ଆସୁଛନ୍ତି ୮ ଚିତା, ବାଘମୁହାଁ ବିମାନ ପ୍ରସ୍ତୁତ
ନୂଆଦିଲ୍ଲୀ (ଏଜେନ୍ସି): ଭାରତରେ ବିଲୁପ୍ତପ୍ରାୟ ଚିତାବାଘଙ୍କୁ ପୁଣିଥରେ ଭାରତୀୟ ଜଙ୍ଗଲରେ ଦେଖିବାକୁ ମିଳିବ । ପ୍ରାଥମିକ ପର୍ଯ୍ୟାୟରେ ସୁଦୂର ଆଫ୍ରିକୀୟ ରାଷ୍ଟ୍ର ନାମ୍ବିଆରୁ ୮ଟି ଚିତାବାଘଙ୍କୁ ଅଣାଯାଉଛି । ଏହି ୮ ଚିତାବାଘଙ୍କ ମଧ୍ୟରେ ୩ ବାଘ ରହିଥିବା ବେଳେ ବାକି ୫ ବାଘୁଣୀ ଅଛନ୍ତି । ଦୀର୍ଘ ୭ ଦଶନ୍ଧି ପରେ ଭାରତର ଶୋଭାବର୍ଦ୍ଧନ କରିବାକୁ ଯାଉଥିବା ଏହି ୮ ବାଘଙ୍କ ବୟସ ୨ରୁ ୫ବର୍ଷ ମଧ୍ୟରେ ରହିଛି । ତେବେ ବାଘଙ୍କୁ ଆଣିବା ପାଇଁ ନାମ୍ବିଆ ବିମାନବନ୍ଦରରେ ଏକ ସୁସଜ୍ଜିତ ବିମାନ ପହଞ୍ଚôସାରିଛି । ଏହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆସନ୍ତା ୧୭ ସକାଳ ୬ଟାରେ ବିମାନ ଏହି ୮ ବାଘ ଏବଂ କିଛି ପ୍ରାଣୀ ବିଶେଷଜ୍ଞଙ୍କ ସହ ଉଡାଣ ଭରିବ । ଦୀର୍ଘ ୧୬ଘଣ୍ଟାର ଉଡାଣ ପରେ ବିମାନଟି ରାଜସ୍ଥାନର ଜୟପୁର ବିମାନବନ୍ଦରରେ ପହଞ୍ଚôବା ପରେ ହେଲିକପ୍ଟର ମାଧ୍ୟମରେ ବାଘଙ୍କୁ ମଧ୍ୟପ୍ରଦେଶର କୁନୋ-ପାଲପୁର ଜାତୀୟ ଉଦ୍ୟାନ୍କୁ ଅଣାଯିବ । ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବାଘଗୁଡ଼ିକୁ ଜାତୀୟ ଉଦ୍ୟାନ୍ରେ ଛାଡିବା ପୂର୍ବକ ଦେଶ ଉଦେ୍ଦଶ୍ୟରେ ସମର୍ପଣ କରିବେ । ଆସନ୍ତା ୧୭ତାରିଖ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବକାଶରେ ଏହି ବାଘଗୁଡିକୁ ଭାରତ ଅଣାଯାଉଥିବାରୁ ଏହାକୁ ସ୍ୱତନ୍ତ୍ର ଭାବେ ଅଭିହିତ କରାଯାଉଛି । ବାଘଗୁଡ଼ିକୁ ଆଣିବା ପାଇଁ ନାମ୍ବିଆ ଗସ୍ତ କରିଥିବା ସ୍ୱତନ୍ତ୍ର ବି ୭୪୭ ଜମ୍ବୋ ଜେଟ୍ ବିମାନକୁ ବାହାରୁ ଚିତାବାଘ ପରି ଚିତ୍ରଣ କରାଯାଇଛି ।