ଶତାଧିକ ଲୋକଙ୍କ ବ୍ଲକ୍ ଘେରାଉ
ରାସନ୍ ସାମଗ୍ରୀ ବଣ୍ଟନ ଦାୟିତ୍ୱ ଏସ୍ଏଚ୍ଜିକୁ ଦିଆଯାଉ
ବନ୍ତ (ଆପ୍ର): ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ତଥା ମୋ ସରକାର ପ୍ରତ୍ୟେକ ବିଭାଗକୁ ତଦାରଖ କରୁଥିବା ସହ ଜିଲ୍ଲାପାଳ ବ୍ଲକ୍କୁ ଆସି ସାଧାରଣ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଶୁଣୁଛନ୍ତି । ମାତ୍ର ବିଡ଼ମ୍ବନାର ବିଷୟ ସାଧାରଣ ଲୋକ ରାସନ ବଣ୍ଟନ ପାଇବା ପାଇଁ ୪ରୁ ୫ କିଲୋମିଟରରୁ ଅଧିକ ବାଟ ଯାଉଛନ୍ତି । ଅସହାୟ, ବୃଦ୍ଧ ତଥା ବିକଳାଙ୍ଗ ଘରେ ରାସନ୍ ସୂଚାରୁରୂପେ ପହଞ୍ଚାଇବାକୁ ସରକାରଙ୍କ ନିୟମ ରହିଥିବା ବେଳେ ଟିଲୋ ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଭଳି ଅଭିଯୋଗ ଆଣିଛନ୍ତି ଟିଲୋ ପଞ୍ଚାୟତର ସମାଜସେବୀ ଲକି ସ୍ୱାଇଁ । ଏହି ପଞ୍ଚାୟତ ୧୫ ଗୋଟି ୱାର୍ଡକୁ ନେଇ ଗଠିତ ହୋଇଥିବା ବେଳେ ଲୋକ ସଂଖ୍ୟା ପାଖାପାଖି ୧୦ ହଜାରରୁ ଅଧିକ । ଏହି ପଞ୍ଚାୟତରେ ୩ ଗୋଟି ଡିଲର ରହିଥିବା ବେଳେ ଠିକ୍ ଭାବରେ ଡିଲର କାର୍ଯ୍ୟ ତୁଲାଇପାରୁ ନାହିଁ । ଯାହାଫଳରେ ହିତାଧିକାରୀ ରାସନ୍ ଠିକ୍ ଭାବରେ ପାଇପାରୁନାହାନ୍ତି । ଏହି ୩ ଡିଲରକୁ ଉଚ୍ଛେଦ କରି ସିଏଚ୍ଜି ମାଧ୍ୟମରେ ୫ଟି ସ୍ଥାନରେ ରାସନ ସାମଗ୍ରୀ ଦୋବପାଇଁ ସାଧାରଣ ଲୋକ ବାରମ୍ବାର ଜିଲ୍ଲା ପ୍ରଶାସନ, ବ୍ଲକ୍ ପ୍ରଶାସନ, ବ୍ଲକ୍ ଯୋଗାଣ ଅଧିକାରୀ, ଜିଲ୍ଲାଯୋଗାଣ ଅଧିକାରୀଙ୍କୁ ଅନୁରୋଧ କଲା ପରେ ଫଳ ଶୂନ ।
ଟିଲୋ ପଞ୍ଚାୟତର ଶତାଧିକ ଲୋକଙ୍କ ସହ ସରପଞ୍ଚ ସଂଗ୍ରାମ ଜେନା, ବିଭିନ୍ନ ୱାର୍ଡର ମେମ୍ବରମାନେ ବନ୍ତ ବିଡିଓଙ୍କୁ ଭେଟି ମଙ୍ଗଳବାର ଏସଂକ୍ରାନ୍ତରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହ ବ୍ଲକ୍ ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସରକାର ମହିଳାଙ୍କ ବିକାଶ ପାଇଁ ବିଡିଓ ଓ ସରପଞ୍ଚଙ୍କୁ ନିଦେ୍ର୍ଦଶ ଦେଉଛନ୍ତି । ରାସନ୍ ସାମଗ୍ରୀ ବଣ୍ଟନ ଦାୟିତ୍ୱ ଏସ୍ଏଚ୍ଜିକୁ ଦେବାପାଇଁ ଦାବି କରିଛନ୍ତି ପଞ୍ଚାୟତବାସୀ । ଏହି ଜିଦ୍ରେ ଅଟଳ ରହିବା ସହ ବ୍ଲକ୍ ଯୋଗାଣ ଅଧିକାରୀଙ୍କୁ ନୂତନ କେନ୍ଦ୍ର ପାଇଁ ସୁପାରିସ୍ କରିଥିଲେ । ଏହି ଦାବିପତ୍ର ପ୍ରଦାନ ସମୟରେ ଅରୂପା ଧଳ, ରମାକାନ୍ତ ପାଣିଗ୍ରାହୀ, ମାଧବ ବିଶ୍ୱାଳ, ସୁଧା କୁଆଁର, ପବିତ୍ର ପୃଷ୍ଟି, ବିନୋଦ ସାମଲ, ପ୍ରେମାନନ୍ଦ ଜେନା, ସନ୍ତୋଷ ଧଳ, ପର୍ଶୁରାମ ସାହୁ, ଟିକୁ ସାମଲ, ଜଡ଼ା ଲେଙ୍କା, ଗୌରାଙ୍ଗ ସେଠି, ଭାଗିରଥି ମହାପାତ୍ର, ମନୋଜ ଜେନା, ନବକୃଷ୍ଣ ରାଉତ, ଅର୍ଜୁନ ପଢ଼ିଆରୀ, ରଞ୍ଜୁ ଦାସ, ଅଭିମନୁ୍ୟ ଜେନା, ଖିରୋଦ ଭୂଇଁ, ଆନନ୍ଦ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।