ଅବକାରୀ ନିଦାବିଷ୍ଣୁ

ଧାମନଗରରେ ଧଳାଜହର କାରବାର ବୃଦ୍ଧି
ଧାମନଗର (ଆପ୍ର): ଧାମନଗର ବ୍ଲକ୍ରେ ଚୋରାମଦ, ଗଞ୍ଜେଇ ଓ ଧଳାଜହର କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି । ଗାଁ ଗହଳିର ଛୋଟମୋଟ ଦୋକାନ ସାଙ୍ଗକୁ ଗ୍ରୋସରୀ ଦୋକାନରେ ମଧ୍ୟ ଏହି କାରବାର ଚାଲିଛି । ବିଶେଷ କରି ଯୁବବର୍ଗ ଏଥିରେ ସାମିଲ ହୋଇ ଚୋରା କାରବାର କରିବା ସହିତ ବିଭିନ୍ନ ସମୟରେ ରାହାଜାନି, ଚୋରି ଡକାୟତି ଭଳି ଅପରାଧ କରୁଛନ୍ତି ।
ଧାମନଗର, ଦୋବଲ, ଖଡ଼ିପଦା, ଭଗବାନପୁର, କଲ୍ୟାଣୀ, ଆନନ୍ଦପୁର, ମୁସ୍ତଫାପୁର, ଶହୀଦନଗର, ଧୂଷୁରୀ, ସୋହଡ଼ା, କରଦା, ଅନହରପୁର, ଜୟନଗର, କୁଳିଆଗଡ଼ିଆ, ନଦୀଗାଁ, ବାଘୁଆରି, ଜାହାଙ୍ଗିର, ଚୁଡ଼ାକୁଟି, ରାମେଶ୍ୱରପୁର ଆଦି ଗ୍ରାମରେ ଏହି ଚୋରାମଦ କାରବାର ହେଉଥିବା ବେଳେ କଲ୍ୟାଣୀ, ମୁସ୍ତଫାପୁର ଓ ଆନନ୍ଦପୁରରେ ଧଳାଜହର କାରବାର ଖୁଲମ୍ଖୁଲା ଭାବେ ବିକ୍ରି ହେଉଛି । ହେଲେ ଅବକାରୀ ବିଭାଗ ସବୁଜାଣି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି । ବିଭାଗର କେତେକ କର୍ମଚାରୀଙ୍କ ଇଙ୍ଗିତରେ ଏହି ଚୋରାକାର ହେଉଛି । ଦୋବଲ-ଧାମନଗର ରାସ୍ତାର ଘୋଡ଼ାଗଣ୍ଡ ଠାରେ ଥିବା ଏକ ଠିପିବନ୍ଦ ସରକାରୀ ମଦଦୋକାନ ଥିବାବେଳେ ଏଠାରେ ଖୁଲମ୍ଖୁଲା ରାସ୍ତାଉପରେ ଗାଡ଼ିରଖି ମଦ୍ୟପାନ କରିବା, ରାସ୍ତାଜାମ କରିବା ନିୟମ ନଥିବାବେଳେ ଅବକାରୀ ବିଭାଗ କିପରି ନିରବଦ୍ରଷ୍ଟା ସାଜିଛି ଯଦି ଓ ଏହି କାମ ପୋଲିସର ନଥିବାବେଳେ କେତେକ ସ୍ଥାନରେ ପୋଲିସ ଅବକରୀ ବିଭାଗ କାର୍ଯ୍ୟକୁ ତୁଲାଉଛି । କେତେକ ସ୍ଥାନରେ ଅବକାରୀ ବିଭାଗ ମଦ ବେପାରୀଙ୍କୁ ଆଗୁଆ ସୂଚନାଦେଇ ତାଙ୍କୁ ଗିରଫ କରିବା ଓ ସଂଗେ ସଂଗେ ସେମାନଙ୍କୁ ଛାଡ଼ିଦେବା ଏ କିପ୍ରକାର ଆଇନ୍ ବ୍ୟବସ୍ଥା ତାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *