୧୪ ସୀମାବର୍ତ୍ତୀ ଜିଲ୍ଲାରେ ଆଲର୍ଟ ଜାରି
ଛତିଶଗଡ଼ ଓ ଝାଡ଼ଖଣ୍ଡରେ ପହଞ୍ଚôଲା ଲମ୍ପି ଭାଇରସ୍
ଭୁବନେଶ୍ୱର, ୧୩ା୯ (ବୁ୍ୟରୋ): ରାଜସ୍ଥାନ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ପ୍ରଭୃତି ରାଜ୍ୟରେ ଏପର୍ଯ୍ୟନ୍ତ ୬୭ ହଜାର ଗୋରୁଗାଈଙ୍କ ଜୀବନ ନେଇଥିବା ଲମ୍ପି ଭାଇରସ (ଚର୍ମବିଣ୍ଡି) ଇତି ମଧ୍ୟରେ ଓଡିଶାର ପଡୋଶୀ ରାଜ୍ୟ ଛତିଶଗଡ ଓ ଝାଡଖଣ୍ଡରେ ପହଞ୍ଚôଲାଣି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୀମାବର୍ତ୍ତୀ ୧୪ ଜିଲ୍ଲାକୁ ଆଡ୍ଭାଇଜରୀ ଜାରି କରାଯାଇଛି । ରାଜ୍ୟରେ ଲମ୍ପି ସଂକ୍ରମଣ ରୋକିବା ଦିଗରେ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପରାମର୍ଶ କ୍ରମେ ବିଭାଗ ପକ୍ଷରୁ ଆଗୁଆ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ।
ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଚର୍ମବିଣ୍ଡି ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ ନିମନ୍ତେ ରାଜ୍ୟର ୧୪ ସୀମାବର୍ତ୍ତୀ ଜିଲ୍ଲାର ମୁଖ୍ୟ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ ପତ୍ର ଲେଖି ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଏହି କ୍ରମରେ ବାଲେଶ୍ୱର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି, ନୂଆପଡ଼ା, ସୁନ୍ଦରଗଡ଼, ବରଗଡ଼, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଚର୍ମବିଣ୍ଡି ରୋଗର ଲକ୍ଷଣ ଓ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ବ୍ୟାପକ ପ୍ରଚାର ଓ ଜନସଚେତନତା କରିବାକୁ ସିଡ଼ିଭିଓଙ୍କୁ ନିଦେ୍ର୍ଦଶ ଦିଆଯାଇଛି ।
ଏହିସବୁ ଜିଲ୍ଲାରେ ରାଜ୍ୟ ସୀମାର ୫ କିମି ପରିଧି ମଧ୍ୟରେ ଥିବା ସୀମାବର୍ତ୍ତୀ ବ୍ଲକ୍ ଓ ଗ୍ରାମଗୁଡ଼ିକୁ ଚିହ୍ନଟ କରି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ କୁହାଯାଇଛି । ପ୍ରାଣୀଙ୍କ ମଧ୍ୟରେ ରୋଗ ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକ ଔଷଧ ପ୍ରୟୋଗର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଜିଲ୍ଲା ପ୍ରଶାସନକୁ ଆନ୍ତରାଜ୍ୟ ଗୋମହିଷାଦିର ପରିବହନ ଉପରେ କଟକଣା ଲାଗୁ କରିବା ପାଇଁ ପରାମର୍ଶ ଦିଆଯାଇଛି । ଗୋମହିଷାଦିର ବ୍ୟବସାୟ ଓ ପ୍ରାଣୀମେଳା, ପ୍ରଦର୍ଶନୀ ଆଦିକୁ ସାମୟିକ ଭାବେ ସ୍ଥଗିତ ରଖିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ରୋଗ ପ୍ରତିଷେଧକ ଭ୍ୟାକ୍ସିନ୍ ସଂଗ୍ରହ କରାଯାଇଛି ଓ ଆବଶ୍ୟକ ହେଲେ ସୀମାବର୍ତ୍ତୀ ବ୍ଲକ୍ଗୁଡ଼ିକୁ ବଣ୍ଟନ କରାଯିବ ବୋଲି ଏହି ଅବସରରେ ପ୍ରକାଶ ପାଇଛି ।
ଏଥିସହ ପ୍ରାଣୀଚିକିତ୍ସାରେ ସମ୍ପୃକ୍ତ ଭେଟ୍, ପାରାଭେଟ୍, ଗୋମିତ୍ର, ପ୍ରାଣୀମିତ୍ର ଏବଂ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ଚର୍ମବିଣ୍ଡି ରୋଗ ଏବଂ ଏହାର ପ୍ରତିଷେଧକ ଓ ଚିକିତ୍ସା ବ୍ୟବସ୍ଥା ବିଷୟରେ ସଚେତନ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଗୁହାଳ ଏବଂ ଗୋରୁମହିଷାଦି ରହୁଥିବା ସ୍ଥାନକୁ ନିୟମିତ ବିଶୋଧନ କରିବା ପାଇଁ କୁହାଯାଇଛି । ଯଦି କୌଣସିଠାରେ ଗୋମହିଷାଦିଙ୍କ ମଧ୍ୟରେ ଚର୍ମବିଣ୍ଡି ରୋଗ ଦେଖାଯାଏ, ତେବେ ପ୍ରଭାବିତ ଗୋମହିଷାଦିଙ୍କୁ ତୁରନ୍ତ ଅନ୍ୟଙ୍କଠାରୁ ପୃଥକ ରଖିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ସବୁ ପ୍ରଭାବିତ ପଶୁ ସୁସ୍ଥ ହେବା ପର୍ଯ୍ୟନ୍ତ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ନିୟମିତ ପ୍ରଭାବିତ ଫାର୍ମ ପରିଦର୍ଶନ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଏଥିସହ ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ସନେ୍ଦହ ହେଉଥିବା ପ୍ରାଣୀର ନମୁନା ସଂଗ୍ରହ କରି ଡିଷ୍ଟ୍ରିକଫ ଡାଇଗ୍ନୋଷ୍ଟିକ୍ ଲାବେରୋଟୋରୀ କିମ୍ବା ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନର ପରୀକ୍ଷାଗାରକୁ ପଠାଇବା ପାଇଁ ନିଦେ୍ର୍ଦଶ ଦିଆଯାଇଛି ।
ଚର୍ମବିଣ୍ଡି ଏକ ଭୂତାଣୁଜନିତ ସଂକ୍ରମଣ ରୋଗ, ଯାହା ମଶା, ଡାଆଁଶ ଓ ଟିଙ୍କଙ୍କ ଦ୍ୱାରା ବ୍ୟାପିଥାଏ । ପ୍ରଭାବିତ ପଶୁର ଘା, ରକ୍ତ, ଲାଳ, ସିଂଘାଣି ଓ ଶୁକ୍ର ଆଦି ଦ୍ୱାରା ଗୋଟିଏ ପଶୁରୁ ଅନ୍ୟ ପଶୁକୁ ବ୍ୟାପିଥାଏ । ଆକ୍ରାନ୍ତ ଗାଈଗୋରୁଙ୍କ ଶରୀରରେ ତାପମାତ୍ରା ବୃଦ୍ଧିଘଟି ଜ୍ୱର ହୋଇଥାଏ ଏବଂ ସେମାନେ ଚାଲିବାରେ କଷ୍ଟ ଅନୁଭବ କରିଥା’ନ୍ତି । ମୁଣ୍ଡ, ବେକ ଓ ପହ୍ନା ଆଦିରେ ଆବୁ ବାହାରିବା ପରି ଫୁଲା ଦେଖାଯାଏ । ଆଶୁ ଚିକିତ୍ସା ଦ୍ୱାରା ଏହି ରୋଗ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଥାଏ । ତେଣୁ କୌଣସି ଅଞ୍ଚଳରେ ଏହି ରୋଗ ଦେଖାଦେଲେ ତୁରନ୍ତ ନିକଟସ୍ଥ ପ୍ରାଣୀଧନ ନିରୀକ୍ଷକ, ପ୍ରାଣୀ ଚିକିତ୍ସକ କିମ୍ବା ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ ଖବର ଦେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।