ଡ୍ରେନେଜ୍ ବ୍ୟବସ୍ଥାର ତଦାରଖ
ବିଏମ୍ସି କମିଶନରଙ୍କ ସହରତଳି ଅଞ୍ଚଳ ପରିଦର୍ଶନ
ବ୍ରହ୍ମପୁର (ବୁ୍ୟରୋ): ସହରତଳି ଅଞ୍ଚଳ ନିକଟରେ ଅବସ୍ଥିତ ବିଏମ୍ସିର ୧୭ନମ୍ବର ୱାର୍ଡ ଅନ୍ତର୍ଗତ ରେଡିଓ ଷ୍ଟେଶନ୍ ନିକଟସ୍ଥ ପଦ୍ମନଗର ଅଞ୍ଚଳରେ ମହାନଗର ନିଗମ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିକାଶମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ବିଏମ୍ସି କମିଶନର ଜେ.ସୋନାଲ । ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତାଙ୍କ ଅନୁରୋଧକ୍ରମେ ବ୍ରଜନଗର ଅଞ୍ଚଳ ପରିଦର୍ଶନ କରିବା ସହ ବ୍ରଜନଗର ପ୍ରଥମ ଗଳିରେ ବିଏମ୍ସି ଦ୍ୱାରା ବୈକୁଣ୍ଠନଗରସ୍ଥିତ ସ୍ପୋର୍ଟ୍ସ ଏରେନା ପାଶ୍ୱର୍ରେ ଥିବା ଅର୍ଦ୍ଧ ନିର୍ମିତ ନାଳକୁ ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ । କମିଟି କର୍ମକର୍ତ୍ତାଙ୍କ ଦାବି ଅନୁଯାୟୀ ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର କରି ବ୍ୟବସ୍ଥିତ ଢଙ୍ଗରେ ବ୍ରହ୍ମାନଗରସ୍ଥିତ ବିଏମ୍ସିର ନାଳ ସହ ସଂଯୋଗ କରିବା ପାଇଁ ଡିଆର୍ଡିଏ ପିଡିଙ୍କ ସହ ଆଲୋଚନା କରି କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ଉପସ୍ଥିତ ଏନ୍ଫୋର୍ସମେଣ୍ଟ ଅଧିକାରୀ ତରୁଣକାନ୍ତ ଏବଂ କନିଷ୍ଠଯନ୍ତ୍ରୀ ରାଜୀବ ମିଶ୍ରଙ୍କୁ କହିଥିଲେ ।
ଏହି ଅଞ୍ଚଳ ଲୋଚାପଡ଼ା ପଞ୍ଚାୟତ ଅଧୀନରେ ଥିବାରୁ ପିଡିଙ୍କ ଅନୁମୋଦନ ନେବା ପାଇଁ କହିବା ସହିତ ତତ୍କ୍ଷଣାତ ସ୍ଥାନୀୟ ବାସିନ୍ଦାଙ୍କ ସୁବିଧା ପାଇଁ ନାଳ ସଫା କରିବାକୁ ନିଦେ୍ର୍ଦଶ ଦେଇଥିଲେ । ବିଏମ୍ସିର ଏହି ଅପରିମାଣଦର୍ଶି ପଦକ୍ଷେପ ପାଇଁ ବ୍ରଜନଗର ବାସିନ୍ଦା ବର୍ଷା ହେଲେ ଭୋଗୁଥିବା ଅସୁବିଧା ସମ୍ପର୍କରେ ବିଏମ୍ସି କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ବ୍ରଜନଗରର ପରିମଳ ବ୍ୟବସ୍ଥା ଦେଖି ସେ ଉଦ୍ବେଗ ପ୍ରକାଶ କରିଥିଲେ । କନଭର୍ଜ ମାଧ୍ୟମରେ ଯଦି କିଛି ହୋଇପାରିବ ତାହା ତଲାସ କରିବାକୁ ଉପସ୍ଥିତ ଅଧିକାରୀଙ୍କୁ କହିଥିଲେ । ପରିଦର୍ଶନ ସମୟରେ ବିଏମ୍ସିର ଅନେକ ଅଧିକାରୀ ଓ ସଫେଇ କର୍ମଚାରୀ ଉପସ୍ଥିତ ଥିଲେ । ଏହି ସବୁ ଅଞ୍ଚଳ ବିଏମ୍ସିରେ ମିଶିବା ପାଇଁ ଯେଉଁ ଆନେ୍ଦାଳନ ହେଉଛି ସେ ସମ୍ପର୍କରେ ସେ ଅବଗତ ଅଛନ୍ତି ଏବଂ ଏହା ଉପରେ କାର୍ଯ୍ୟକ୍ରମ ଚାଲିଛି ବୋଲି ସେ କହିଥିଲେ । କମିଟି ତରଫରୁ ସଭାପତି ସଞ୍ଜିବ କୁମାର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଟି.ସୁଦେଶ କୁମାର ପାତ୍ର, ସହ ସମ୍ପାଦକ ବି.ଭି ସାଗର ଓ ୧୭ନମ୍ବର କର୍ପୋରେଟର ଦୁର୍ଗା ଲାୟକ ଆଲୋଚନା ବେଳେ ଉପସ୍ଥିତ ଥିଲେ ।