ଏୟାର ସୋ: ଫୁଲ୍ ଡ୍ରେସ୍ ରିହର୍ସଲ୍

ଭୁବନେଶ୍ୱର, ୧୪ା୯ (ବୁ୍ୟରୋ): ଭୁବନେଶ୍ୱର ଦେଖିବ ସୂର୍ଯ୍ୟକିରଣ ଏୟାର ସୋ । ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀ ପଠାରେ ହେବ ବାୟୁ ସେନାର ସୂର୍ଯ୍ୟ କିରଣ ଏୟାର ସୋ । ସୋକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । ରାଜଧାନୀବାସୀ ଏୟାର ସୋ ଦେଖିବା ପାଇଁ ଆତୁର ଥିବାବେଳେ କୂଆଖାଇ ପଠାରେ ପ୍ରାୟ ୫୦ ହଜାର ଲୋକ ସୋ’ ଦେଖିପାରିବା ବ୍ୟବସ୍ଥା ହୋଇଛି । ସୋ’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେଶର ଗଣେଷୀ ଲାଲ ଯୋଗ ଦେବା କାର୍ଯ୍ୟକ୍ରମ ଥିବାରୁ କମିଶନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଛି ।
ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶନୀ କହିଛନ୍ତି, ଲୋକେ ଯେପରିକି ସୁରୁଖୁର ଭାବେ ବସି ଏବଂ ଠିଆ ହୋଇ ଏହି ସୋ’କୁ ଦେଖିବେ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ହୋଇଛି । ଏନେଇ ବ୍ୟାପକ ବ୍ୟବସ୍ଥା ପୁଲିସ୍ ହାତକୁ ନେଇଥିବାବେଳେ ଡିସିପି ଗ୍ରାଉଣ୍ଡ ସ୍ଥିତି ପରଖୁଛନ୍ତି । କୁଆଖାଇ ନଦୀର ଉଭୟ ପାଶ୍ୱର୍ରେ ବ୍ୟବସ୍ଥା କରାଯାଇଛି ।
ଏଥିରେ ୨୦ ପ୍ଲାଟୁନ ଫୋର୍ସ, ୧୦୦ରୁ ଅଧିକ ବଛା ବଛା ଅଫିସର ନିୟୋଜିତ ରହିବେ । ପଚାଶ ହଜାରରୁ ଅଧିକ ଲୋଙ୍କକ ସମାଗମ ହେବାକୁ ଥିବାରୁ ଟ୍ରାଫିକ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି ।
ସେପଟେ ସୋ’ରେ ବାୟୁସେନାର ସ୍ୱତନ୍ତ୍ର ଅଫିସରମାନେ ଯୋଗ ଦେଉଥିବାରୁ ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି । କାର୍ଯ୍ୟକ୍ରମରେ ଯେମିତି କୌଣସି ବାଧା ନଉପୁଜେ ତାକୁ ଦୃଷ୍ଟିରେ ରଖି କମିସନେରଟ ପୁଲିସ ପକ୍ଷରୁ ବାୟୁସେନା ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ସୁରୁଖୁରୁରେ ସୋ’ କେମିତି ହେବ ସେନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ତଦାରଖ କରିଛନ୍ତି । ଏହି ଅବସରରେ କୂଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆର ଆବାହକ ଯଶୋବନ୍ତ ଓଝା ମଧ୍ୟ ଉପସ୍ଥିତ ଥିଲେ । ସୋ’ ପାଇଁ ଲୋକମାନେ ଉତ୍ସାହିତ ଥିବାବେଳେ ଯେମିତି କୌଣସି ସମସ୍ୟା ନହୁଏ ତେଣୁ ପ୍ରଶାସନିକ ଅଧିକାରୀମାନଙ୍କୁ ସହଯୋଗ କାରାଯାଉଥିବା ଡିସିପି କହିଛନ୍ତି ।
ଅନ୍ୟପଟେ ବୁଧବାର ନଦୀ ପଠାର ଉକ୍ତ ସ୍ଥାନରେ ବାୟୁ ସେନାର ୨ଟି ହକ୍ ବିମାନ ମ୍ୟାପିଂ କରିଥିଲା । ଆସନ୍ତାକାଲି ଫୁଲ୍ ଡ୍ରେସ୍ ରିଅଲ୍ସେଲ୍ ହେବାକୁ ଥିବାବେଳେ ତାକୁ ମଧ୍ୟ ଦର୍ଶକ ଦେଖିପାରିବେ । ତେବେ ଏୟାର ସୋ’କୁ ପାଣିପାଗ ବାଧକ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଥିବାବେଳେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ସୋ’ ଓ ସିଅଲ୍ସେଲ୍ ସମୟରେ ଉକ୍ତ ଅଞ୍ଚଳର ପକ୍ଷୀ ପ୍ରେମୀଙ୍କୁ ଛାତ ଉପରେ କିଛି ଖାଦ୍ୟ ନ ଦେବା ପାଇଁ ଅନୁରୋଧ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *