଙ୍କ ପାଇଁ କାମ କଲେ କ୍ଲାନ୍ତି ଲାଗେ ନାହିଁ ବୋଲି କହିଛନ୍ତି । ପ୍ରତି ଉତ୍ତରରେ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ଏହି ପରି କାର୍ଯ୍ୟ ଓ ଉତ୍ତରକୁ ଅତ୍ୟନ୍ତ ପ୍ରେରଣାଦାୟୀ ବୋଲି କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ସହ ବାର୍ତ୍ତାଳାପର ଭିଡିଓକୁ ସଚିବ ଶ୍ରୀ ପାଣ୍ଡିଆନ୍ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।
ସୂଚନାଥାଉ କି, ଇନଭେଷ୍ଟର୍ସ ମିଟ୍ ପୂର୍ବରୁ ଦେଶର ବିଜନେସ ଟାଇକୁନ୍ଙ୍କ ସହ ମୁଖ୍ୟମନ୍ତ୍ରୀ ୱାନ୍ ଟୁ ୱାନ୍ ଆଲୋଚନା କରିଥିଲେ । ପୁଞ୍ଜିପତିଙ୍କୁ ଓଡ଼ିଶାର ରୂପାନ୍ତରଣରେ ସାମିଲ ହେବାକୁ ଆହ୍ୱାନ ଦେବା ସହ ଓଡ଼ିଶଶର ବିକାଶ ଧାରା ସାଥୀ ହେବାକୁ କହିଥିଲେ । ଆଲୋଚନା ପରେ ସଧ୍ୟାରେ ନିବେଶକ ସମ୍ମିଳନୀକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଥିଲେ । ବ୍ୟସ୍ତତା ଭିତରେ ବି ଜନସେବା ମାନସିକତା ତାଙ୍କୁ କ୍ଲାନ୍ତ କରିପାରିନଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସାଧାରଣ ଲୋକଙ୍କ ପାଇଁ ଦିନ ରାତି କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଏପରି ପ୍ରତିକ୍ରିୟା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଛି । ଯିଏ ଦେଖୁଛନ୍ତି ସିଏ ପ୍ରଶଂସା କରୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *