ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିସ୍ଙ୍କୁ ୮ ଘଣ୍ଟା ଜେରା

୨୧୫ କୋଟି ଠକେଇ ମାମଲା
ନୂଆଦିଲ୍ଲୀ(ଏଜେନ୍ସି): କୁୁଖ୍ୟାତ୍ ଠକ ସୁକେଶ ଚନ୍ଦ୍ରଶେଖର ସହିତ ୨୧୫ କୋଟି ଠକେଇ ମାମଲାରେ ଫସିଥିବା ବଲିଉଡ୍ ଅଭିନେତ୍ରୀ ଜାକ୍ଲିନ୍ ଫର୍ଣ୍ଣାଣ୍ଡିସ୍ (୩୭)ଙ୍କୁ ବୁଧବାର ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ୍ୟ) ପକ୍ଷରୁ ଦୀର୍ଘ ସମୟ ଜେରା କରାଯାଇଛି ।
ଗତ ସପ୍ତାହରେ ସମନ ପାଇବା ପରେ ଜାକ୍ଲିନ୍ ପୂର୍ବାହ୍ନ ୧୧.୩୦ରେ ମନ୍ଦିର ମାର୍ଗସ୍ଥିତ ଇଓଡବ୍ଲୁ୍ୟ ଅଫିସରେ ପହଞ୍ଚିଥିଲେ । ତାଙ୍କ ପରେ ଅନ୍ୟତମ ଅଭିଯୁକ୍ତ ପିଙ୍କି ଇରାନି ମଧ୍ୟ ପହଞ୍ଚିଥିଲେ । ଉଭୟଙ୍କୁ ମୁହାଁମୁହିଁ ଜେରା କରାଯାଇଥିବା ଜଣେ ଅଫିସର ସୂଚନା ଦେଇଛନ୍ତି । ସଂପୃକ୍ତ ଅଫିସର କହିଛନ୍ତି, ଜାକ୍ଲିନ୍ଙ୍କୁ ଜେରା ନିମନ୍ତେ ୧୦୦ ପ୍ରଶ୍ନର ଏକ ତାଲିକା ପ୍ରସ୍ତୁତ କରାଯାଇ ପ୍ରାୟ ୮ ଘଣ୍ଟା ଜେରା କରାଯାଇଥିଲା । ଯୁଗ୍ମ କମିଶନର ଛାୟା ଶର୍ମା ଓ ସ୍ୱତନ୍ତ୍ର କମିଶନର ରବୀନ୍ଦ୍ର ଯାଦବଙ୍କ ନେତୃତ୍ତ୍ୱରେ ୬ ଜଣିଆ ଟିମ୍ ଜେରା କରିଛନ୍ତି । ତାଙ୍କୁ ଆଗାମୀ ଦିନରେ ମଧ୍ୟ ଜେରା କରାଯିବ ବୋଲି ସୂଚନା ମିଳିଛି । ବେଙ୍ଗାଲୁରୁ ବାସିନ୍ଦା ସୁକେଶ ବିଭିନ୍ନ ଅଫିସର, ନେତା ଓ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ନାଁରେ ବଟି ଆଦାୟ କରିଆସୁଥିଲା । ସେ ଦିଲ୍ଲୀ ପୁଲିସ ଦ୍ୱାରା ଗିରଫ ହୋଇ ରୋହିଣୀ ଜେଲରେ ଥିବା ସମୟରେ ୨୦୨୦ ଜୁନ୍ରୁ ୨୦୨୧ ମେ’ ମଧ୍ୟରେ ଜେଲରେ ଥିôବା ରାନ୍ବାକ୍ସିର ପୂର୍ବତନ ମାଲିକ ଶିବିନ୍ଦର ସିଂହଙ୍କ ପତ୍ନୀ ଅଦିିତୀ ସିଂହଙ୍କଠାରୁ ପ୍ରାୟ ୨ଶହ କୋଟି ଠକେଇ କରିଥିଲା । ସୁକେଶ ନିଜକୁ ପିଏମ୍ଓ ଏବଂ ଆଇନ ମନ୍ତ୍ରଣାଳୟର ଜଣେ ଅଧିକାରୀ ଭାବେ ପରିଚୟ ଦେଇ ଶିବିନ୍ଦଙ୍କୁ ମୁକୁଳାଇ ଦେବ ବୋଲି କହି ଅତିତୀଙ୍କ ଠାରୁ ଏହି ବିପୁଳ ଅର୍ଥ ଠକି ନେଇଥିଲା ।
ସୁକେଶ ଓ ଜାକ୍ଲିନ ଦୁହେଁ ମିଶି ହୁ ବଡ଼ବଡ଼ ଲୋକଙ୍କୁ ବିଭିନ୍ନ ଆଳରେ ଠିିଥିଲେ । ଏ ନେଇ ଦିଲ୍ଲୀ ପୁଲିସ ଏଫ୍ଆଇଆର୍ ଦେବା ପରେ ଇଡି ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । ୨୦୨୧ ଅଗଷ୍ଟ ୩୦ ଓ ଅକ୍ଟୋବର ୨୦ରେ ଜାକ୍ଲିନ୍ଙ୍କ ବୟାନ ରେକର୍ଡ କରାଯାଇଥିଲା । ଯେଉଁଥିରେ ସେ ସୁକେଶଠାରୁ ମୂଲ୍ୟବାନ ଉପହାର ଗ୍ରହଣ କରିଥିବା ସ୍ୱୀକାର କରିଥିଲେ । ସୁୂକେଶ ନାଁରେ ବିଭିନ୍ନଚ ତଦନ୍ତକାରୀ ସଂସ୍ଥା ପକ୍ଷରୁ ପ୍ରାୟ ୩୦ ମାମଲା ରୁଜୁ କରାଯାଇଛି । ଉକ୍ତ ଠକେଇ ମାମଲାରେ ଅନ୍ୟତମ ଅଭିନେତ୍ରୀ ନୋରା ଫତେହି ସାକ୍ଷୀ ହୋଇଛନ୍ତି । ସୁକେଶ ଓ ଜାକ୍ଲିନ୍ଙ୍କ ମଧ୍ୟରେ ପିଙ୍କି ଯୋଗସୂତ୍ର ପ୍ରତିଷ୍ଠା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *