ମହାରାଣୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେବେ ରାଷ୍ଟ୍ରପତି

୩ ଦେଶକୁ ଡକାଯାଇନି
ନୂଆଦିଲ୍ଲୀ, ୧୪ା୯: ବିଟେନ୍ର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ରାଜକୀୟ ଅନ୍ତିମ ସଂସ୍କାର ଆସନ୍ତା ୧୯ରେ ଲଣ୍ଡନର ୱେଷ୍ଟମିନିଷ୍ଟର ଏବ୍ବେରେ ସମ୍ପନ୍ନ ହେବ । ସମବେଦନା ଜଣାଇବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଥିରେ ଯୋଗ ଦେବେ । ମୁର୍ମୁ ଆସନ୍ତା ୧୭ରୁ ଲଣ୍ଡନ ଗସ୍ତରେ ଯାଇ ୧୯ ପର୍ଯ୍ୟନ୍ତ ସେଠାରେ ରହିବେ । ରାଷ୍ଟ୍ରପତି ହେବା ପରେ ମୁର୍ମୁଙ୍କର ଏହା ହେବ ପ୍ରଥମ ବିଦେଶ ଗସ୍ତ ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମେକ୍ରନ୍, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଏବଂ ବିଭିନ୍ନ ଦେଶର ରାଜା-ରାଣୀ, ରାଷ୍ଟ୍ରମୁଖ୍ୟ, ସରକାରଙ୍କ ପ୍ରମୁଖ ସମେତ ପ୍ରାୟ ୫ଠଠ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର ଅନୁଷ୍ଠିତ ହେବ । ବି୍ରଟେନ୍ ପାଇଁ ଏହା ହେବ ଇତିହାସର ଅନ୍ୟତମ ରାଜନୈତିକ ଘଟଣା । କିନ୍ତୁ ଏହି କାର୍ଯ୍ୟକ୍ରମରେ ତିନି ଦେଶ ଯଥା- ରୁଷ୍, ବେଲାରୁଷ୍, ମିଆଁମାର୍ର କୌଣସି ନେତା ଯୋଗଦେବେ ନାହିଁ । ଏହି ତିନି ଦେଶକୁ ବି୍ରଟେନ୍ ସରକାର ନିମନ୍ତ୍ରଣ କରିନାହାନ୍ତି । ଦିବଂଗତ ମହାରାଣୀଙ୍କ ପାର୍ଥିବ ଶରୀର ଇତିମଧ୍ୟରେ ସ୍କଟ୍ଲାଣ୍ଡରୁ ଲଣ୍ଡନକୁ ଅଣାଯାଇଛି । ଆଜିଠାରୁ ତାଙ୍କ ମରଶରୀରକୁ ୪ ଦିନ ପାଇଁ ୱେଷ୍ଟମିନିଷ୍ଟର ହଲ୍ରେ ରଖାଯାଇଛି । ସୋମବାର ହେବ ଅନ୍ତିମ ସଂସ୍କାର ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *