ସ୍ୱଚ୍ଛତା ସୂଚକାଙ୍କରେ ଓଡ଼ିଶା ନମ୍ବର-୧

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପ୍ରତିଷ୍ଠା ଦିବସ
ଭୁବନେଶ୍ୱର (ବୁ୍ୟରୋ): ପ୍ରଦୂଷଣ ପ୍ରତିରୋଧ ଓ ନିୟନ୍ତ୍ରଣ ବିଶ୍ୱର ବଡ଼ ଆହ୍ୱାନ ପାଲଟିଛି । ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ବେଦନାର ସହ ଏହି ଆହ୍ୱାନକୁ ସାମ୍ନା କରିବା ପାଇଁ ବିସ୍ତୃତ ରଣନୀତି ପ୍ରସ୍ତୁତ କରିଛି । ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଜ୍ୟର ୭ ପ୍ରଦୂଷଣ ପ୍ରବଣ ଶିଳ୍ପାଞ୍ଚଳ ବା ସହର ଯଥା ଅନୁଗୁଳ, ତାଳଚେର, ବାଲେଶ୍ୱର, ଭୁବନେଶ୍ୱର, କଟକ, କଳିଙ୍ଗନଗର ଓ ରାଉରକେଲା ଠାରେ ଜାତୀୟ ସ୍ୱଚ୍ଛବାୟୁ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି । ଏହି ମିଶନର ଲକ୍ଷ୍ୟ ୨୦୧୭ରୁ ବାୟୁରେ ଭାସମାନ ବର୍ଜ୍ୟବସ୍ତୁ ଅବଶିଷ୍ଟାଂଶ କଣିକା ସ୍ତରକୁ ୨୦ରୁ ୩୦%କୁ ହ୍ରାସ କରିବା । ଏହି କ୍ରମରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସିଏସଇ, ନୂଆଦିଲ୍ଲୀ ଦ୍ୱାରା ଭାରତର ସ୍ୱଚ୍ଛତା ସୂଚକାଙ୍କ ମୂଲ୍ୟାଙ୍କନରେ ଏକ ନମ୍ବର ସ୍ଥାନ ପାଇଛି । ଏହା ଆମ ପାଇଁ ଏକ ଗର୍ବର ବିଷୟ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୩୯ତମ ପ୍ରତିଷ୍ଠା ଦିବସରେ କହିଛନ୍ତି ।
ପୃଥିବୀକୁ ପ୍ରଦୂଷିତ କରିବା ମଣିଷର ସବୁଠାରୁ ବଡ ଭୁଲ୍‌ । ଭବିଷ୍ୟତ ପିଢିଙ୍କ ପାଇଁ ଏକ ସୁନ୍ଦର ପୃଥିବୀ ଛାଡିଯିବା ହେଉଛି ଆମ ନୈତିକ ଦାୟିତ୍ୱ । ପରିବେଶ ପ୍ରଦୂଷଣକୁ ରୋକିବାକୁ ହେଲେ ସମସ୍ତଙ୍କର ମିଳିତ ସହଯୋଗ ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି । କାର୍ଯ୍ୟକ୍ରମ ଆରମ୍ଭରେ ବୋର୍ଡର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ପ୍ରଫେସର ଏମ.କେ.ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପ୍ରଦୂଷଣ ନିୟନ୍ତ୍ରଣରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଅଧିକାରୀ ଓ କ୍ଷେତ୍ର କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *